Posted inଖେଳ

ଏହି ଖେଳାଳିଙ୍କୁ ନିଜ ଜର୍ସି ଦେଇ ଧୋନୀ ନେଇଥିଲେ ଅବସର

କିମ୍ବଦନ୍ତୀ ଉଇକେଟ କିପର ବ୍ୟାଟ୍ସମ୍ୟାନ ଏମ.ଏସ ଧୋନୀ ଆଜି ତାଙ୍କର ୩୯ତମ ଜନ୍ମଦିନ ପାଳନ କରୁଛନ୍ତି। ଚେନ୍ନାଇ ସୁପର କିଙ୍ଗ୍ସରେ ଧୋନୀଙ୍କ ସାଥୀ ଡ୍ବେନ ବ୍ରାଭୋ ତାଙ୍କ ଜନ୍ମଦିନରେ ଏକ ଗୀତ ରିଲିଜ କରି ଉପହାର ଦେଇଥିବାବେଳେ ସୁରେଶ ରାଇନା ଏକ ଭିଡିଓ ଶେୟାର କରି ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି। ଧୋନୀଙ୍କ ସହ ରାଇନା କେତେ ଘନିଷ୍ଠ ତାହା ସମସ୍ତେ ଜାଣିଛନ୍ତି। ମେଲବର୍ଣ୍ଣ ଗ୍ରାଉଣ୍ଡରେ ଖେଳାଯାଇଥିବା ବର୍ଡର ଗାଭାସ୍କର ସିରିଜର ତୃତୀୟ ମ୍ୟାଚ ଶେଷ ହେବା ମାତ୍ରେ ଧୋନୀ ସାରା ବିଶ୍ୱକୁ ଚକିତ କରିଦେଇଥିଲେ। ୨୦୧୪ରେ ଡିସେମ୍ବର ୩୦ରେ ମେଲବୋର୍ଣ୍ଣ ଟେଷ୍ଟ ପରେ କାହାକୁ ନ ଜଣାଇ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଥିଲେ। ଧୋନୀ ଶେଷ ଟେଷ୍ଟରେ ଅଷ୍ଟ୍ରେଲିଆ ବିପକ୍ଷରେ ୧୧ ଓ ୨୪ ସ୍କୋର କରିଥିଲେ। ଧୋନୀ ଯେତେବେଳେ ପାଭିଲିୟନକୁ ଫେରୁଥିଲେ ସେତେବେଳେ ସେ ବହୁତ ଖୁସି ଥିଲେ, ସାଧାରଣ ଖେଳାଳିଙ୍କ ପରି ସମସ୍ତ ଖେଳାଳିଙ୍କ ସହ ଡ୍ରେସିଂ ରୁମ୍‌କୁ ଫେରିଥିଲେ। ଧୋନୀ ଆଜି ଟେଷ୍ଟ କ୍ରିକେଟକୁ ବିଦାୟ ଦେବାକୁ ଯାଉଛନ୍ତି ବୋଲି କେହି ଜାଣି ନ ଥିଲେ। ଧୋନୀ ଡ୍ରେସିଂ ରୁମକୁ ଫେରି ନିକଟସ୍ଥ ସମସ୍ତ ଖେଳାଳିଙ୍କୁ ଡାକି ହଠାତ୍‌ ତାଙ୍କ ଅବସର ବିଷୟରେ କହିଥିଲେ। ଧୋନୀଙ୍କ ଅବସର ନେବାକୁ ନିଷ୍ପତ୍ତି ସମସ୍ତ ଖେଳାଳିଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଧୋନୀଙ୍କ ଅବସର ପରେ ରାଇନା କହିଥିଲେ ଯେ, ତାଙ୍କର ଅବସର କାହାକୁ ଜଣା ନ ଥିଲା। ସେଦିନ ଡାଇନିଂ ଟେବୁଲରେ ବସି ଖାଉଥିବାବେଳେ ସେ ମୋ ପାଖକୁ ଆସି କହିଥିଲେ, ମୋର ଜର୍ସିକୁ, ତୁମେ ଏହାକୁ ରଖ। ସେ ଜଳଖିଆ ଖାଉଥିଲେ ଏବଂ କାହା ସହିତ କଥାବାର୍ତ୍ତା କରୁ ନ ଥିଲେ। ମୁଁ ସେଦିନ ଭାବିଥିଲି ଆଜି ସାରେ କିଛି ବଡ ଘଟଣା ଘଟିବ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri