Categories: ଜାତୀୟ

୨୦୨୦ ବର୍ଷରେ ହୋଇଛି ବହୁ ପରିବର୍ତ୍ତନ, ବିଗିଡ଼ିଥିବା ସ୍ଥିତି ପୁଣି ହେଉଛି ସ୍ବାଭାବିକ : ମୋଦି

ନୂଆଦିଲ୍ଲୀ,୧୨।୧୨: ଚଳିତ ୨୦୨୦ ବର୍ଷରେ ଭାରତ ସମେତ ସମଗ୍ର ପୃଥିବୀରେ ବହୁ ପରିବର୍ତ୍ତନ ହୋଇଛି। ୨୦-୨୦(ଟୋଣ୍ଟି-ଟୋଣ୍ଟି) କ୍ରିକେଟ ମ୍ୟାଚ୍‌ ଠାରୁ ଏହି ବର୍ଷ ଅଧିକ ତୀବ୍ର ବେଗରେ ଅନେକ କ୍ଷେତ୍ରରେ ଅଦଳବଦଳ ଦୃଷ୍ଟି ଗୋଚର ହୋଇଛି। କରୋନା ମହାମାରୀ ସଂକ୍ରମଣ ଯୋଗୁ ଏଭଳି ଅବସ୍ଥା ଦେଖାଦେଇଥିବାବେଳେ ଏବେ ଏଥିରେ ସୁଧାର ଆସିବା ସହିତ ସ୍ଥିତି ସ୍ବାଭାବିକ ହେଉଛି। ମହାମାରୀ ସଙ୍କଟ ସମୟରେ ଭାରତ ନିଷ୍ପତ୍ତି ସମସ୍ତଙ୍କ ପାଇଁ ଏକ ନୂଆ ଉଦାହରଣ ସୃଷ୍ଟି କରିଛି। ମହାମାରୀ ସମୟରେ ଭାରତବାସୀ ଏକଜୁଟ ହୋଇ ଲଢ଼େଇ ଜାରି ରଖିବା ଏକ ନୂଆ ଇତିହାସ ସୃଷ୍ଟି କରିଛି। ଭାରତୀୟ ବାଣିଜ୍ୟ ଏବଂ ଉଦ୍ୟୋଗ ମହାସଂଘ (ଫିକି)ର ୯୩ତମ ବାର୍ଷିକ ସାଧାରଣ ବୈଠକରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଭଳି କହିଛନ୍ତି। ସେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ବାର୍ଷିକ ବୈଠକରେ ଯୋଗଦେଇ ସରକାରଙ୍କ ନୂଆ କୃଷି ଆଇନକୁ ସମର୍ଥନ କରିଛନ୍ତି। ଧୀରେଧୀରେ କୃଷି ଉତ୍ପାଦ ବିକ୍ରି କ୍ଷେତ୍ରରେ ରହିଥିବା ବାଧାବିଘ୍ନକୁ ସରକାର ହଟାଉଥିବା ସେ କହିଛନ୍ତି। ଏହା ଦ୍ୱାରା କୃଷକଙ୍କ ଆର୍ଥିକ ବିକାଶ ସମ୍ଭବ ହେବା ସହିତ କୃଷି କ୍ଷେତ୍ରରେ ନିବେଶ ବୃଦ୍ଧି ପାଇବ।

Share