Categories: ଖେଳ

ଚା’ ଫାକ୍ଟ୍ରିରେ କାମ କରୁଥିଲେ ସାକ୍ଷୀଙ୍କ ବାପା, ଏକା ସ୍କୁଲରେ ପଢ଼ିଥିଲେ ବି ଚିହ୍ନି ନ ଥିଲେ ଧୋନୀ; ହେଲେ..

ନୂଆଦିଲ୍ଲୀ,୧୯।୧୧: ଏକ ସମୟରେ ମହେନ୍ଦ୍ର ସିଂ ଧୋନୀଙ୍କୁ ପାଇବାକୁ ଝିଅମାନେ ପାଗଳପ୍ରାୟ ଥିଲେ। ଅନେକ ନାୟିକାମାନଙ୍କ ସହ ତାଙ୍କ ନାମ ଯୋଡା ମଧ୍ୟ ଯାଇଥିଲା। ହେଲେ ଧୋନୀଙ୍କ ହୃଦୟକୁ ଜିଣିଥିଲେ ସାକ୍ଷୀ ସିଂହ। ଏବେ ସୋସିଆଲ ମିଡିଆରେ ତାଙ୍କର ଲକ୍ଷ ଲକ୍ଷ ପ୍ରଶଂସକ।

ସାକ୍ଷୀଙ୍କ ପରିବାକୁ ଯଦି ଦେଖାଯାଏ ତେବେ ତାଙ୍କ ବାପା ରାଜେନ୍ଦ୍ର ସିଂହ ରାଓ୍ବତ କଲିକତାର ଚା‘ୟ’ କମ୍ପାନୀରେ ୩୦ ବର୍ଷରୁ ଅଧିକ ସମୟ ଧରି କାମ କରିଥିଲେ। ଧୋନୀ ଏବଂ ସାକ୍ଷୀ ଗୋଟିଏ ସ୍କୁଲରେ ପଢ଼ୁଥିଲେ ହେଲେ ସେତେବେଳେ ସେମାନେ କେହି କାହାକୁ ଚିହ୍ନି ନ ଥିଲେ। ୨୦୦୮ରେ ସାକ୍ଷୀ କଲିକତାର ତାଜ ହୋଟେଲରେ ଧୋନୀଙ୍କୁ ଦେଖିଥିଲେ। ସେ ସେତେବେଳେ ହୋଟେଲ ମ୍ୟାନେଜମେଣ୍ଟ କୋର୍ସ କରିବା ପରେ ନିଜର ଟ୍ରେନିଂ ନେଉଥିଲେ। ଉକ୍ତ ହୋଟେଲରୁ ହିଁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ଏହାର ୨ ବର୍ଷ ପରେ ଉଭୟ ବିବାହ କରିଥିଲେ। ଏବେ ଉଭୟଙ୍କ ବିବାହକୁ ୧୦ ବର୍ଷରୁ ଅଧିକ ସମୟ ବିତିସାରିଛି।

Share