Posted inଖେଳ

୧୪ ମାସ ପରେ ମଇଦାନକୁ ଓହ୍ଲାଇବେ ଧୋନୀ: ପ୍ରଥମ ମ୍ୟାଚ୍‌ରେ ଭାଙ୍ଗିପାରନ୍ତି ଡିଭିଲିୟର୍ସଙ୍କ ଏହି ରେକର୍ଡ

ନୂଆଦିଲ୍ଲୀ,୧୮।୯: ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୧୩ତମ ସଂସ୍କରଣ। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ଚେନ୍ନାଇ ସୁପରକିଙ୍ଗ୍ସ(ସିଏସ୍‌କେ)ର ମୁକାବିଲା ମୁମ୍ବାଇ ଇଣ୍ଡିଆନ୍ସ(ଏମ୍‌ଆଇ) ସହ ହେବ। ଦୀର୍ଘ ୧୪ ମାସ ପରେ ଭାରତୀୟ ପୂର୍ବ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ପଡ଼ିଆକୁ ଓହ୍ଲାଉଥିବାରୁ ସମସ୍ତଙ୍କ ନଜର ଏହି ମୁକାବିଲା ଉପରେ ରହିଛି। ଧୋନୀ ଶେଷଥର ପାଇଁ ୨୦୧୯ ବିଶ୍ୱକପ୍‌ରେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ ଖେଳିଥିଲେ। ଏହାପରେ ଅଗଷ୍ଟ ମାସରେ ସେ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ୟାସ ନେଇସାରିଛନ୍ତି।

ଆଇପିଏଲ୍‌ ପ୍ରଥମ ମ୍ୟାଚ୍‌ରେ ଧୋନୀ ପଡ଼ିଆକୁ ଓହ୍ଲାଇବା ବେଳେ ତାଙ୍କ ସମ୍ମୁଖରେ ଆର୍‌ସିବି ଖେଳାଳି ଏବି ଡିଭିଲିୟର୍ସଙ୍କ ରେକର୍ଡ ଭାଙ୍ଗିବାର ସୁଯୋଗ ରହିବ। ଧୋନୀ ଆଇପିଏଲ୍‌ରେ ସବୁଠାରୁ ଅଧିକ ଛକ୍କା ମାରିଥିବା ଭାରତୀୟ ଖେଳାଳି। ତାଙ୍କ ଆଗରେ ରହିଛନ୍ତି ଓ୍ବେଷ୍ଟଇଣ୍ଡିଜର କ୍ରିସ ଗେଲ ଏବଂ ଡିଭିଲିୟର୍ସ। ଡିଭିଲିୟର୍ସ ଏଯାବତ ୨୧୨ ଛକ୍କା ମାରିଛନ୍ତି। ଅପରପକ୍ଷେ ଧୋନୀ ୨୦୯ ଛକ୍କା ମାରିଛନ୍ତି। ଏଭଳି ସ୍ଥିତିରେ ଏମ୍‌ଆଇ ବିପକ୍ଷରେ ସେ ଯଦି ଆଉ ୪ଟି ଛକ୍କା ମାରନ୍ତି ତେବେ ଡିଭିଲିୟର୍ସଙ୍କୁ ପଛରେ ପକାଇବେ। ତେବେ କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବ ପାଇଁ ଖେଳୁଥିବା କ୍ରିସ୍‌ ଗେଲ ଇତିମଧ୍ୟରେ ୩୨୬ ଛକ୍କା ମାରିଥିବା ହେତୁ ଏହାକୁ କାଟିବା କଷ୍ଟସାଧ୍ୟ ହେବ ବୋଲି କୁହାଯାଉଛି।

ଏଯାବତ ଆଇପିଏଲ୍‌ରେ ଧୋନୀଙ୍କ ଅନ୍ୟାନ୍ୟ ରେକର୍ଡକୁ ଯଦି ଦେଖିବା ତେବେ ସେ ସବୁଠାରୁ ଅଧିକ ମ୍ୟାଚ୍‌ରେ ଅଧିନାୟକ ହୋଇଥିବା ଖେଳାଳି। ସେ ସିଏସ୍‌କେ ପାଇଁ ୧୦ ସିଜନ୍‌ରେ ଏବଂ ରାଇଜିଂ ପୁଣେ ସୁପରଜିଆଣ୍ଟ୍ସ ପାଇଁ ଗୋଟିଏ ସିଜନରେ ମୋଟ ୧୭୪ ମ୍ୟାଚ୍‌ରେ ଅଧିନାୟକତ୍ୱ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହିସବୁ ବ୍ୟକ୍ତିଙ୍କୁ ମିଳିବ ମାଗଣା ରେଳ ସେବା: ରେଳ ବିଭାଗର ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୩: ପ୍ରତିରକ୍ଷା ସାହସିକତା ପୁରସ୍କାର ବିଜେତା ଓ ପରିବାରଙ୍କ ପାଇଁ ଖୁସିଖବର। ରେଳ ବିଭାଗ ପକ୍ଷରୁ ଗୁରୁବାର ଏକ ବଡ଼ ଘୋଷଣା କରାଯାଇଛି। ସାହସିକତା ପୁରସ୍କାର ପ୍ରାପ୍ତଙ୍କୁ…

