Categories: ଖେଳ

ସନ୍ୟାସୀ ବେଶରେ ଧୋନୀ, ଏଭଳି ହେଉଛି ଚର୍ଚ୍ଚା…

ନୂଆଦିଲ୍ଲୀ,୧୪।୩: ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଏବେ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)-୧୪ ସିଜନର ପ୍ରସ୍ତୁତିରେ ବ୍ୟସ୍ତ। ନିକଟରେ ଅଧିନାୟକଙ୍କ ଅଭ୍ୟାସ ବେଳର ଏକ ଭିଡିଓ ଭାଇରାଲ ହୋଇଥିଲା। ହେଲେ ଏବେ ଧୋନୀଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଫଟୋଟି ପ୍ରଶଂସକଙ୍କୁ ଦ୍ୱନ୍ଦ୍ୱରେ ପକାଇଛି। କାରଣ ସେଥିରେ ସେ ଜଣେ ବୌଦ୍ଧ ଭିକ୍ଷୁଙ୍କ ଭଳି ନଜର ଆସୁଛନ୍ତି। କେହି କେହି ଆଇପିଏଲ୍‌ ପୂର୍ବରୁ ଧୋନୀ ସାଂସାରିକ ମୋହ ମାୟାରୁ ସନ୍ୟାସ ନେଇଥିବା କହୁଥିବା ଦେଖାଯାଉଛି।

ତେବେ ଧୋନୀଙ୍କ ଏହି ଫଟୋକୁ ଶେୟାର କରିଛି ଷ୍ଟାର ସ୍ପୋଟ୍ସର ଆଧିକାରିକ ଟୁଇଟର ହ୍ୟାଣ୍ଡେଲ। ଧୋନୀ ଲଣ୍ଡା ହୋଇଥିବା ବେଳେ ବୌଦ୍ଧ ଭିକ୍ଷୁଙ୍କ ଭଳି ପୋଷାକ ପିନ୍ଧି କୌଣସି ଏକ ଜଙ୍ଗଲରେ ବସିଛନ୍ତି। ଫଟୋଟି କେଉଁଥିପାଇଁ ଧୋନୀ ଉଠାଇଛନ୍ତି ତାହା ସ୍ପଷ୍ଟ ହୋଇନାହିଁ। ହେଲେ ଏହା କୌଣସି ବିଜ୍ଞାପନର ହୋଇପାରିଥାଏ ବୋଲି ଚର୍ଚ୍ଚା ହେଉଛି।

ପ୍ରକାଶ ଯେ, ଏପ୍ରିଲ ୦୯ରୁ ଆଇପିଏଲ୍‌-୨୦୨୧ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଏଥିରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ମ୍ୟାଚ୍‌ ଖେଳାଯିବ। ଅପରପକ୍ଷେ ଚେନ୍ନାଇ ସୁପର କିଙ୍ଗ୍ସ ଏପ୍ରିଲ ୧୦ରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ମ୍ୟାଚ୍‌କୁ ଓହ୍ଲାଇବ।

Share