Categories: ବାଣିଜ୍ୟ

ନାତି ସହ ସେଲ୍‌ଫି ନେଲେ ମୁକେଶ ଅମ୍ବାନୀ

ଘରେ ଶିଶୁଟିଏ ଜନ୍ମ ନେଲେ ପରିବାରଲୋକଙ୍କ ମଧ୍ୟରେ ଖୁସିର ଲହର ଖେଳିଯାଏ। ଠିକ୍‌ ସେପରି ହୋଇଛି ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ କ୍ଷେତ୍ରରେ। ଗୁରୁବାର ବଡ଼ ବୋହୁ ଶ୍ଳୋକା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ମୁକେଶ ନବଜାତ ନାତିକୁ ଧରି ଫଟୋ ଉଠାଇଥିବା ବେଳେ ଏବେ ତାହା ଭାଇରାଲ ହୋଇଛି।

ପୂର୍ବରୁ ଅମ୍ବାନୀ ପରିବାର ପକ୍ଷରୁ ଏକ ବିବୃତ୍ତିରେ ସମସ୍ତଙ୍କୁ ଖୁସି ଖବର ଦିଆଯାଇଥିଲା। ଭଗବାନ ଶ୍ରୀକୃଷ୍ଣଙ୍କ ଆଶୀର୍ବାଦ ଯୋଗୁ ଶ୍ଲୋକା-ଆକାଶଙ୍କ ପୁଅ ହୋଇଛି। ଉଭୟ ଭାଗ୍ୟଶାଳୀ ମା’ବାପା ପାଲଟିଛନ୍ତି। ପ୍ରଥମ ଥର ପାଇଁ ଜେଜେବାପା-ଜେଜେମା’ ହୋଇଥିବାରୁ ମୁକେଶ ଓ ନୀତା ବେଶ୍‌ ଖୁସି ଅଛନ୍ତି। ଉଭୟ ମେହେଟ୍ଟା-ଅମ୍ବାନୀ ପରିବାରରେ ଖୁସିର ଲହରି ଖେଳିଯାଇଥିବା କୁହାଯାଇଥିଲା।

Share