Posted inଖେଳ

ଏହି ଖେଳାଳିଙ୍କୁ ନିଜ ଜର୍ସି ଦେଇ ଧୋନୀ ନେଇଥିଲେ ଅବସର

କିମ୍ବଦନ୍ତୀ ଉଇକେଟ କିପର ବ୍ୟାଟ୍ସମ୍ୟାନ ଏମ.ଏସ ଧୋନୀ ଆଜି ତାଙ୍କର ୩୯ତମ ଜନ୍ମଦିନ ପାଳନ କରୁଛନ୍ତି। ଚେନ୍ନାଇ ସୁପର କିଙ୍ଗ୍ସରେ ଧୋନୀଙ୍କ ସାଥୀ ଡ୍ବେନ ବ୍ରାଭୋ ତାଙ୍କ ଜନ୍ମଦିନରେ ଏକ ଗୀତ ରିଲିଜ କରି ଉପହାର ଦେଇଥିବାବେଳେ ସୁରେଶ ରାଇନା ଏକ ଭିଡିଓ ଶେୟାର କରି ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି। ଧୋନୀଙ୍କ ସହ ରାଇନା କେତେ ଘନିଷ୍ଠ ତାହା ସମସ୍ତେ ଜାଣିଛନ୍ତି। ମେଲବର୍ଣ୍ଣ ଗ୍ରାଉଣ୍ଡରେ ଖେଳାଯାଇଥିବା ବର୍ଡର ଗାଭାସ୍କର ସିରିଜର ତୃତୀୟ ମ୍ୟାଚ ଶେଷ ହେବା ମାତ୍ରେ ଧୋନୀ ସାରା ବିଶ୍ୱକୁ ଚକିତ କରିଦେଇଥିଲେ। ୨୦୧୪ରେ ଡିସେମ୍ବର ୩୦ରେ ମେଲବୋର୍ଣ୍ଣ ଟେଷ୍ଟ ପରେ କାହାକୁ ନ ଜଣାଇ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଥିଲେ। ଧୋନୀ ଶେଷ ଟେଷ୍ଟରେ ଅଷ୍ଟ୍ରେଲିଆ ବିପକ୍ଷରେ ୧୧ ଓ ୨୪ ସ୍କୋର କରିଥିଲେ। ଧୋନୀ ଯେତେବେଳେ ପାଭିଲିୟନକୁ ଫେରୁଥିଲେ ସେତେବେଳେ ସେ ବହୁତ ଖୁସି ଥିଲେ, ସାଧାରଣ ଖେଳାଳିଙ୍କ ପରି ସମସ୍ତ ଖେଳାଳିଙ୍କ ସହ ଡ୍ରେସିଂ ରୁମ୍‌କୁ ଫେରିଥିଲେ। ଧୋନୀ ଆଜି ଟେଷ୍ଟ କ୍ରିକେଟକୁ ବିଦାୟ ଦେବାକୁ ଯାଉଛନ୍ତି ବୋଲି କେହି ଜାଣି ନ ଥିଲେ। ଧୋନୀ ଡ୍ରେସିଂ ରୁମକୁ ଫେରି ନିକଟସ୍ଥ ସମସ୍ତ ଖେଳାଳିଙ୍କୁ ଡାକି ହଠାତ୍‌ ତାଙ୍କ ଅବସର ବିଷୟରେ କହିଥିଲେ। ଧୋନୀଙ୍କ ଅବସର ନେବାକୁ ନିଷ୍ପତ୍ତି ସମସ୍ତ ଖେଳାଳିଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଧୋନୀଙ୍କ ଅବସର ପରେ ରାଇନା କହିଥିଲେ ଯେ, ତାଙ୍କର ଅବସର କାହାକୁ ଜଣା ନ ଥିଲା। ସେଦିନ ଡାଇନିଂ ଟେବୁଲରେ ବସି ଖାଉଥିବାବେଳେ ସେ ମୋ ପାଖକୁ ଆସି କହିଥିଲେ, ମୋର ଜର୍ସିକୁ, ତୁମେ ଏହାକୁ ରଖ। ସେ ଜଳଖିଆ ଖାଉଥିଲେ ଏବଂ କାହା ସହିତ କଥାବାର୍ତ୍ତା କରୁ ନ ଥିଲେ। ମୁଁ ସେଦିନ ଭାବିଥିଲି ଆଜି ସାରେ କିଛି ବଡ ଘଟଣା ଘଟିବ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri