Categories: ଖେଳ

ନୂଆ ଲୁକ୍‌ରେ କ୍ୟାପଟେନ୍‌ କୁଲ୍‌

ନୂଆଦିଲ୍ଲୀ,୩୦।୭: ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ବର୍ତ୍ତମାନ କ୍ରିକେଟ ଜଗତରୁ ଦୂରେଇ ରହିଛନ୍ତି। ହେଲେ ସୋସିଆଲ ମିଡିଆରେ ସେ ବେଶ୍‌ ଆକ୍ଟିଭ୍‌। ପ୍ରାୟ ସମୟରେ କ୍ୟାପଟେନ କୁଲ ନିଜ କାର୍ଯ୍ୟକଳାପ ହେଉ ବା ନିଜ ଲୁକ୍‌ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ବର୍ତ୍ତମାନ ପୁଣି ଥରେ ସେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ହେଲେ ଚଳିଥ ଥର ତାଙ୍କ ନୂଆ ଲୁକ୍‌ ସମସ୍ତଙ୍କର ମନମୋହିଛି। ସୋସିଆଲ ମିଡିଆରେ ଧୋନୀଙ୍କ ନୂଆ ହେୟାର ଷ୍ଟାଇଲ୍‌ ଏବେ ଭାଇରାଲ ହେବାରେ ଲାଗିଛି। ପ୍ରଶଂସକମାନେ ମଧ୍ୟ ତାଙ୍କ ଏହି ହେୟାର ଷ୍ଟାଇଲ୍‌କୁ ବେଶ୍‌ ପସନ୍ଦ କରିଛନ୍ତି। ଶୁକ୍ରବାର ସକାଳେ ହେୟାର ଷ୍ଟାଇଲିଷ୍ଟ ଆଲିମ ହକିମ୍‌ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ କେତେଗୁଡ଼ିଏ ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ଧୋନୀଙ୍କ ନୂଆ ହେୟାରଷ୍ଟାଇଲ୍‌ ଦେଖିବାକୁ ମିଳିଛି। ନିଜ କ୍ରିକେଟ କ୍ୟାରିୟର ସମୟରେ ଧୋନୀ ନିଜର ନୂଆ ନୂଆ ହେୟାର ଷ୍ଟାଇଲ୍‌କୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ତେବେ କ୍ୟାରିୟର ପ୍ରାରମ୍ଭରୁ ଲମ୍ବା କେଶ ହେଉ କିମ୍ବା ଓ୍ବାଲର୍‌ଡ କପ୍‌ ବିଜୟ ପରେ ହଠାତ୍‌ ଲଣ୍ଡା ହୋଇଯିବା। ଧୋନୀ ସବୁବେଳେ ନିଜ ଲୁକ୍‌କୁ ନେଇ ପ୍ରଶଂସକଙ୍କୁ ଚକିତ କରିଥାନ୍ତି।

Share