Categories: ଖେଳ

ଚଳିତବର୍ଷ ଭାରତୀୟ ଖେଳ ଜଗତରେ ସର୍ବାଧିକ ପସନ୍ଦର ଟୁଇଟ୍‌: ଜାଣନ୍ତୁ କେଉଁ ଖେଳାଳି କରିଥିଲେ ଏହି ଟୁଇଟ୍‌

ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ସୋସିଆଲ ମିଡିଆରେ ବେଶୀ ସକ୍ରିୟ ନ ଥାନ୍ତି। ସେ ତାଙ୍କର ଅଫିସିଆଲ ସୋସିଆଲ ମିଡିଆ ଆକାଉଣ୍ଟରେ ଫଟୋ କିମ୍ବା ମେସେଜ ପୋଷ୍ଟ କରିବାର ଦୀର୍ଘ ସମୟ ହେଲାଣି। ସୋସିଆଲ ମିଡିଆରେ ସକ୍ରିୟ ନ ଥିଲେ ମଧ୍ୟ ଧୋନୀଙ୍କ ଲୋକପ୍ରିୟତା ହ୍ରାସ ପାଇନାହିଁ। ଭେଟେରାନ ଉଇକେଟକିପର-ବ୍ୟାଟ୍ସମ୍ୟାନ ସମଗ୍ର ବିଶ୍ୱରେ ଲୋକପ୍ରିୟତା ହାସଲ କରିଛନ୍ତି। ଇନଷ୍ଟାଗ୍ରାମରେ ତାଙ୍କର ୩୦.୧ ନିୟୁତ ଏବଂ ଟୁଇଟରରେ ୮.୧ ନିୟୁତ ଅନୁଗାମୀ ଅଛନ୍ତି। ଚଳିତ ବର୍ଷ ପ୍ରାରମ୍ଭରେ ତାଙ୍କର ଗୋଟିଏ ପୋଷ୍ଟକୁ ଅଧିକ ପସନ୍ଦ କରାଯାଇଥିଲା।
ଟୁଇଟର ଇଣ୍ଡିଆ ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧୋନୀ ଧନ୍ୟବାଦ ଜଣାଇଥିବା ଟୁଇଟ୍‌ ଚଳିତବର୍ଷ ଭାରତୀୟ କ୍ରୀଡ଼ା ଜଗତରେ ସର୍ବାଧିକ ରିଟୁଇଟ ହୋଇଛି। ଏହାକୁ ୭୩.୫୦୦ ଥର ରିଟୁଇଟ୍‌ କରାଯାଇଥିଲା। ସୂଚନାଯୋଗ୍ୟ, ମହେନ୍ଦ୍ର ସିଂ ଧୋନୀଙ୍କ ଅବସର ଘୋଷଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଏକ ଚିଠି ଲେଖିଥିଲେ। ଧୋନୀ ଟୁଇଟ କରି ତାଙ୍କୁ ଧନ୍ୟବାଦ୍‌ ଦେଇଥିଲେ। ଧୋନୀ ଚଳିତ ବର୍ଷ ଅଗଷ୍ଟ ୧୫ରେ ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ନେଇଥିଲେ। ଅବସର ପରେ ଆଇପିଏଲ ୨୦୨୦ରେ ଖେଳିଥିଲେ। ତେବେ ସେ ଚଳିତ ବର୍ଷ ପ୍ଲେ ଅଫରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପହଞ୍ଚାଇ ପାରି ନ ଥିଲେ। ଆଇପିଏଲ ଇତିହାସରେ ପ୍ରଥମ ଥର ପାଇଁ ଏହା ଘଟିଥିଲା।

Share