Posted inଖେଳ

କେବଳ ଧୋନୀ ନୁହେଁ, ଏହି ପ୍ରସିଦ୍ଧ କ୍ରିକେଟରମାନେ ଖେଳି ନ ଥିଲେ ବିଦାୟକାଳୀନ ମ୍ୟାଚ୍‌

ପ୍ରାୟ ଏକ ବର୍ଷ ଧରି କ୍ରିକେଟ ଠାରୁ ଦୂରେଇ ରହିଥିବା ଭାରତୀୟ ଉଇକେଟ କିପର ବ୍ୟାଟ୍ସମ୍ୟାନ ଏମଏସ ଧୋନୀ ହଠାତ୍‌ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନିଷ୍ପତ୍ତି ନେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ଧୋନୀଙ୍କ ଅବସର ଘୋଷଣା ପରେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କହିଛନ୍ତି ଯେ, ମାହିଙ୍କ ପାଇଁ ବିଦାୟ ମ୍ୟାଚ ରାଞ୍ଚିରେ ଅନୁଷ୍ଠିତ ହେବା ଉଚିତ। ଏଥିପାଇଁ ସେ ବିସିସିଆଇକୁ ନିବେଦନ କରି ଏକ ଚିଠି ଲେଖିଛନ୍ତି। ଗତ ବର୍ଷ ଜୁଲାଇରେ ବିଶ୍ୱକପ ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଏମଏସ ଧୋନୀ ତାଙ୍କର ଶେଷ ମ୍ୟାଚ ଖେଳିଥିଲେ। ଧୋନୀଙ୍କ ବ୍ୟତୀତ ଅନେକ ବଡ଼ ଖେଳାଳି ଅଛନ୍ତି, ଯେଉଁମାନେ ବିଦାୟ ମ୍ୟାଚ ପାଇନାହାଁନ୍ତି ।
ସୁରେଶ ରାଇନା: ଏମଏସ ଧୋନୀଙ୍କ ଅବସର ଘୋଷଣା ହେବାର କିଛି ସମୟ ପରେ ସୁରେଶ ରାଇନା ମଧ୍ୟ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ। ରାଇନା ୨୦୧୮ ରେ ଲିଡ୍ସରେ ଇଂଲଣ୍ଡ ବିପକ୍ଷରେ ଭାରତର ଶେଷ ଏକଦିବସୀୟ ଏବଂ ଶେଷ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ।
ବୀରେନ୍ଦ୍ର ସେହ୍ବାଗ: ଟେଷ୍ଟ କ୍ରିକେଟରେ ତ୍ରିଶତକ ହାସଲ କରିଥିବା ବୀରେନ୍ଦ୍ର ସେହ୍ବାଗ ୨୦୧୩ ମାର୍ଚ୍ଚରେ ହାଇଦ୍ରାବାଦରେ ତାଙ୍କର ଶେଷ ଟେଷ୍ଟ ମ୍ୟାଚ ଖେଳିଥିଲେ ଏବଂ ଦୁଇ ବର୍ଷ ପରେ ଜନ୍ମଦିନ ଅବସରରେ ସେ ୨୦୧୫ରେ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଥିଲେ। ୧୦୫ଟେଷ୍ଟ ମ୍ୟାଚରେ ୮ ହଜାର ୫୮୬ ରନ ସ୍କୋର କରିଥିବା ସେହ୍ବାଗ ବିଦାୟ ମ୍ୟାଚ ଖେଳିବାର ସୁଯୋଗ ପାଇପାରି ନ ଥିଲେ।
ଜାହିର ଖାନ:୨୦୧୧ ରେ ଭାରତକୁ ବିଶ୍ୱ ବିଜେତା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଭାରତୀୟ ବୋଲର ଜାହିର ଖାନଙ୍କ ଶେଷ ଅନ୍ତର୍ଜାତୀୟ ମ୍ୟାଚ ୨୦୧୪ରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଖେଳିଥିଲେ। ଏହା ପରେ ସେ ୧୫ ଅକ୍ଟୋବର ୨୦୧୫ ରେ କ୍ରିକେଟରୁ ଅବସର ନେଇଥିଲେ।
