Categories: ଖେଳ

ଆମେ ବେଶି କଥା କହୁନାହିଁ, ଶାନ୍ତ ଥାଉ: ଧୋନୀ

ଦୁବାଇ,୧୬।୧୦: ଏଠାରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୧ର ଫାଇନାଲ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସକୁ ହରାଇ ଚତୁର୍ଥ ଥର ପାଇଁ ଚାମ୍ପିୟନ ହୋଇଛି ଚେନ୍ନାଇ ସୁପରକିଙ୍ଗ୍ସ। ଗତ ବର୍ଷ ପ୍ଲେଅଫ୍‌ରେ ସ୍ଥାନ ପାଇବାରେ ବିଫଳ ହୋଇଥିବା ଚେନ୍ନାଇ ଚଳିତ ଥର ଭଲ ପ୍ରଦର୍ଶନ କରିଥିଲା। ଫାଇନାଲ୍‌ ଜିତିବା ପରେ ସିଏସ୍‌କେ ଅଧିନାୟକ ବେଶ୍‌ ଖୁସି ନଜର ଆସିଥିଲେ। ସେ ପ୍ରତିକ୍ରିୟା ରଖି କହିଥିଲେ, କେକେଆର୍‌ ବିଷୟରେ ପ୍ରଥମେ କଥା ହେବାକୁ ଚାହିଁବି। ଯେଉଁଭଳି ଆରମ୍ଭ ସେମାନେ କରିଥିଲେ, ସେଭଳି ସ୍ଥିତିରୁ ବାହାରି ଖେଳିବା ସହଜ ନୁହେଁ। ହେଲେ ସେମାନେ ଭଲ ଖେଳିଥିଲେ। ସିଏସ୍‌କେ କଥା କହିଲେ ଆମେ ଭିନ୍ନ ଭିନ୍ନ ଭାବେ ଖେଳାଳିଙ୍କ ଉପଯୋଗ କରିଥିଲୁ। ଖେଳାଳିଙ୍କଠାରୁ ରନ୍‌ ହାସଲ କରିଥିଲୁ। ସବୁ ମ୍ୟାଚ୍‌ରେ ସେମାନେ ଭଲ ଖେଳିଥିଲେ। ସବୁ ଫାଇନାଲ ସ୍ବତନ୍ତ୍ର ଥାଏ। କିଛି ଫାଇନାଲ ଏଭଳି ଥିଲା ଯେତେବେଳେ ମାତ୍ର ୧୫ ମିନିଟ୍‌ରେ କିଛି ଏଭଳି ହୋଇଥିଲା, ଆମେ ହାରି ଯାଇଥିଲୁ। ଆଶା କରୁଛି ଆସନ୍ତା ସିଜନରେ ଚେନ୍ନାଇ ପୂର୍ବଭଳି ଖେଳୁ। ଆମେ ବେଶି କହୁନାହିଁ। ଅଭ୍ୟାସ ହେଉ ଅବା ମିଟିଂ, ଆମେ ଶାନ୍ତ ରହୁ। ଆମର ଅଭ୍ୟାସ ଭଲ ଥିଲା, ସେଠାରୁ ହିଁ ଆମେ ମଜଭୂତ ହୋଇଥିଲୁ। ଏହାଛଡ଼ା ଧୋନୀ ପ୍ରଶଂସକଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। ଆମେ ଯେଉଁଠି ବି ଖେଳୁ, ସବୁଠାରେ ସିଏସ୍‌କେର ପ୍ରଶଂସକ ମିଳିଛନ୍ତି। ଲୋକମାନେ ଏଭଳି ଆସନ୍ତୁ, ଆମକୁ ପ୍ରୋତ୍ସାହିତ କରନ୍ତୁ। ଆଶା କରୁଛୁ ଆସନ୍ତା ବର୍ଷ ଚେନ୍ନାଇକୁ ପୁଣି ଫେରିବୁ ବୋଲି ସେ କହିଛନ୍ତି।

Share