ଧୋନୀଙ୍କ ତାତ୍ସଲ୍ୟ: ଦୁନିଆ ଶେଷ ହୋଇଯିବ ନାହିଁ…

ମୁମ୍ବାଇ,୯।୫: ଆଇପିଏଲ ୨୦୨୨ର ୫୫ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ (ସିଏସକେ) ଚତୁର୍ଥ ବିଜୟ ହାସଲ କରିଛି। ସିଏସକେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି)କୁ ୯୧ ରନ ବ୍ୟବଧାନରେ ପରାସ୍ତ କରିଛି। ଏହା ମଧ୍ୟ ଚଳିତ ଆଇପିଏଲର ସବୁଠାରୁ ବଡ ବିଜୟ ଥିଲା। ଏହି ବିଜୟ ପରେ, ସିଏସକେ ଅଧିନାୟକ ଏମଏସ ଧୋନୀ ବହୁତ ଖୁସି ନଜର ଆସିଥିଲେ। ଦଳର ବ୍ୟାଟିଂକୁ ପ୍ରଶଂସା କରିବା ସହ ଦୁଇ ଯୁବ ଦ୍ରୁତ ବୋଲର ମୁକେଶ ଚୌଧୁରୀ ଏବଂ ସିମରଜିତ ସିଂଙ୍କୁ ମଧ୍ୟ ପ୍ରଶଂସା କରିଥିଲେ। ସେ ଏହା ମଧ୍ୟ କହିଛନ୍ତି ଯେ, ଯଦି ତାଙ୍କ ଦଳ ପ୍ଲେ ଅଫରେ ପହଞ୍ଚେ ତେବେ ଏହା ଏକ ବଡ଼ କଥା ହେବ। କିନ୍ତୁ ଏହା ନ ହେଲେ ଦୁନିଆ ଶେଷ ହୋଇଯିବ ନାହିଁ।
ଦଳ ଏବେ ବାକି ୩ ମ୍ୟାଚ୍‌ ଉପରେ ନଜର ରଖିଛି। ବିଜୟର ସହ ଆମେ ସିଜିନ୍‌ ଶେଷ କରିବାକୁ ଚାହୁଁଛୁ। ପ୍ଲେ ଅଫ୍‌ କଥା ଆଦୌ ଚିନ୍ତା କରିନାହୁଁ। ଯଦି ଯିବୁ ତ ଭଲ କଥା ନଚେତ୍‌ ଦୁନିଆ ଶେଷ ହୋଇଯିବ ନାହିଁ ବୋଲି ହସ ହସ ମୁହଁରେ କହିଛନ୍ତି ଧୋନୀ।
ଆଇପିଏଲ ୨୦୨୨ରେ ଚେନ୍ନାଇ ସୁପର କିଙ୍ଗ୍ସ ଏପର୍ଯ୍ୟନ୍ତ ୧୧ଟି ମ୍ୟାଚ ଖେଳିଛି। ଏଥିରେ ସେ ୪ଟି ଜିତିଛି ଏବଂ ୭ରେ ହାରିଛି। ଚେନ୍ନାଇର ଦଳର ଆଉ ତିନୋଟି ମ୍ୟାଚ ବାକି ଅଛି ଏବଂ ପ୍ଲେ ଅଫ ଦୌଡରେ ରହିବାକୁ ହେଲେ ସେମାନଙ୍କୁ ଯେକୌଣସି ଭାବରେ ତିନୋଟି ମ୍ୟାଚ ଜିତିବାକୁ ପଡିବ । ଏହି ୩ଟି ମ୍ୟାଚ୍‌ ଜିତିଲେ ସିଏସକେ ୧୪ ପଏଣ୍ଟ ପାଇବ। କିନ୍ତୁ ତାହା କେବଳ ପ୍ଲେ ଅଫ ପହଞ୍ଚିବାକୁ ଯଥେଷ୍ଟ ନୁହେଁ।

Share