ଆଇଆଇଆର୍‌ଏଫ୍‌ ର଼୍ୟାଙ୍କିଙ୍ଗ୍‌ରେ ଏମ୍‌ଏସ୍‌ବିର ଉନ୍ନତ ପ୍ରଦର୍ଶନ

ନୂଆଦିଲ୍ଲୀ,୬।୨: ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଲଭଲି ପ୍ରଫେସନାଲ ୟୁନିଭରସିଟି(ଏଲପିୟୁ)ର ସହଯୋଗୀ ଶିକ୍ଷାନୁଷ୍ଠାନ ମିତ୍ତଲ ସ୍କୁଲ ଅଫ୍‌ ବିଜନେସ୍‌ (ଏମ୍‌ଏସ୍‌ବି)ର ଉତ୍ତମ ପ୍ରଦର୍ଶନ ଜାରି ରହିଛି। ଏପରିକି ନିକଟରେ ପ୍ରକାଶିତ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଶନାଲ୍‌ ର଼୍ୟାଙ୍କିଙ୍ଗ ଫ୍ରେମୱାର୍କ (ଆଇଆଇଆର୍‌ଏଫ୍‌)-୨୦୨୩ରେ ଭଲ ସ୍ଥାନ ପାଇଛି। ବିଶେଷକରି ଏମ୍‌ଏସ୍‌ବି ୨୦୨୩ ବର୍ଷରେ ୪୧ତମ ସ୍ଥାନରେ ପହଞ୍ଚତ୍ଛି। ଏପରିକି ଗତ ବର୍ଷ ଅନୁଷ୍ଠାନ ୪୩ ତମ ର଼୍ୟାଙ୍କ୍‌ରେ ରହିଥିଲା। ସେହିଭଳି ୨୦୨୩ରେ ବିଶ୍ୱବିଦ୍ୟାଳୟ କାର୍ଯ୍ୟକ୍ରମ ଅଧୀନରେ ଶ୍ରେଷ୍ଠ ୪୫ ବିଜ୍‌ନେସ ସ୍କୁଲ ତାଲିକାରେ ଏଲପିୟୁ-ଏମ୍‌ଏସ୍‌ବି ଦେଶର ଉତ୍ତର ଜୋନ୍‌ ର଼୍ୟାଙ୍କ ୫ ଏବଂ ସାମଗ୍ରିକ ଭାବେ ୨୧ତମ ସ୍ଥାନ ପାଇଛି। ବିଶେଷକରି ଭାରତରେ ୨୦୨୩ ଗବେଷଣା ପାଇଁ ଶ୍ରେଷ୍ଠ ୫୦ ବିଜନେସ ସ୍କୁଲ ର଼୍ୟାଙ୍କିଙ୍ଗରେ ସାମଗ୍ରିକ ୪୮ତମ ଏବଂ ଉତ୍ତର ଜୋନ୍‌ ପାଇଁ ୧୫ତମ ସ୍ଥାନରେ ରହିଥିବା ଜଣାପଡିଛି। ଏଥିସହ ବିଭିନ୍ନ ପାରାମିଟରରେ ସାମଗ୍ରିକ ୭୨୦.୨୭ ସ୍କୋର ସହ ଏଲପିୟୁ-ଏମ୍‌ଏସବି ଶ୍ରେଷ୍ଠ ୧୫ ଘରୋଇ ଅନୁଷ୍ଠାନ ଭାବେ ସ୍ବୀକୃତି ପାଇଛି। ଏହି ସ୍କୋରିଂ ସହ ଏହା ଆଇଆଇଏମ୍‌ ବୋଧ ଗୟା (୭୧୬.୮୬) ସମେତ ଅନେକ ସରକାରୀ ଅନୁଷ୍ଠାନକୁ ମଧ୍ୟ ପଛରେ ପକାଇ ଦେଇଛି। ଏ ସମ୍ପର୍କରେ ଏଲପିୟୁର କୁଳପତି ଡ. ଅଶୋକ କୁମାର ମିତ୍ତଲ କହିଛନ୍ତି, ଏଭଳି ଏକ ସମ୍ମାନଜନକ ମାନ୍ୟତା ପାଇଁ ଆମେ ବେଶ୍‌ ଆନନ୍ଦିତ, ଏପରିକି ମୁଁ ଏଲପିୟୁର ସମସ୍ତ କାର୍ଯ୍ୟକର୍ତ୍ତା ଓ ଅଂଶୀଦାରଙ୍କୁ ଅଭିନନ୍ଦନ ଜଣାଉଛି। ବିଶେଷକରି ଉକ୍ତ ଅନୁଷ୍ଠାନରେ ସମୟ ଆବଶ୍ୟକ ପରିଚାଳନା ପ୍ରୋଗ୍ରାମ ସହ ଆମର ଏମ୍‌ବିଏ ଛାତ୍ରମାନେ ଶିଳ୍ପ କ୍ଷେତ୍ରରେ ବ୍ୟବହାରିକ ପ୍ରୟୋଗଗୁଡ଼ିକର ଏକ ଗଭୀର ଅଭିଜ୍ଞତା ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri