Categories: ଖେଳ

ପୁରୁଣା ବନ୍ଧୁଙ୍କ ସହ ଲଞ୍ଚ, ଭାଇରାଲ ହେଉଛି ଧୋନୀଙ୍କ ନୂଆ ଲୁକ୍‌ର ଫଟୋ

ରାଞ୍ଚି,୧୪।୭: କ୍ରିକେଟରୁ ଅବସର ନେବା ପରେ ରାଞ୍ଚିରେ ପରିବାର ସହ ସମୟ ଅତିବାହିତ କରୁଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ। ହେଲେ ସାର୍ବଜନିକ ସ୍ଥାନକୁ ଯିବାକୁ ପସନ୍ଦ କରୁ ନ ଥିବାରୁ ପ୍ରଶଂସକଙ୍କୁ ତାଙ୍କର ସାମାନ୍ୟ ଝଲକ ପାଇବାକୁ ମାସ ମାସ ଅପେକ୍ଷା କରିବାକୁ ପଡ଼ିଥାଏ। ଏବେ ଚେନ୍ନାଇ ସୁପରକିଙ୍ଗ୍ସର ଅଧିନାୟକ ଧୋନୀଙ୍କ ଏକ ଫଟୋ ଭାଇରାଲ ହେଉଛି। ଏଥିରେ ସେ ବନ୍ଧୁମାନଙ୍କ ସହ ଲଞ୍ଚ କରୁଥିବା ନଜର ଆସୁଛି। ତେବେ ଫଟୋରେ ତାଙ୍କର ନୂଆ ଲୁକ୍‌ ପ୍ରଶଂସକଙ୍କୁ ପସନ୍ଦ ଆସୁଛି।

ଧୋନୀ ଘରେ ଥିବା ସମୟରେ ଅନେକ ଥର ନିଜର ଲୁକ୍‌ରେ ପରିବର୍ତ୍ତନ କରିଛନ୍ତି। ମେ’ ୨୦୨୦ରେ ତାଙ୍କର ଗ୍ରେ ଦାଢ଼ୀ ସମସ୍ତଙ୍କୁ ଚକିତ କରିଥିଲା। ଉକ୍ତ ବର୍ଷ ଆଇପିଏଲ୍‌ରେ ମଧ୍ୟ ତାଙ୍କୁ ଦାଢ଼ୀ ଥିବା ଲୁକ୍‌ରେ ଦେଖିବାକୁ ମିଳିଥିଲା। ପରେ ଆଇପିଏଲ୍‌ ୨୦୨୧ରେ ସେ ନିଜ ଲୁକ୍‌ ବଦଳାଇ ଦେଇଥିଲେ।
ଧୋନୀ ଏବେ ନିଜ ଘରେ ସମୟ ଅତିବାହିତ କରୁଛନ୍ତି। ଆଗାମୀ ଦିନରେ ସେ ଆଇପିଏଲ୍‌ର ଦ୍ୱିତୀୟ ଭାଗରେ ନଜର ଆସିବେ। ଏଥିପାଇଁ ଖେଳାଳିମାନେ ଅଗଷ୍ଟର ତୃତୀୟ ଅଥବା ଚତୁର୍ଥ ସପ୍ତାହରେ ୟୁଏଇ ଯିବେ।

Share