ଗୌତମ ଗମ୍ଭୀର: ୨୦୧୬ରେ ରାଜକୋଟରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ ଭାରତୀୟ ଓପନର୍‌ ଗୌତମ ଗମ୍ଭୀରଙ୍କ ପାଇଁ ତାଙ୍କର ଶେଷ ଅନ୍ତର୍ଜାତୀୟ ମ୍ୟାଚ ଥିଲା। ସେହି ମ୍ୟାଚ ପରେ ଗମ୍ଭୀରଙ୍କୁ ଦଳରେ ସୁଯୋଗ ମିଳି ନ ଥିଲା ଏବଂ ତା’ପରେ ୨୦୧୮ରେ ସେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ରାଜନୀତିରେ ପ୍ରବେଶ କରିଥିଲେ।
ଯୁବରାଜ ସିଂ: ଭାରତର ଦୁଇଟି ବିଶ୍ୱକପ ବିଜୟର ଗୁରୁତ୍ୱପୂର୍ଣ୍ଣ ଅଂଶ ଥିବା ଯୁବରାଜ ସିଂ ୪୦ଟି ଟେଷ୍ଟ, ୩୦୪ଟି ଏକଦିବସୀୟ ଏବଂ୫୮ ଟି -୨୦ ମ୍ୟାଚରେ ଭାରତର ପ୍ରତିନିଧିତ୍ୱ କରିଥିଲେ। ୩୮ ବର୍ଷୀୟ ଯୁବରାଜ ତାଙ୍କର ଶେଷ ଅନ୍ତର୍ଜାତୀୟ ଟି -୨୦ ମ୍ୟାଚ ଫେବୃଆରୀ ୨୦୧୭ରେ ଖେଳିଥିଲେ ଏବଂ ଏହା ପରେ ସେ ଗତ ବର୍ଷ ଜୁନରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ।
ଇରଫାନ ପଠାନ: ୨ ଅକ୍ଟୋବର୨୦୧୨ ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଟି -୨୦ ମ୍ୟାଚ ଭାରତୀୟ ଅଲରାଉଣ୍ଡର ଇରଫାନ ପଠାନଙ୍କ କ୍ୟାରିୟରର ଶେଷ ଅନ୍ତର୍ଜାତୀୟ ମ୍ୟାଚ ଥିଲା। ଏହା ପରେ ପଠାନ ଦଳକୁ ଫେରି ନ ଥିଲେ। ଚଳିତ ବର୍ଷ ଜାନୁଆରୀରେ ସେ ଅନ୍ତର୍ଜାତୀୟ କ୍ରିକେଟ ପାଇଁ ବିଦାୟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭିତ୍ତିଭୂମି ଅଛି, ଚାଷୀଙ୍କ ଆଗ୍ରହ ନାହିଁ

ଭଣ୍ଡାରିପୋଖରୀ,୨୨।୧୨ (ରାଜେନ୍ଦ୍ର ଶତପଥୀ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ଆଳୁଚାଷ ପାଇଁ ଉପଯୋଗୀ ୮ଶହ ହେକ୍ଟର ଉର୍ବର ପଟୁ ମାଟି ମିଶା ଦୋରସା ଚାଷଜମି ରହିଛି।...

ଭାଜପାକୁ ନେଇ ଗୁମର ଖୋଲିଦେଲେ RSS ନେତା ମୋହନ ଭାଗବତ: ଦେଶରେ ହଲଚଲ

ନୂଆଦିଲ୍ଲୀ,୨୨ା୧୨:ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)ର କୌଣସି ରାଜନୈତିକ କାର୍ଯ୍ୟସୂଚୀ ନାହିଁ। ଭାଜପା ଚଷମାରେ ଏହି ସଂଗଠନକୁ ଦେଖିବା ବଡ଼ ଭୁଲ୍‌ ବୋଲି ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ...

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri