Categories: ଫୁରସତ

ଘରୁ ବାହାରିବା ପୂର୍ବରୁ ଏହି କାମ କରିବାକୁ କେବେ ଭୁଲି ନ ଥାନ୍ତି ମୁକେଶ ଅମ୍ବାନୀ: ଜାଣନ୍ତୁ ତାହା କ’ଣ…

ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀ କେବଳ ଦେଶର ନୁହନ୍ତି, ସମଗ୍ର ଏସିୟା ମହାଦେଶର ସୁବୁଠାରୁ ଧନୀ ଦମ୍ପତି। ନିଜର ବିଜ୍‌ନେସ ସେନ୍ସ ସାଙ୍ଗକୁ ଜୀବନଶୈଳୀକୁ ନେଇ ମୁକେଶ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଦୁନିଆର ସବୁଠାରୁ ଦାମୀ ଘର ମଧ୍ୟରୁ ଅନ୍ୟତମ ଆଣ୍ଟିଲିୟାରେ ସେ ରୁହନ୍ତି। ଏହି ୫ଟି ଜିନିଷରେ ମୁକେଶ କେବେହେଲେ ବୁଝାମଣା କରିବାକୁ ପ୍ରସ୍ତୁତ ନୁହନ୍ତି। ଜାଣିବା ତାହା କଣସବୁ….
୧. ନିଜ ଡାଏଟ୍‌କୁ ନେଇ ସେ ବହୁତ ସଜାଗ ଥାଆନ୍ତି। କେବେହେଲେ ଆମିଂଶ ଖାଇ ନ ଥାନ୍ତି। ଶାକାହାରୀ ଭୋଜନ କରିବାକୁ ମୁକେଶ ପସନ୍ଦ କରିଥାନ୍ତି।
୨. ଜୀବନରେ କେବେହେଲେ ମୁକେଶ ମଦ ପିଇ ନାହାନ୍ତି। ଏଥିପାଇଁ ସେ କେବେହେଲେ ବୁଝାମଣା କରିବାକୁ ମଧ୍ୟ ପ୍ରସ୍ତୁତ ନୁହନ୍ତି।
୩. ପ୍ରତିଦିନ ପ୍ରାତଃ ୫ଟାରୁ ସାଢ଼େ ୫ଟାରେ ମଧ୍ୟରେ ସେ ସର୍ଯ୍ୟା ତ୍ୟାଗ କରିଥାନ୍ତି। ନିଜର ନୀତ୍ୟକର୍ମ ଶେଷ କରିବା ପରେ ସର୍ବପ୍ରଥମେ ସେ ଜିମ୍‌ ଯାଇଥାନ୍ତି। ପରେ ନିଜର ଦୀନଚର୍ଯ୍ୟା ଆରମ୍ଭ କରିଥାନ୍ତି।
୪. ମୁକେଶ ଘରୁ ବାହାରିବା ପୂର୍ବରୁ ମା’ଙ୍କ ଆଶୀର୍ବାଦ ନେବାକୁ କେବେହେଲେ ଭୁଲି ନ ଥାନ୍ତି। ମା’ କୋକିଲାବେନଙ୍କ ପାଦ ଛୁଇଁବା ପରେ ସେ ନିଜ କାମକୁ ଯାଇଛନ୍ତି।
୫. ଯେତେ ବ୍ୟସ୍ତ ଥାଆନ୍ତୁ ନା କାହିଁକି ମୁକେଶ ରବିବାର ପୁରା ଦିନ ପରିବାର ସହ ବିତାଇଥାନ୍ତି।

Share