Odisha Elections 2024
Posted inଖେଳ

ଆଇପିଏଲ୍‌ ଅଲ୍‌ଟାଇମ୍‌ ଗ୍ରେଟେଷ୍ଟ ଟିମ୍‌: ଧୋନୀ ଅଧିନାୟକ

ନୂଆଦିଲ୍ଲୀ,୧୮ା୨: ୨୦୦୮ରୁ ଆରମ୍ଭ ହୋଇଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ସଫଳତା ପୂର୍ତ୍ତି ପାଳନ ଅବସରରେ ରବିବାର ଏହାର ଅଲ୍‌ଟାଇମ ଗ୍ରେଟେଷ୍ଟ ଟିମ୍‌ ଘୋଷଣା କରାଯାଇଛି। ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂ ଧୋନୀଙ୍କୁ ଦଳର ଅଧିନାୟକ ମନୋନୀତ କରାଯାଇଛି। ଏଥିପାଇଁ ପୂର୍ବତନ କ୍ରିକେଟର ଓ୍ବାସିମ ଆକ୍ରମ, ମାଥ୍ୟୁ ହେଡେନ, ଟମ୍‌ ମୁଡି ଓ ଡେଲ୍‌ ଷ୍ଟେଇନଙ୍କୁ ନେଇ ଏକ ସିଲେକ୍ସନ ପ୍ୟାନେଲ ଗଠନ କରାଯାଇଥିଲା।

ଚୟନ ପ୍ରକ୍ରିୟାରେ ପ୍ରାୟ ୭୦ ଜର୍ନାଲିଷ୍ଟ ଭାଗ ନେଇଥିଲେ। ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟର ଡେଭିଡ୍‌ ଓ୍ବାର୍ନର ଏବଂ ଭାରତର ଷ୍ଟାର ବ୍ୟାଟର ବିରାଟ କୋହଲିଙ୍କୁ ଦଳର ଓପନର ଭାବେ ମନୋନୀତ କରାଯାଇଛି। ‘ୟୁନିଭର୍ସ ବସ୍‌’ ବୋଲି କୁହାଯାଉଥିବା କ୍ରିସ୍‌ ଗେଲ୍‌ଙ୍କୁ ବ୍ୟାଟିଂ ଅର୍ଡରରେ ତୃତୀୟ ସ୍ଥାନ ମିଳିଛି। ମିଡଲ ଅର୍ଡରରେ ସୁରେଶ ରାଇନା, ଏବି ଡି’ଭିଲର୍ସ, ସୂର୍ଯ୍ୟକୁମାର ଯାଦବ ଓ ଧୋନୀଙ୍କୁ ସ୍ଥାନ ମିଳିଛି। ୧୫ଜଣିଆ ଦଳରେ ୩ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା ଓ କିରନ ପୋଲାର୍ଡଙ୍କୁ ନିଆଯାଇଛି। ସ୍ପିନ ଆଟାକ୍‌ରେ ରଶିଦ ଖାଁ, ସୁନୀଲ ନାରିନ ଓ ୟୁଜବେନ୍ଦ୍ର ଚହଲଙ୍କୁ ରଖାଯାଇଥିବା ବେଳେ ଲସିଥ ମାଲିଙ୍ଗା ଓ ଯଶପ୍ରୀତ୍‌ ବୁମ୍‌ରାଙ୍କୁ ଫାଷ୍ଟ ବୋଲର ଭାବେ ଦଳରେ ସ୍ଥାନ ମିଳିଛି। ଆଇପିଏଲ ୧୬ ବର୍ଷ ପୂରଣ କରିବାକୁ ଯାଉଛି।

ଅଲ୍‌ ଟାଇମ୍‌ ଗ୍ରେଟ୍‌ ଆଇପିଏଲ୍‌ ଦଳ: ଏମ୍‌ଏସ୍‌ ଧୋନୀ (ଅଧିନାୟକ), ବିରାଟ କୋହଲି, ଖ୍ରିସ୍‌ ଗେଲ୍‌, ଡେଭିଡ ଓ୍ବାର୍ନର, ସୁରେଶ ରାଇନା, ଏବି ଡି’ଭିଲର୍ସ, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ସୁନୀଲ ନାରିନ୍‌, ୟୁଜବେନ୍ଦ୍ର ଚହଲ, ଲସିଥ ମାଲିଙ୍ଗା ଓ ଯଶପ୍ରୀତ ବୁମ୍‌ରା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ତୁମକୁ ଫାଇନାଲ୍‌ ଜିତିବାକୁ ପଡ଼ିବ…କୋହଲିଙ୍କୁ ଧୋନୀଙ୍କ ମେସେଜ୍‌

ନୂଆଦିଲ୍ଲୀ,୨୧।୫: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମେ ୧୮ରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରି ପ୍ଲେ ଅଫରେ ସ୍ଥାନ ହାସଲ କରିଛି । ପ୍ଲେ ଅଫରେ...

