ମୁଗେର ପୁଲି

ଆବଶ୍ୟକ ସାମଗ୍ରୀ: ୨ ଚାମଚ ଘିଅ, ଅଧ କପ୍‌ ମୁଗଡାଲି, ୧କପ୍‌ କ୍ଷୀର, ୧କପ୍‌ ଚାଉଳ ଗୁଣ୍ଡ, ଛାଣିବା ପାଇଁ ତେଲ, ସିରା କରିବା ପାଇଁ ୧କପ୍‌ ଚିନି, ୧/୪ଚାମଚ କେଶର, ୧/୪ଚାମଚ ଗୁଜୁରାତି ଗୁଣ୍ଡ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚୁଲାରେ ପ୍ରେସର କୁକର୍‌ ବସାଇ ଘିଅ ଗରମ କରନ୍ତୁ। ଲୋ ଷ୍ଟିମ୍‌ରେ ଘିଅରେ ମୁଗଡାଲି ପକାଇ ଭାଜନ୍ତୁ। ଏଥିରେ ପାଣି ଓ କ୍ଷୀର ପକାଇ ଭଲ ଭାବେ ଘାଣ୍ଟନ୍ତୁ। ପରେ କୁକର୍‌ରେ ଢାଙ୍କୁଣୀ ଦେଇ କିଛି ସମୟ ରଖନ୍ତୁ। ଗ୍ୟାସ ବନ୍ଦ କରିବା ପରେ ଡାଲିକୁ ଥଣ୍ଡା କରି ଗ୍ରାଇଣ୍ଡ କରିଦିଅନ୍ତୁ। ଅନ୍ୟପଟେ ଗ୍ୟାସ୍‌ ଲଗାଇ କଡେଇ ବସାନ୍ତୁ। ଏଥିରେ ମୁଗଡାଲି ପେଷ୍ଟ ପକାଇ ଆବଶ୍ୟକ ପରିମାଣର ପାଣି ମିଶାନ୍ତୁ। ଏଥିରେ ଚାଉଳ ଗୁଣ୍ଡ ପକାଇ ୫ମିନିଟ୍‌ ପଯର୍‌ୟନ୍ତ ଘାଣ୍ଟନ୍ତୁ ଏବଂ ଧ୍ୟାନ ଦିଅନ୍ତୁ ଯେପରି କେଉଁଠି ଗୁଳା ନ ରହିଯାଏ। କିଛି ସମୟ ପରେ ଘିଅ ମିଶାଇ ଗୋଳେଇ ଦିଅନ୍ତୁ। ଏହାକୁ ଏକ ପାତ୍ରରେ କାଢି ଥଣ୍ଡା କରିବା ପରେ ଭଲ ଭାବେ ଚକଟି ଗୋଲଗୋଲ ଗୁଳା ତିଆରି କରନ୍ତୁ। କେବଳ ଗୋଲ ନୁହେଁ ଏହାକୁ ମନ ମୁତାବକ ଆକାରରେ ପ୍ରସ୍ତୁତ କରନ୍ତୁ। ଏକ କଡ଼େଇରେ ତେଲ ଗରମ କରନ୍ତୁ ଏବଂ ସେଥିରେ ପିଠା ପକାଇ ଲୋ ଫ୍ଲେମ୍‌ରେ ଛାଣନ୍ତୁ। ପିଠା ସୁନେଲି ରଙ୍ଗର ହୋଇଗଲେ ପାତ୍ରକୁ କାଢି ଦିଅନ୍ତୁ। ଏକ ପ୍ୟାନରେ ଚିନି, ପାଣି ଓ କେଶର ପକାଇ ସିରା ପ୍ରସ୍ତୁତ କରନ୍ତୁ। ସିରା ପ୍ରସ୍ତୁତ ହୋଇଗଲେ ସେଥିରେ ଗୁଜୁରାତି ଗୁଣ୍ଡ ପକାନ୍ତୁ। ସିରାରେ ପିଠା ସବୁକୁ ପକାଇ ଦୁଇଘଣ୍ଟା ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ମୁଗେର ପୁଲି। ଏହାକୁ ସଭିଙ୍କୁ ଖୁଆଇବାର ମଜା ନିଅନ୍ତୁ।