Categories: ଖେଳ

ଧୋନୀଙ୍କ ପାଇଁ ଖାସ ଦିନ

ଚେନ୍ନାଇ, ୫।୪- ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ପାଇଁ ଆଜି (ଏପ୍ରିଲ ୫) ବେଶ୍‌ ଖାସ ଦିନ। ଆଜିକୁ ଠିକ୍‌ ୧୬ ବର୍ଷ ତଳେ ଏହି ବ୍ୟାଟ୍ସମ୍ୟାନ ହାସଲ କରିଥିଲେ କ୍ୟାରିୟରର ପ୍ରଥମ ଶତକ। ବିଶାଖାପାଟଣାଠାରେ ପାକିସ୍ତାନ ବିପକ୍ଷ ଦ୍ୱିତୀୟ ମ୍ୟାଚ୍‌ରେ ଧୋନୀ କ୍ୟାରିୟରରେ ପ୍ରଥମ ଥର ପାଇଁ ଟପ୍‌ ଅର୍ଡରରେ ବ୍ୟାଟିଂ କରିବାକୁ ପାଇଥିଲେ ସୁଯୋଗ। ଏହାର ପୂରା ଫାଇଦା ଉଠାଇଥିଲେ ଡାହାଣହାତୀ ବ୍ୟାଟ୍ସମ୍ୟାନ। ଖେଳିଥିଲେ ବିସ୍ଫୋରକ ୧୪୮ ରନ୍‌ର ଶତକୀୟ ପାଳି। ତାଙ୍କର ଏହି ଇନିଂସରେ ସାମିଲ ଥିଲା ୧୫ ଚୌକା ଓ ୪ ଛକା। ଏହି ପାଳି ବଳରେ ଅନ୍ତର୍ଜାତୀୟ ସ୍ତରରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ଧୋନୀ।

ମୋଟ ଉପରେ ୩୫୦ ଦିନିକିଆ ମ୍ୟାଚ୍‌ ଖେଳିଥିବା ଧୋନୀ ଗତବର୍ଷ ଅଗଷ୍ଟ ୧୫ ତାରିଖରେ ଅନ୍ତର୍ଜାତୀୟ ସ୍ତରରୁ ସନ୍ନ୍ୟାସ ନେଇଥିଲେ। ଶ୍ରୀଲଙ୍କା ବିପକ୍ଷରେ ୨୦୧୦ରେ ଧୋନୀ (୧୮୩*) ଖେଳିଥିଲେ କ୍ୟାରିୟରର ଶ୍ରେଷ୍ଠ ଦିନିକିଆ ଇନିଂସ। ତାଙ୍କ ନେତୃତ୍ୱରେ ଟିମ୍‌ ଇଣ୍ଡିଆ ଆଇସିସିର ସମସ୍ତ ମେଜର ଟ୍ରଫି (୫୦ ଓଭରିଆ ବିଶ୍ୱକପ୍‌, ଟି୨୦ ବିଶ୍ୱକପ୍‌ ଓ ଚାମ୍ପିୟନ୍ସ ଟ୍ରଫି) ହାତେଇଥିଲା। ଏଭଳି ସଫଳତା ପାଇବାରେ ସେ ବିଶ୍ୱର ଏକମାତ୍ର ଅଧିନାୟକ।

Share