ସରୁନି ସଡ଼କ ସଂଘର୍ଷ

ବଇଣ୍ଡା, ୧୩ା୯ (ଡି.ଏନ.ଏ.):ଗଁାକୁ ଗମନାଗମନରେ ହେଉଛି ଅସୁବିଧା। ବିଶେଷକରି ବର୍ଷାଋତୁରେ ଯାତାୟାତ କଷ୍ଟକର ହୋଇପଡ଼ୁଛି। କାଦୁଅ, ପାଣିରେ ପଶି ଲୋକଙ୍କୁ ଚଳପ୍ରଚଳ ହେବାକୁ ପଡ଼ୁଛି। ତେଣୁ ମାଟି ରାସ୍ତାକୁ ପକ୍କା କରିବାକୁ ଦାବି କରି ଆସୁଛନ୍ତି ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ସାନହୁଲା ପଞ୍ଚାୟତ ସିନ୍ଦୂରଖୋଳ ଗ୍ରାମବାସୀ। ହେଲେ ଦୀର୍ଘ ୫ ବର୍ଷ ହେଲା ନା ପ୍ରଶାସନ ନା ଜନ ପ୍ରତିନିଧି, କେହି ବି ଦୃଷ୍ଟି ଦେଉନାହାନ୍ତି ଗ୍ରାମବାସୀଙ୍କ ସମସ୍ୟା ପ୍ରତି। ଜଙ୍ଗଲ ଅଞ୍ଚଳ ହୋଇଥିବାରୁ ଦୀର୍ଘ ୫ ବର୍ଷ ହେଲା ଗ୍ରାମକୁ ଅବହେଳା କରାଯାଉଛି। ଫଳରେ ସଡ଼କ ପାଇଁ ସଂଘର୍ଷ ଶେଷ ହେଉ ନ ଥିବା ସିନ୍ଦୂରଖେଳବାସୀ ପ୍ରକାଶ କରିଛନ୍ତି।
ଗ୍ରାମବାସୀ କହିଛନ୍ତି, ସିନ୍ଦୂରଖୋଳ ଗ୍ରାମର ଲୋକସଂଖ୍ୟା ୭ଶହ ହେବ। ଜଙ୍ଗଲ ଅଧ୍ୟୁଷିତ ଅଞ୍ଚଳରେ ଥିବାରୁ ଏହି ଗ୍ରାମରେ ଅନେକ ସମସ୍ୟା ଲାଗିରହିଛି। ବିଶେଷକରି ସାନହୁଲାରୁ ପାଇକସାହି ପୂର୍ତ୍ତ ବିଭାଗ ରାସ୍ତାରୁ ଗ୍ରାମକୁ ଯାଇଥିବା ୨.୫ କି.ମି. ମାଟି ରାସ୍ତା ଶୋଚନୀୟ ହୋଇପଡ଼ିଛି। ଦୀର୍ଘବର୍ଷ ହେଲା ଏହା ମରାମତି ହୋଇନାହିଁ। ସାମାନ୍ୟ ବର୍ଷା ହେଲେ ପାଣି କାଦୁଅ ଯୋଗୁ ଯାତାୟାତ କଷ୍ଟକର ହୋଇପଡ଼ୁଛି। ଗତ ମାସରେ ଲଗାଣ ବର୍ଷା ବେଳେ ରାସ୍ତା କ୍ଷତିଗ୍ରସ୍ତ ହୋଇଛି। ଏପରି କି ମୁଖ୍ୟ ପାଶର୍‌ବରୁ ୨୦୦ ମିଟର ଦୂରରେ ରାସ୍ତା ଧୋଇଯାଇଛି। ଫଳରେ ୪ ଚକିଆ ଯାନ ଯାଇପାରୁନାହଁି। ସେହିପରି ଗ୍ରାମରେ ପାନୀୟ ଜଳ ସମସ୍ୟା ଲାଗିରହିଛି। ଜଳଯୋଗାଣ ପ୍ରକଳ୍ପ ନିର୍ମାଣ ହେଉ ନ ଥିବାବେଳେ ପାଣି ପାଇଁ ୫ଟି ନଳକୂଅ ରହିଛି। ସେଥିରୁ ୩ଟି ନଳକୂଅରୁ ଲୌହ ଗୁଣ୍ଡ ମିଶା ପାଣି ବାହାରୁଥିବା ଯୋଗୁ ତାହା ବ୍ୟବହାରରେ ଲାଗିପାରୁନାହିଁ। ତେଣୁ ବାଧ୍ୟ ହୋଇ ଗ୍ରାମବାସୀ ଖୋଲା କୂଅରୁ ପାଣି ବ୍ୟବହାର କରୁଛନ୍ତି। ଗ୍ରାମରେ ହାଇସ୍କୁଲ ନ ଥିବା ଯୋଗୁ ଛାତ୍ରୀଛାତ୍ରମାନେ ୭ କି.ମି. ସାନହୁଲା ହାଇସ୍କୁଲ ଉପରେ ନିର୍ଭର କରୁଛନ୍ତି। ଗ୍ରାମର ସମସ୍ୟା ସମାଧାନ କରିବା ସହ ରାସ୍ତାକୁ ପିଚୁ କିମ୍ବା ପକ୍କା କରିବା ପାଇଁ ଗ୍ରାମବାସୀ ୨୦୧୭ ଫେବୃୟାରୀ ୧୦, ୨୦୧୯ ଜୁନ ୧୨, ୨୦୨୦ ଅଗଷ୍ଟ ୩ରେ ବ୍ଲକ, ଜିଲା ପ୍ରଶାସନ, ଆଠମଲ୍ଲିକ ବିଧାୟକ, ସମ୍ବଲପୁର ଏମ୍‌ପିଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣୁନାହାନ୍ତି। ରାସ୍ତା ଧୋଇଯିବା ସମ୍ପର୍କରେ ଗ୍ରାମବାସୀ ଗତମାସ ୧୮ ତାରିଖରେ ଆଠମଲ୍ଲିକ ବିଡିଓଙ୍କୁ ଅଭିଯୋଗ କରିଥିଲେ। ହେଲେ ମରାମତି ହୋଇପାରି ନାହିଁ। ତୁରନ୍ତ ଏଥିପ୍ରତି ବିଭାଗୀୟ ଅଧିକାରୀମାନେ ଦୃଷ୍ଟି ଦେବାକୁ ସିନ୍ଦୂରଖୋଳ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?