ଯୁଦ୍ଧ ରୋକିବା ପାଇଁ ଭାରତ ଉପରେ କାହିଁକି ନିର୍ଭର କରୁଛି ଇରାନ? ଜାଣନ୍ତୁ ୫ କାରଣ

ନୂଆଦିଲ୍ଲୀ,୨୬।୩: ଗତକାଲି ନୂଆଦିଲ୍ଲୀରେ ଦେଇଥିବା ବିବୃତ୍ତିରେ, ଇରାନ ରାଷ୍ଟ୍ରଦୂତ ମହମ୍ମଦ ଫଥାଲି ଇରାନ-ଇସ୍ରାଏଲ ବିବାଦରେ ଭାରତକୁ ଏକ ନିର୍ଭରଯୋଗ୍ୟ ମଧ୍ୟସ୍ଥି ଭାବରେ ବର୍ଣ୍ଣନା କରିଥିଲେ, ଯାହା ମଧ୍ୟପ୍ରାଚ୍ୟରେ…

ଜଳଖିଆ ହେଲା କାଳ! ଝାଡାବାନ୍ତି ପରେ ହସ୍ପିଟାଲରେ ୧୯ଛାତ୍ରୀଛାତ୍ର

ସୁନ୍ଦରଗଡ,୨୬।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସଦର ବ୍ଲକ ଅନ୍ତର୍ଗତ ଲହଣ୍ଡାବୁଡ ପଞ୍ଚାୟତ ହାଇସ୍କୁଲ ର ୧୯ଜଣ ଛାତ୍ରୀଛାତ୍ର ଝାଡାବାନ୍ତିରେ ଆକ୍ରାନ୍ତହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଅସୁସ୍ଥଙ୍କ…

ସାଇକେଲରେ ବିଦ୍ୟାଳୟ ଯାଉଥିଲେ ଦୁଇ ଛାତ୍ର, ପାଚେରିରେ ପିଟି ହୋଇ…

ମୋହନା,୨୬ା୩(ମନ୍ମଥ ମିଶ୍ର): ସାଇକେଲରେ ବିଦ୍ୟାଳୟକୁ ଯିବା ବେଳେ ପାଚେରିରେ ପିଟି ହୋଇ ଦୁଇ ଛାତ୍ର ଗୁରୁତର ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା…

କୋଲକାତାରେ ନିର୍ବାଚନ ପୂର୍ବରୁ ରକ୍ତପାତ! TMC କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା

କୋଲକାତା,୨୬।୩: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ନିର୍ବାଚନ ପୂର୍ବରୁ ହିଂସାର ଆଉ ଏକ ଘଟଣା ସାମ୍ନାକୁ ଆସିଛି। ବୁଧବାର ବିଳମ୍ବିତ ରାତିରେ, ଫୁଲବାଗାନ ଅଞ୍ଚଳର ବାଘଜାତୀନରେ ତୃଣମୂଳ କଂଗ୍ରେସ…

ଏବେ ବିଶ୍ୱଯୁଦ୍ଧ ଥୟ! ଆମେରିକା ପରେ ଇରାନକୁ ଧମକ ଦେଲେ ୬ ଦେଶ, ଆଗକୁ…

ନୂଆଦିଲ୍ଲୀ,୨୬।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବା ରିପୋର୍ଟ ମଧ୍ୟରେ, ସାଉଦି ଆରବ, କତାର, କୁୱେତ, ସଂଯୁକ୍ତ ଆରବ ଏମିରେଟ୍ସ, ବାହାରିନ ଏବଂ ଜୋର୍ଡାନ ମିଳିତ ଭାବରେ ଇରାନ…

ବଢ଼ିବନି ବିଧାୟକଙ୍କ ଦରମା: ଗୃହର ସବୁ ସଦସ୍ୟଙ୍କୁ ଚିଠି ଲେଖିଲେ…

ଭୁବନେଶ୍ୱର,୨୬।୩: ବିଧାନସଭାରେ ବିଧାୟକଙ୍କ ଦରମା ବୃଦ୍ଧି ବିଲ ପ୍ରତ୍ୟାହାର ନେଇ ପ୍ରକ୍ରିୟା।ଏନେଇ ବିଧାନସଭା ସଚିବଙ୍କ ପକ୍ଷରୁ ଗୃହର ସବୁ ସଦସ୍ୟଙ୍କୁ ଚିଠି ଲେଖାଯାଇଛି। ସଂସଦୀୟ ମନ୍ତ୍ରୀ ମୁକେଶ…

ଏପ୍ରିଲ ୧ରୁ ବଢିବ ଏହି ସବୁ ଔଷଧର ମୂଲ୍ୟ: ପାରାସିଟାମଲଠାରୁ ଆଣ୍ଟିବାୟୋଟିକ ପର୍ଯ୍ୟନ୍ତ….

ନୂଆଦିଲ୍ଲୀ,୨୬।୩: ୧ ଏପ୍ରିଲ, ୨୦୨୬ ଠାରୁ, ଯନ୍ତ୍ରଣା ନିବାରକ, ଆଣ୍ଟିବାୟୋଟିକ ଏବଂ ଜ୍ୱର ହ୍ରାସକାରୀ ଔଷଧର ମୂଲ୍ୟ ବୃଦ୍ଧି ପାଇବ। ଜାତୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ କର୍ତ୍ତୃପକ୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri