Categories: ଫୁରସତ

ପ୍ରତି ମିନିଟ୍‌ରେ ୨୩ ଲକ୍ଷ ଟଙ୍କା ରୋଜଗାର କରନ୍ତି ମୁକେଶ ଅମ୍ବାନୀ: ଅନେକ ଦେଶର ଜିଡିପିଠାରୁ ବି ଅଧିକା ତାଙ୍କର ସମ୍ପତ୍ତି

ରିଲାଏନ୍ସ ଇଣ୍ଡଷ୍ଟ୍ରୀର ମାଲିକ ମୁକେଶ ଅମ୍ବାନୀ ବିଶ୍ୱର ପଞ୍ଚମ ଧନୀ ବ୍ୟକ୍ତି। ଗତ ୧୦ ବର୍ଷ ମଧ୍ୟରେ ତାଙ୍କ ସମ୍ପତ୍ତି ହୁ ହୁ ହୋଇ ବଢ଼ିଛି। କୁହାଯାଏ ଜଣେ ମଣିଷ ଯେତିକି ସମୟରେ ଗୋଟିଏ କପ୍‌ ଚା’ ଶେଷ କରିଥାଏ ସେତିକି ସମୟ ମଧ୍ୟରେ ମୁକେଶ ଲକ୍ଷାଧିକ ଟଙ୍କା ରୋଜଗାର କରିସାରିଥାନ୍ତି। ୨୦୧୦ରେ ମୁକେଶଙ୍କ ଆନୁମାନିକ ସମ୍ପତ୍ତି ୨୭ ବିଲିୟନ ଡଲାର ଥିବା ବେଳେ ଏବେ ଏହା ୮୦ ମିଲିୟନରେ ପହଞ୍ଚି ସାରିଛି।

ମୁକେଶ ପ୍ରତି ମିନିଟ୍‌ରେ ୨୩ ଲକ୍ଷ ଟଙ୍କାଠାରୁ ଅଧିକ ରୋଜଗାର କରିଥାନ୍ତି। ୨୦୧୯ରେ ମୁକେଶ ପ୍ରତିଦିନ ୩୩ କୋଟି ଟଙ୍କାରୁ ଅଧିକ ରୋଜଗାର କରୁଥିଲେ। ବିଶ୍ୱ ବ୍ୟାଙ୍କର ତଥ୍ୟ ମୁତାବକ ଆଫଗାନିସ୍ତାନ, ବୋତ୍ସବାନା ଏବଂ ବୋସ୍ନିୟା ଭଳି ଦେଶର ମୋଟ ଜିଡିପି ଯଦି ମିଶାଇ ଦିଆଯାଏ ତେବେ ମଧ୍ୟ ଅମ୍ବାନୀଙ୍କ ସମ୍ପତ୍ତିଠାରୁ କମ୍‌ ଆସିବ।

ମୁକେଶଙ୍କ ପରିବାର ବମ୍ବେର ୨୭ ମହଲା ବିଶିଷ୍ଟ ଘର ଆଣ୍ଟେିଲିଆରେ ରୁହନ୍ତି। ଏହାକୁ ନିର୍ମାଣ କରିବା ପାଇଁ ପ୍ରାୟ ୭ହଜାର କୋଟି ଟଙ୍କାରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିଲା। ଏହାକୁ ଦୁନିଆର ସବୁଠାରୁ ଭବ୍ୟ ଓ ମହଙ୍ଗା ଘର ମଧ୍ୟରେ ଗଣାଯାଏ।

Share