କାହିଁକି ଅଧିନାୟକ ପଦ ଛାଡିଲେ ଜାଡେଜା, ଧୋନୀ କଲେ ଖୁଲାସା

ମୁମ୍ବାଇ,୨।୫:ଆଇପିଏଲ ୨୦୨୨ର ୪୬ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ୧୩ ରନ୍‌ରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ବିଜୟ ହାସଲ କରିଛି। ମହେନ୍ଦ୍ର ସିଂ ଧୋନୀଙ୍କ ଅଧିନାୟକତ୍ୱରେ ଏହି ସିଜିନରେ ଚେନ୍ନାଇର ପ୍ରଥମ ଏବଂ ତୃତୀୟ ସାମଗ୍ରିକ ବିଜୟ ଥିଲା। ମ୍ୟାଚ୍‌ ପରେ ରବିନ୍ଦ୍ର ଜାଡେଜାଙ୍କୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି ଧୋନୀ । ସେ କହିଛନ୍ତି, ସେ କିଛି ଅଲଗା କରିନାହାଁନ୍ତି, କାରଣ ଅଧିନାୟକ ବଦଳାଇବା ଅର୍ଥ ପରିବର୍ତ୍ତନ ଜରୁରୀ ନୁହେଁ। ଆମର ସ୍କୋର ଭଲ ଥିଲା ଏବଂ ବୋଲରମାନେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ। ବିଶେଷକରି ସପ୍ତମ ଏବଂ ୧୪ ତମ ଓଭର ମଧ୍ୟରେ ସ୍ପିନରଙ୍କ ପ୍ରଦର୍ଶନ ବହୁତ ଭଲ ଥିଲା, ଯାହା ବିଜୟର ଚାବି ବୋଲି ପ୍ରମାଣିତ କରିଥିଲା।
ରବିନ୍ଦ୍ର ଜାଡେଜା ଅଧିନାୟକତ୍ୱ ଛାଡିବା ପ୍ରଶ୍ନରେ ସେ କହିଛନ୍ତି, ଜାଡେଜା ଗତ ସିଜନରେ ଜାଣିଥିଲେ ସେ ଏହି ସିଜିନ୍‌ରେ ଅଧିନାୟକ ହେବେ। ପ୍ରଥମ ଦୁଇଟି ମ୍ୟାଚରେ ମୁଁ ତାଙ୍କୁ ମଧ୍ୟ ସାହାଯ୍ୟ କଲି, କିନ୍ତୁ ପରେ ସେ ମୋତେ ଅଧିନାୟକ ଭାବେ ନିଷ୍ପତ୍ତି ନେବାକୁ କହିଥିଲେ। ମୁଁ ତାଙ୍କୁ କହିଲି ଯେ ବର୍ତ୍ତମାନ ସେ ଅଧିନାୟକ ଏବଂ ତାଙ୍କୁ ନିଷ୍ପତ୍ତି ନେବାକୁ ପଡିବ ଏବଂ ତାଙ୍କର ଏହା ଦାୟିତ୍ୱ ମଧ୍ୟ। ଅଧିନାୟକ ହେବା ପରେ ଆଶା ବହୁତ ବଢିଥାଏ, ଯାହା ଖେଳାଳିଙ୍କ ପ୍ରଦର୍ଶନ ଉପରେ ପ୍ରଭାବ ପକାଇପାରେ। ତାଙ୍କ ସହିତ ତାହା ହିଁ ଘଟିଲା। ତାଙ୍କର ପ୍ରସ୍ତୁତି ପ୍ରଭାବିତ ହୋଇଥିଲା। ସେ ପୂର୍ବ ପରି ବ୍ୟାଟ ଏବଂ ବଲ ସହିତ ଖେଳିବାରେ ସକ୍ଷମ ହୋଇ ନ ଥିଲେ। ଯଦି ଆପଣ ଅଧିନାୟକତ୍ୱ ଛାଡି ବ୍ୟାଟିଂ, ବୋଲିଂ ଏବଂ ଫିଲ୍ଡିଂରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରନ୍ତି। ତେବେ ଏହା ମୋ ପାଇଁ ଭଲ ଅଟେ।
ଚଳିତ ଆଇପିଏଲର ଅଧାରୁ ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ପଦ ଛାଡିଥିଲେ ରବୀନ୍ଦ୍ର ଜାଡେଜା। ଆଇପିଏଲ ଆରମ୍ଭ ହେବାର ଦୁଇ ଦିନ ପୂର୍ବରୁ ମହେନ୍ଦ୍ର ସିଂହ ଧୋନୀ ଜାଡେଜାଙ୍କୁ ଚେନ୍ନାଇର ଦାୟିତ୍ୱ ହେଲେ। ହେଲେ ସିଜିନରେ ଜାଡେଜା ଆଦୌ ଭଲ ପ୍ରଦର୍ଶନ କରିପାରି ନାହାନ୍ତି।

Share