Categories: ଖେଳ

କ୍ରୋଏସିଆକୁ ହରାଇଲା ସ୍ପେନ୍‌; ଭାଇରାଲ ହେଲା ଧୋନୀଙ୍କ ଏହି ଟୁଇଟ୍‌; ପ୍ରଶଂସକମାନେ…

ନୂଆଦିଲ୍ଲୀ,୩୦।୬: ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ନିଜର ଅନ୍ତଃରାଷ୍ଟ୍ରୀୟ କ୍ୟାରିୟର ଆରମ୍ଭ କରିବା ଦିନରେ ସୋସିଆଲ ମିଡିଆରେ ବେଶ ଆକ୍ଟିଭ ରହୁଥିଲେ। ସେ ଟୁଇଟରରେ ପ୍ରଶଂସକମାନଙ୍କ ସହ ଅନେକ ବିଷୟରେ ଚର୍ଚ୍ଚା କରିଥିଲେ। ବର୍ତ୍ତମାନ ଧୋନୀ ସୋସିଆଲ ମିଡିଆରୁ ଦୂରେଇ ଯାଇଥିଲେ ହେଁ ଏବେ ତାଙ୍କର ଏକ ପୁରୁଣା ଟୁଇଟ୍‌ ଭାଇରାଲ ହେଉଛି।

ମଙ୍ଗଳବାର ଧୋନୀଙ୍କ ସ୍ପେନ ଫୁଟବଲ ଟିମ୍‌ ପାଇଁ କରିଥିବା ପୁରୁଣା ଟୁଇଟ ଇଣ୍ଟରନେଟରେ ଭାଇରାଲ ହୋଇଥିଲା। ଧୋନୀଙ୍କ ଉକ୍ତ ଟୁଇଟ୍‌ଟି ୟୁରୋପିଆନ ଚାମ୍ପିୟନଶିପ୍‌ ୟୁଇଫା ୟୁରୋ ୨୦୨୦ ସମୟରେ ଭାଇରାଲ ହୋଇଥିଲା। ଧୋନୀ ୨୮ ଜୁନ ୨୦୧୨ରେ ସ୍ପେନ୍‌ ପାଇଁ ଟୁଇଟ୍‌ କରିଥିଲେ। ସ୍ପେନ୍‌ ଏହି ମ୍ୟାଚ୍‌କୁ ଜିତିବାର ହକ୍‌ଦାର। ହେଲେ ଏବେ ଏହା ଲଟେରୀ ଫୁଟବଲ। ଯିଏ ବି ଧୈର୍ଯ୍ୟର ସହ ଖେଳିବ, ସେ ଜିତିବ। ଗୋଲକିପରମାନଙ୍କ ପାଇଁ ହିରୋ ହେବାର ସମୟ ବୋଲି ସେ ଟୁଇଟ୍‌ରେ ଲେଖିଥିଲେ।

ସୋମବାର ୟୁଏଫା ୟୁରୋର ଅନ୍ତିମ-୧୬ରେ ସ୍ପେନ୍‌ କ୍ରୋଏସିଆକୁ ହରାଇଥିଲା। ଏହାପରେ ଧୋନୀଙ୍କ ଜଣେ ପ୍ରଶଂସକ ପୁରୁଣା ଟୁଇଟ୍‌ରେ କମେଣ୍ଟ ଦେଇ ‘ସ୍ପେନକୁ ଶୁଭକାମନା’ ବୋଲି ଲେଖିଥିଲେ। ଧିରେ ଧିରେ ଏହି ଟୁଇଟ୍‌ ଭାଇରାଲ ହୋଥିଲା।

Share