ମୁଁ କାହାର ପାଦ ଛୁଏଁ ନାହିଁ, ସେଥିପାଇଁ ମୋତେ….କାହିଁକି ଏମିତି କହିଲେ ଗୌତମ ଗମ୍ଭୀର

ନୂଆଦିଲ୍ଲୀ,୨୧।୫: ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର ତାଙ୍କର ତାଙ୍କ ବିବୃତ୍ତି ପାଇଁ ପ୍ରାୟତ ଚର୍ଚ୍ଚାରେ ଥାନ୍ତି। ନିକଟରେ ଟିମ ଇଣ୍ଡିଆର ଅଫ ସ୍ପିନର ରବି...

୪୦୦ ମିଟରରେ ଦୀପ୍ତିଙ୍କ ବିଶ୍ୱରେକର୍ଡ

କୋବ୍‌ (ଜାପାନ), ୨୧ା୫ (ପି.ଟି.): ଭାରତର ଦୀପ୍ତି ଜୀବନଜୀ ଏଠାରେ ଚାଲିଥିବା ବିଶ୍ୱ ପାରା ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ ମହିଳା ୪୦୦ମିଟର ଟି୨୦ କାଟେଗୋରିରେ ବିଶ୍ୱ ରେକର୍ଡ...

୧୫ତମ ଷ୍ଟେଜ୍‌ରେ ପୋଗାକାର ବିଜୟୀ

ରୋମ୍‌, ୨୧।୫: ଟାଡେଜ ପୋଗାକାର (ସ୍ଲୋଭାକିଆ/ ୟୁଏଇ ଟିମ୍‌ ଏମିରେଟ୍ସ) ଗିରୋ ଡି’ ଇଟାଲିଆ ସାଇକେଲ ରେସ୍‌ର ୧୫ତମ ଷ୍ଟେଜ୍‌ ଜିତିଛନ୍ତି। ସେ ୬ ଘଣ୍ଟା...

ଟିକେଟ୍‌ ବିକ୍ରି ବୃଦ୍ଧି ପାଇଁ କ୍ୟାମ୍ପେନ୍‌

ପ୍ୟାରିସ୍‌,୨୧ା୫(ପି.ଟି): ପ୍ୟାରିସ୍‌ ପାରାଲିମ୍ପିକ୍ସକୁ ଆଉ ୧୦୦ ଦିନ ବାକି ରହିଛି। ଅଗଷ୍ଟ ୨୮ରୁ ସେପ୍ଟେମ୍ବର ୮ ତାରିଖ ଯାଏ ଏହି ମେଗା ଇଭେଣ୍ଟ ଅନୁଷ୍ଠିତ ହେବ।...

ପାରାମାଉଣ୍ଟ ‘ଏ’ ଫାଇନାଲରେ

ଭୁବନେଶ୍ୱର, ୨୧ା୫ (ବିଜୟ ରଣା): ସ୍ଥାନୀୟ ପାରାମାଉଣ୍ଟ ସ୍ପୋର୍ଟିଙ୍ଗ୍ସ ଆନୁକୂଲ୍ୟରେ ଅରବିନ୍ଦମେମୋରିଆଲ ପାରାମାଉଣ୍ଟ କପ୍‌ କ୍ରିକେଟ ଟୁର୍ନାମେଣ୍ଟରେ ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି...

ନର୍ଥଇଷ୍ଟରେ ୬ ଇନ୍‌ଡୋର କ୍ରିକେଟ ଏକାଡେମୀ

ନୂଆଦିଲ୍ଳୀ,୨୧ା୫(ପି.ଟି): ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ପକ୍ଷରୁ ନର୍ଥ ଇଷ୍ଟ ରାଜ୍ୟଗୁଡିକରେ ୬ଟି ଇନ୍‌ଡୋର କ୍ରିକେଟ ଏକାଡେମୀ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହି...

ଆଇପିଏଲ ଫାଇନାଲ ମ୍ୟାଚ ପାଇଁ ଟିକେଟ୍‌ ବିକ୍ରି ଆରମ୍ଭ: ଜାଣନ୍ତୁ ସବୁଠାରୁ ଶସ୍ତା ଟିକେଟ୍‌ର ଦାମ୍‌…

ନୂଆଦିଲ୍ଲୀ,୨୦।୫: ଆଇପିଏଲ ୨୦୨୪ର ପ୍ଲେ ଅଫ ପର୍ଯ୍ୟାୟ ୨୧ ମେ’ରୁ ଆରମ୍ଭ ହେଉଛି। ସନରାଇଜର୍ସ ହାଇଦ୍ରାବାଦ(ଏସଆରଏଚ୍‌ ), କୋଲକାତା ନାଇଟ ରାଇଡର୍ସ (କେକେଆର୍‌), ରାଜସ୍ଥାନ ରୟାଲ୍ସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri