Categories: ଖେଳ

ନୂଆ ଅବତାରରେ ଧୋନୀ

ନୂଆଦିଲ୍ଲୀ,୩।୨:ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କ୍ରିକେଟ୍‌ରୁ ଅବସର ନେଇସାରି ଥିଲେ ମଧ୍ୟ ତାଙ୍କ କ୍ରେଜ୍‌ କମିନି। ଭାରତର ଅନ୍ୟତମ ସଫଳ ଅଧିନାୟକ ଧୋନୀଙ୍କୁଏବେ ନୂଆ ଅବତାରରେ ଦେଖିବାକୁ ମିଳିବ। ଗ୍ରାଫିକ ଉପନ୍ୟାସ ‘ଅଥର୍ବ’ରେ ସେ ନଜର ଆସିବେ। ଏହାର ପ୍ରଥମ ଲୁକ ମୁକ୍ତିଲାଭ କରିଛି। ଏଥିରେ ଧୋନୀ ଯୁଦ୍ଧକ୍ଷେତ୍ରରେ ଏକ ଆନିମେଟେଡ ଅବତାରରେ ନଜର ଆସିଛନ୍ତି। ଏହି ଗ୍ରାଫିକ ଉପନ୍ୟାସର ଶୀର୍ଷକ ହେଉଛି ଅଥର୍ବ- ଦ ଅରିଜିନ୍‌। ଏହା ରମେଶ ଥାମିଲାନୀଙ୍କ ଏକ କାହାଣୀ ଉପରେ ଆଧାରିତ। ଧୋନୀଙ୍କ ସ୍ତ୍ରୀ ସାକ୍ଷୀ ଏହି ଏଣ୍ଟରଟେନମେଣ୍ଟର ପରିଚାଳନା ନିର୍ଦ୍ଦେଶକ ଅଛନ୍ତି।
ଧୋନୀ ଆଇପିଏଲର ପରବର୍ତ୍ତୀ ସିଜନରେ ୪ଥର ଚାମ୍ପିଅନ ଦଳ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳୁଥିବା ଦେଖିବାକୁ ମିଳିବ। ଧୋନୀଙ୍କ ଅଧିନାୟକତ୍ୱରେ ଦଳ ଗତ ସିଜନରେ ମଧ୍ୟ ଚାମ୍ପିଅନ ହୋଇଥିଲା।

Share