Categories: ଖେଳ

ୟୁଏଇ ଗସ୍ତ ସମୟରେ ବିମାନରେ ଘଟିଲା ଏଭଳି ଘଟଣା: ଲୋକେ କହୁଛନ୍ତି ‘ ପୁଣି ଥରେ ହୃଦୟ ଜିତିନେଲେ ଧୋନୀ’

ନୂଆଦିଲ୍ଲୀ,୨୨।୮: ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବ ବହୁ ପ୍ରତିକ୍ଷିତ ଆଇପିଏଲ୍‌। ବିଭିନ୍ନ ଟିମ୍‌ର ଖେଳାଳିମାନେ ଏହାକୁ ନେଇ ଦୁବାଇ ଯାତ୍ରା କରୁଛନ୍ତି। ଏହି କ୍ରମରେ ଚେନ୍ନାଇ ସୁପରକିଙ୍ଗ୍ସ(ସିଏସ୍‌କେ) ସହ ଆଇପିଏଲ୍‌ରେ ଭାଗ ନେବା ପାଇଁ ଯାଉଥିବା ମହେନ୍ଦ୍ର ସିଂ ଧୋନୀ ସମସ୍ତଙ୍କ ହୃଦୟ ଜିତିବା ଭଳି ଆଉ ଏକ କାମ କରିଛନ୍ତି।

ଶୁକ୍ରବାର ଚେନ୍ନାଇରୁ ବିମାନ ଯୋଗେ ୟୁଏଇ ଯାତ୍ରା କରୁଥିଲେ ଏହି ପୂର୍ବ ଭାରତୀୟ ଅଧିନାୟକ। ଏହି ସମୟରେ ସେ ଜଣେ ଯାତ୍ରୀଙ୍କ ସହ ବିଜିନେସ୍‌ କ୍ଲାସ୍‌ର ସିଟ୍‌ ବଦଳାଇଦେଇଥିଲେ। ଏହା ବଦଳରେ ସେ ଇକୋନୋମୀ କ୍ଲାସ ସିଟ୍‌ରେ ବସିଥିଲେ। ଘଟଣା ଜଣାପଡ଼ିବା ପରେ ଧୋନୀଙ୍କ ପ୍ରଶଂସା କରାଯାଉଛି।

ତେବେ ଜଣେ ଯାତ୍ରୀଙ୍କ ଗୋଡ଼ ବହୁତ ଲମ୍ବା ଥିବା ଯୋଗୁ ସେ ଇକୋନୋମୀ ସିଟ୍‌ରେ ଠିକ୍‌ ଭାବେ ବସିପାରୁ ନ ଥିଲେ। ଏହା ବିଜିନେସ୍‌ କ୍ଲାସରେ ଯାତ୍ରା କରୁଥିବା ଧୋନୀ ଜାଣିବାକୁ ପାଇଥିଲେ। ଏହାପରେ ସେ ବିନା ଦ୍ୱିଧାରେ ନିଜ ସିଟ୍‌ ବଦଳାଇଦେଇଥିଲେ। ଏହା ସେଠାରେ ଉପସ୍ଥିତ ଅନେକଙ୍କୁ ଚକିତ କରିଥିଲା। ଏ ସମ୍ପର୍କିତ ଏକ ଭିଡିଓ ଜଣେ ବ୍ୟବହାରକାରୀ ଟୁଇଟରରେ ଶେୟାର କରିଛନ୍ତି।

Share