Categories: ଖେଳ

ସାମ୍ନାକୁ ଆସିଲା ଧୋନୀଙ୍କ ନୂଆ ଲୁକ୍‌

ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ କ୍ରିକେଟରୁ ସନ୍ୟାସ ନେବା ପରେ ଅଧିକାଂଶ ସମୟ ନିଜର ହୋମ୍‌ ଟାଉନ୍‌ ରାଞ୍ଚିରେ ବିତାଉଛନ୍ତି। ବିଗତ କିଛି ଦିନ ହେବ ସେ ରାଞ୍ଚିରେ ଥିବା ନିଜ ଫାର୍ମ ହାଉସ୍‌ରେ ଚାଷ କରୁଛନ୍ତି। ଏହାରି ମଧ୍ୟରେ ଧୋନୀଙ୍କ ନାମରେ ତିଆରି ଏକ ଫ୍ୟାନ୍‌ ପେଜ୍‌ରେ ମାହିଙ୍କର କିଛି ଫଟୋ ସାମ୍ନାକୁ ଆସିଛି। ଏଥିରେ ମାହି ନୀଳ ରଙ୍ଗର ଏକ ଟି-ଶର୍ଟ ଏବଂ ମିଲିଟାରୀ ପ୍ରିଣ୍ଟର ଏକ ମାସ୍କ ପିନ୍ଧିଛନ୍ତି। ସୋସିଆଲ ମିଡିଆରେ ଧୋନୀଙ୍କ କେତେ ପ୍ରଶଂସକ ରହିଛନ୍ତି ତାହା ଏଥିରୁ ସ୍ପଷ୍ଟ ବାରିହୋଇ ପଡ଼ୁଛି। କାରଣ ତାଙ୍କ ନାମରେ ଇନ୍‌ଷ୍ଟାଗ୍ରାମ୍‌ରେ ହଜାର ହଜାର ଫ୍ୟାନ୍‌ ପେଜ୍‌ ବନାଇଛନ୍ତି। ମାତ୍ର ଧୋନୀ ଇନ୍‌ଷ୍ଟାଗ୍ରାମ୍‌ରେ ସେତେଟା ସକ୍ରିୟ ନୁହନ୍ତି। ତାଙ୍କର ଫ୍ୟାନ୍‌ ପେଜ୍‌ରେ ଅନେକ ସମୟରେ ନୂଆ ନୂଆ ଫଟୋ ଭାଇରାଲ ହୋଇଥାଏ।

Share