୬୬ବର୍ଷରେ ପାଦ ଦେଲେ ମୁକେଶ ଅମ୍ବାନି

ମୁମ୍ବାଇ,୧୯।୪: ମୁକେଶ ଅମ୍ବାନି। ବାସ ନାମ ହିଁ ଯଥେଷ୍ଟ। ଏହି ନାମର କୌଣସି ପରିଚୟର ଆବଶ୍ୟକତା ନାହିଁ। ଧିରୁଭାଇ ଅମ୍ବାନିଙ୍କ ପୁଅ ଭାବେ ମୁକେଶ ଏବେ ଦେଶର ଜଣେ ଆଗଧାଡିର ଉଦ୍ଦ୍ୟୋଗପତି। କେବଳ ଦେଶ କାହିଁକି ସାରା ବିଶ୍ୱରେ ସେ ଏବେ ବେଶ ପରିଚିତ। ଏପ୍ରିଲ ୧୯ରେ ଅମ୍ବାନି ପାଳନ କରୁଛନ୍ତି ତାଙ୍କର ୬୬ ତମ ଜନ୍ମଦିନ। ତାଙ୍କର ପରିବାର ସଦସ୍ୟଙ୍କ ସହ ଶୁଭେଚ୍ଛୁମାନେ ମୁକେଶ ଅମ୍ବାନିଙ୍କ ସୁସ୍ଥ ଓ ଦୀର୍ଘ ଜୀବନ କାମନା କରିବା ସହ ଉଜ୍ୱଳ ଭବିଷ୍ୟତ ମଧ୍ୟ କାମନା କରିଛନ୍ତି। ୟମନରେ ୫୫ ଲକ୍ଷ ଲୋକଙ୍କ ମଧ୍ୟରେ ଜନ୍ମ ନେଇଥିବା ମୁକେଶ ଅମ୍ବାନି ଏବେ ୧୪୦ କୋଟି ଲୋକଙ୍କ ହୃଦୟରେ ରାଜ କରୁଛନ୍ତି।

ମୁକେଶ ଅମ୍ବାନି ଏସିଆର ସବୁଠାରୁ ଅଧିକ ଧନି ହୋଇଥିବା ବେଳେ ଫୋର୍ବସ ମାଗାଜିନ ତା’ର ୨୦୨୩ ସଂସ୍କରଣରେ ହିଁ ମୁକେଶକୁ ନମ୍ବର ଓ୍ବାନ ଧନି ବୋଲି କହିଥିଲା। ଫୋର୍ବସର ରିୟଲ ଟାଇମ ଇଣ୍ଡେକ୍ସ ଅନୁଯାୟୀ, ମୁକେଶ ଅମ୍ବାନି ୮୧.୪ ଅରବ ଡଲାର ନେଟଓ୍ବର୍ଥର ମାଲିକ। ଏହାସହ ମୁକେଶ ଏସିଆର ରିଚେଷ୍ଟ ପର୍ସନ ପାଲଟି ଯାଇଛନ୍ତି। ବିଶ୍ୱରେ ତାଙ୍କ ନମ୍ବର ୧୩ ତମ ସ୍ଥାନରେ ରହିଛି। ଏହା ବ୍ଲୁମବର୍ଗ ସୂଚନାରେ ରହିଛି। ଏହି କ୍ରମରେ ମୁକେଶ ଅମ୍ବାନି ଅନେକ ଥର ଟପ ୧୦ରେ ସାମିଲ ହେବାର ସୁଯୋଗ ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ଅନ୍‌ଲାଇନ୍‌-ଅଫ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର

ବାଲିଗୁଡ଼ା,୧୧ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ାସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ +୨ ବିଜ୍ଞାନ, ବାଣିଜ୍ୟ ବିଭାଗର ଅନ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର ହୋଇଥିବାବେଳେ ଗତ…

ବିଜେଡି ନଗର ସଭାପତିଙ୍କ ପିତୃ ବିୟୋଗ: ଝୁରୁଛି ଗାଁ ମାଟି

ଗଞ୍ଜାମ,୧୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନ୍‌ଏସି ବିଜେଡି ନଗର ସଭାପତି ତଥା ଯୁବ ସ୍ବେଚ୍ଛାସେବୀ ସୁଧୀର କୁମାର ପାଢ଼ୀଙ୍କ ବାପା କାଶୀନାଥ ପାଢ଼ୀଙ୍କ ୭୮ ବର୍ଷ ବୟସରେ…

