ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ ନେଇ ରାଷ୍ଟ୍ରୀୟ ସମ୍ପାଦକ ତଥା ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ଦାୟିତ୍ୱରେ ଥିବା ମହେଶ ଦେଶମୁଖ ଏକ ପ୍ରେସ ବିବୃତି ଜରିଆରେ ଘୋଷଣା କରିଛନ୍ତି। ଏହା ପୂର୍ବରୁ ମହମ୍ମଦ ସାହେବ ୨୦୨୦-୨୧ ରାଜ୍ୟ ଯୁବ କଂଗ୍ରେସ ସମ୍ପାଦକ, ୨୦୨୧-୨୨
ରାଜ୍ୟ ଯୁବ କଂଗ୍ରେସ ଉପ ସଭାପତି, ଜିଲା ଛାତ୍ର କଂଗ୍ରେସ ସଭାପତି ଓ ୨୦୨୩ରୁ ଜିଲା ଯୁବ କଂଗ୍ରେସ ସଭାପତି ଭାବେ ଦାୟିତ୍ୱ ତୁଲାଇ ଆସୁଥିଲେ।
ଏପରିକି ଚଳିତ ସାଧାରଣ ନିର୍ବାଚନରେ ଭବାନୀପାଟଣା ନିର୍ବାଚନ ମଣ୍ଡଳୀରେ ବିଧାୟକ ଭାବେ ସାଗର ଚରଣ ଦାସ ବିଜୟୀ ହେବା ପଛରେ ମହମ୍ମଦ ସାହେବଙ୍କ ପ୍ରମୁଖ ଭୂମିକା ରହିଥିଲା। ପୁଣି ଥରେ ଦଳ ତାଙ୍କୁ ଜିଲା ଯୁବ କଂଗ୍ରେସ ସଭାପତି ଭାବେ ନିଯୁକ୍ତି କରିଥିବାରୁ ରାଷ୍ଟ୍ରୀୟ ସମ୍ପାଦକ ମହେଶ ଦେଶମୁଖ ସମେତ ପିସିସି ସଭାପତି ଭକ୍ତ ଚରଣ ଦାସ ଓ ସ୍ଥାନୀୟ ବିଧାୟକ ସାଗର ଚରଣ ଦାସଙ୍କୁ କୃତଜ୍ଞତା ଜଣାଇଛନ୍ତି।


