ଏହି ମାମଲାରେ କୋହଲିଙ୍କୁ ପଛରେ ପକାଇଲେ ବିଗ୍‌ବସ୍‌ ବିଜେତା ଏମ୍‌ ସି ଷ୍ଟାନ୍‌

ବମ୍ବେ: ‘ବିଗ୍‌ବସ୍‌ ୧୬’ ବିଜେତା ହେବା ପରେ ଦିନକୁ ଦିନ ଏମ୍‌ସି ଷ୍ଟାନଙ୍କ ଲୋକପ୍ରିୟତା ବଢ଼ୁଛି। ଶୋ’ରେ ତାଙ୍କର ଯୋଗଦାନକୁ ନେଇ ଅନେକ ପ୍ରଶ୍ନ ଉଠିଥିଲେ ହେଁ ଶିବ ଠାକ୍‌ରେ, ପ୍ରିୟଙ୍କା ଚାହର ଚୌଧୁରୀଙ୍କ ଭଳି ପ୍ରତିଯୋଗୀଙ୍କୁ ପଛରେ ପକାଇଥିଲେ ସେ। ଏହା ଅନେକଙ୍କୁ ଚକିତ କରିଥିଲା। ହେଲେ ସବୁ କିଛି ସମ୍ଭବ ହୋଇପାରିଲା ଷ୍ଟାନଙ୍କ ପ୍ରଶଂସକଙ୍କ ପାଇଁ। ଏବେ ସେ ସବୁଠାରୁ ଲୋକପ୍ରିୟ ବ୍ୟକ୍ତିତ୍ୱ ପାଲଟିଛନ୍ତି। ଲୋକପ୍ରିୟତା ଦୃଷ୍ଟିରୁ ସେ ବିଗ୍‌ବସ୍‌ ପୂର୍ବ ସିଜନ ବିଜେତା ତେଜସ୍ବୀ ପ୍ରକାଶ ଏବଂ କ୍ରିକେଟର ବିରାଟ କୋହଲିଙ୍କୁ ପଛରେ ପକାଇଛନ୍ତି। ଶୋ ଜିତିବା ପରେ ଷ୍ଟାନ ସଲମାନଙ୍କ ସହ ଏକ ଫଟୋ ଶେୟାର କରି ଖୁସିବ୍ୟକ୍ତ କରିଥିଲେ। ଏହି ପୋଷ୍ଟ ଅନେକ ରେକର୍ଡ ଭାଙ୍ଗିଛି।

ଷ୍ଟାନ ସଲମାନ ଖାଁଙ୍କ ସହ ଏକ ଫଟୋ ଶେୟାର କରି ଲେଖିଥିଲେ, ‘ବାସ୍ତବ ରହି ଇତିହାସ ରଚିଛୁ। ଜାତୀୟ ଟିଭିରେ ହିପ ହପ୍‌ ଫେରାଇ ଆଣିଛୁ। ମା’ଙ୍କ ସ୍ବପ୍ନ ସାକାର ହେଲା। ଟ୍ରଫି ପି-ଟାଉନ ଆସିଯାଇଛି। ଯିଏ ଯିଏ ଭଲପାଇବା ଦେଖାଇଛନ୍ତି, ସମସ୍ତଙ୍କର ଅଧିକାର ଅଛି। ’

MC Stan

ସଲମାନଙ୍କ ସହ ଉକ୍ତ ପୋଷ୍ଟକୁ ରେକର୍ଡ ସଂଖ୍ୟକ ଲୋକ ପସନ୍ଦ କରିବା ସହ କମେଣ୍ଟ ଦେଇଛନ୍ତି। ଏଯାବତ ୭୦ ଲକ୍ଷରୁ ଅଧିକ ଅର୍ଥାତ ୭,୦୧୩,୪୩୯ ଲାଇକ୍‌ ମିଳିଛି। ସେହିଭଳି ଦେଢ଼ ଲକ୍ଷରୁ ଅଧିକ କମେଣ୍ଟ ମିଳିଛି। ଏତେ ସଂଖ୍ୟକ ଲାଇକ୍‌ ଏଯାବତ ବିଗ୍‌ବସ୍‌ର କୌଣସି ବିଜେତାଙ୍କୁ ମିଳିନାହିଁ। ଏପରିକି ତେଜସ୍ବୀ ଏବଂ ସିଦ୍ଧାର୍ଥଙ୍କ ଭଳି ଲୋକପ୍ରିୟ ସେଲିବ୍ରିଟି ମଧ୍ୟ ଷ୍ଟାନ୍‌ଙ୍କ ପଛରେ ରହିଛନ୍ତି।

ଜଣେ ଟୁଇଟର ବ୍ୟବହାରକାରୀ ଷ୍ଟାନଙ୍କ ଲୋକପ୍ରିୟତାକୁ ଭାରତୀୟ କ୍ରିକେଟର ତଥା ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ସହ ତୁଳନା କରିଛନ୍ତି। ଉପଭୋକ୍ତା ବିରାଟଙ୍କ ସର୍ବାଧିକ ଲାଇକ୍‌ ଏବଂ କମେଣ୍ଟ ପୋଷ୍ଟକୁ ଏମ୍‌ସି ଷ୍ଟାନଙ୍କ ଏହି ପୋଷ୍ଟ ସହିତ ତୁଳନା କରିଛନ୍ତି।

Virat kohli mc Stan


Enter your email to get our daily news in your inbox.

All Right Reserved By Dharitri.Com

୧୧ବର୍ଷରେ ପ୍ରଥମ ଥର ମୋଦି ସରକାରଙ୍କୁ ଜୋରଦାର ଝଟ୍‌କା, ପାସ୍‌ ପରିପାରିଲେନି ଗୋଟିଏ ବି ବିଲ୍‌

ନୂଆଦିଲ୍ଲୀ,୧୭।୪: ସଂସଦର ତିନି ଦିନିଆ ସ୍ୱତନ୍ତ୍ର ଅଧିବେଶନର ଦ୍ୱିତୀୟ ଶୁକ୍ରବାର ସଂଧ୍ୟାରେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଭିଭାଷଣ ପରେ, ମହିଳା ସଂରକ୍ଷଣ ବିଲ (ସମ୍ୱିଧାନ ୧୩୧ତମ…

ସିବିଏସ୍‌ଇ ମାଟ୍ରିକ ପରୀକ୍ଷାରେ ସ୍ମିତାରାଣୀଙ୍କ କୃତିତ୍ୱ

ବଲାଙ୍ଗୀର,୧୭ା୪(ସୁନିଲ କୁମାର ମହାନ୍ତି): ସିବିଏସ୍‌ଇ ମାଟ୍ରିକ ପରୀକ୍ଷାରେ ସେମଫୋର୍ଡ ଫ୍ୟୁଚରିଷ୍ଟିକ ବିଦ୍ୟାଳୟର ଛାତ୍ରୀଛାତ୍ର ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ସ୍ମିତାରାଣୀ ସାହୁ ୯୭.୨ ପ୍ରତିଶତ ସହ ସ୍କୁଲ…

ଜୀବିତ ବ୍ୟକ୍ତିଙ୍କୁ ମୃତ ଦର୍ଶାଉଛି ଆଧାରକାର୍ଡ ତଥ୍ୟ, ସଂଶୋଧନ ପାଇଁ ୪ ମାସ ହେଲା ଦୌଡୁଛନ୍ତି ଡାକସେବକ

ଦିଗପହଣ୍ଡି,୧୭ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସାହାସପୁର ଗ୍ରାମର କେ.ରକି ଦୋରା(୨୪) ଯୁକ୍ତ ୩ (ସ୍ନାତକ) ପାସ କରିବା ପରେ ଗତ ୨୦୨୩ରୁ ଦିଗପହଣ୍ଡି…

ମହିଳା ସଂରକ୍ଷଣ ବିଲ୍‌ କାଟ୍‌ ଖାଇବା ପରେ ରାହୁଲଙ୍କ ବଡ଼ ବୟାନ, ରାଜନୀତିରେ ହଲଚଲ…

ନୂଆଦିଲ୍ଲୀ,୧୭।୪: ଲୋକ ସଭାରେ ମହିଳା ସଂରକ୍ଷଣ ବିଲ ପାସ ହୋଇପାରି ନାହିଁ। ଏନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ ଏହା ସମ୍ୱିଧାନ ଉପରେ ଆକ୍ରମଣ…

କାର୍‌-ବସ୍‌ ମୁହାଁମୁହିଁ ଧକ୍କା: ଜଳିଗଲେ ଗୋଟିଏ ପରିବାରର ୯ ସଦସ୍ୟ

ୟାଦ୍‌ଗିର(କର୍ନାଟକ),୧୭ା୪: କର୍ନାଟକର ସୁରପୁର ତାଲୁକ୍‌ରେ ଶୁକ୍ରବାର ଏକ କାର୍‌ ଏବଂ ଘରୋଇ ବସ୍‌କୁ ମୁହାଁମୁହିଁ ଧକ୍କା ହୋଇଥିଲା। ପରବର୍ତ୍ତୀ ସମୟରେ କାରଟି ଜଳିଯିବାରୁ ସେଥିରେ ଥିବା ଗୋଟିଏ…

ମୋଦି ସରକାରଙ୍କୁ ଝଟ୍‌କା, ଲୋକ ସଭାରେ କାଟ୍‌ ଖାଇଲା ମହିଳା ସଂରକ୍ଷଣ ବିଲ୍‌

ନୂଆଦିଲ୍ଲୀ,୧୭।୪: କାଟ୍‌ ଖାଇଲା ମହିଳା ସଂରକ୍ଷଣ ବିଲ୍‌ । ଲୋକ ସଭାର ସ୍ବତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣ ବିଲକୁ ନେଇ ଭୋଟିଂ ହୋଇଥିଲା । ଯେଉଁଥିରେ କାଟ୍‌…

ପାକିସ୍ତାନରେ ଦିନିକିଆ ସିରିଜ ଖେଳିବ ଅଷ୍ଟ୍ରେଲିଆ, ଆସିଲା ଚୂଡ଼ାନ୍ତ କାର୍ଯ୍ୟସୂଚୀ

କରାଚୀ,୧୭ା୪: ଅଷ୍ଟ୍ରେଲିଆ କ୍ରିକେଟ ଦଳ ମେ ମାସ ଶେଷ ଭାଗରେ ଅଷ୍ଟ୍ରେଲିଆ ଟୁର୍‌ରେ ଯିବ ଏବଂ ଲାହୋର ଓ ରାଓଲପିଣ୍ଡିରେ ୩ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଦିନିକିଆ…

ଚଳଚଞ୍ଚଳ ରାଧାଦେଇପୁର, ଛୁଟୁଛି ଶ୍ରଦ୍ଧାଳୁଙ୍କ ଭିଡ଼, ଦାରୁ ବିଗ୍ରହଙ୍କ

ଦିଗପହଣ୍ଡି/ପାଟପୁର,୧୭୪(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ରାଧାଦେଇପୁର ଗ୍ରାମ ନୂଆସାହି ରେ ବହୁ ପୁରାତନ କାଳରୁ ପୂଜା ପାଇ ଆସୁଥିବା ଶ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri