Categories: ଜାତୀୟ

ବିଶ୍ୱର ପ୍ରଥମ ୧୦ ଜଣ ଧନିବ୍ୟକ୍ତିଙ୍କ ତାଲିକାରୁ ବାଦ ପଡିଲେ ମୁକେଶ ଅମ୍ବାନି

ନୂଆଦିଲ୍ଲୀ,୨୩ ।୧: ବିଶ୍ୱର ଟପ ୧୦ ଧନି ବ୍ୟକ୍ତିଙ୍କ ତାଲିକାରୁ ବାଦ ପଡିଛନ୍ତି ଭାରତର ଧନୀ ଉଦ୍ଦ୍ୟୋଗୋପତି ମୁକେଶ ଅମ୍ବାନି । ବ୍ଲୁମବର୍ଗ ବିଲେନିୟର ଇଣ୍ଡେକ୍ସ ଅନୁଯାୟୀ, ମୁକେଶ ଅମ୍ବାନି ଏହି ତାଲିକାର ୧୧ ତମ ସ୍ଥାନରେ ରହିଛନ୍ତି ।

ମୁକେଶ ଅମ୍ବାନିଙ୍କ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଭାରତୀୟ ମାର୍କେଟରେ ସବୁଠାରୁ ବଡ କମ୍ପାନୀ ଓ ମୁକେଶ ଅମ୍ବାନି ଏହାର ମାଲିକ ରହିଛନ୍ତି । ଦୀର୍ଘ ସମୟ ଧରି ବ୍ଲୁମବର୍ଗ ବିଲେନିୟର ଇଣ୍ଡେକ୍ସ ବିଶ୍ୱର ଟପ ୧୦ ଧନୀ ତାଲିକାରେ ମୁକେଶ ଅମ୍ବାନି ରହିଥିଲେ । ହେଲେ କିଛିଦିନ ହେବ ତାଙ୍କ ସମ୍ପତ୍ତି କମ୍ ହୋଇଯିବାରୁ ସେ ଏହି ପ୍ରତିଷ୍ଠିତ ତାଲିକାରୁ ବାଦ ପଡିଛନ୍ତି । ମୁକେଶ ଅମ୍ବାନିଙ୍କ ନିକଟରେ ଏବେ ୮୫.୨ ଅରବ ଡଲାର ନେଟୱର୍ଥ ରହିଛି ଯାହା ପୂର୍ବ ସଂଖ୍ୟାଠାରୁ ୭୭୮ ଲକ୍ଷ ଡଲାର କମ । ଚଳିତ ବର୍ଷର ସମ୍ପତ୍ତିକୁ ଦେଖିଲେ ମୁକେଶ ଅମ୍ବାନିଙ୍କ ମୋଟ ସମ୍ପତ୍ତିରୁ ମୋଟ ୧.୯୩ ଅରବ ଡଲାର ତଳକୁ ଖସିଯାଇଛି ।
ଏହି ତାଲିକାର ଟପ ୧୦ରେ ଏଥର ଜଣେ ଭାରତୀୟ ରହିଛନ୍ତି । ସେ ହେଉଛନ୍ତି ଅଦାନି ଗ୍ରୁପର ମାଲିକ ଗୌତମ ଅଦାନି । ତାଙ୍କ ନିକଟରେ ଏବେ ୧୨୧ ଅରବ ଡଲାରର ସମ୍ପତ୍ତି ରହିଛି । ଚଳିତ ବର୍ଷ ସେ ୧୮୮ ଡଲାର ନେଟୱର୍ଥ ହାସଲ କରିଛନ୍ତି ।

Share