କେନ୍ଦୁଝରରେ ଖରିଫ ଧାନ ସଂଗ୍ରହରେ ଐତିହାସିକ ସଫଳତା : ଚାଷୀ ସଂଖ୍ୟା , ଉତ୍ପାଦନରେ ନୂଆ ମାଇଲଷ୍ଟୋନ

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଚଳିତ ବର୍ଷ ଖରିଫ ଧାନ ସଂଗ୍ରହରେ ଐତିହାସିକ ରେକର୍ଡ ସୃଷ୍ଟି ହୋଇଛି। ଭାଜପା ରାଜ୍ୟ ସ୍ବତନ୍ତ୍ର ନିମନ୍ତ୍ରିତ କାର୍ଯ୍ୟକାରିଣୀ ସଦସ୍ୟ…

ଭୁବନେଶ୍ୱରରେ ପାକିସ୍ତାନ ଆତଙ୍କୀ ଲିଙ୍କ: ପୁଅକୁ ଦିଲ୍ଲୀ ପୋଲିସ ନେବା ପରେ ଏମିତି କହିଲେ ବାପା

ଭୁବନେଶ୍ୱର,୧୧।୪: ମୋ ପୁଅ ନିର୍ଦ୍ଦୋଷ କହିଲେ ଇମ୍ରାନଙ୍କ ବାପା। ପୁଅକୁ ଦିଲ୍ଲୀ ପୋଲିସ ଉଠାଇ ନେବା ପରେ ଏମିତି କହିଲେ ବାପା। ମୋ ପୁଅ ନିର୍ଦ୍ଦୋଷ, ସେ…

‘ନିଜ ମାତୃଭାଷା ଯେତେ ଆଗକୁ ଯିବ ସେ ଅଞ୍ଚଳ ସେତେ ଆଗକୁ ବଢ଼ିବ’

ଭଞ୍ଜନଗର,୧୧ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଓଡ଼ିଆ ପକ୍ଷ ଅବସରରେ ଶନିବାର ଭଞ୍ଜ ସାହିତ୍ୟ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ…

ସରକାରୀ ଯୋଜନାରେ ଲକ୍ଷପତି ହେଲେ ୨ ଭାଇ: ସମାଜ ପାଇଁ ଉଦାହରଣ

ଲଖନପୁର,୧୧ା୪(ଗୌତମ ସାହୁ):ବର୍ତ୍ତମାନ ସମୟରେ ଯୁବପିଢ଼ି ଉଚ୍ଚଶିକ୍ଷା ଗ୍ରହଣ କରି ସରକାରୀ ଚାକିରି ପାଇବା ଆଶାରେ ନିଜ ବୟସ ଗଡ଼ାଇ ଚାଲିଛନ୍ତି। ସେହିପରି ଆଉକିଛି ଯୁବପିଢ଼ି ସ୍ବଳ୍ପ ସମୟରେ…

ଅଫିସରେ କାମ କରୁଥିବାବେଳେ ଟଳିପଡ଼ିଲେ DFO, ଆହୁରି ବର୍ଷେ ଥିଲା ଚାକିରି

ଚାନ୍ଦବାଲି,୧୧ା୪(ଅଶୋକ ପଣ୍ଡା): ଚାନ୍ଦବାଲିରେ କର୍ତ୍ତବ୍ୟରତ ଭଦ୍ରକ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ(DFO) ସୌଭାଗ୍ୟ କୁମାର ସାହୁଙ୍କ ମୃତ୍ୟୁ ଘଟିଛି। ଶନିବାର ପୂର୍ବାହ୍ନ ୧୧ ଟାରେ ସେ ଛାତିରେ ଯନ୍ତ୍ରଣା…

୩ ଘଣ୍ଟା କହି ୭ ଘଣ୍ଟା କାଟିଲେଣି: ବିଦ୍ୟୁତ ସେବା ନ ପାଇ ଲୋକେ ହଟହଟା

ଭଞ୍ଜନଗର,୧୧।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଟା ପାୱାର ପକ୍ଷରୁ ଶନିବାର ବିଦ୍ୟୁତ ମରାମତି ପାଇଁ ସକାଳ ୮ ଟା ରୁ ପୁର୍ବାହ୍ନ ୧୧ ଟା ପର୍ଯ୍ୟନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri