Categories: ଖେଳ

ଅଭ୍ୟାସ ମ୍ୟାଚ୍‌ରେ ଧୋନୀଙ୍କ ଛକା ବର୍ଷା; ବୁଦାରେ ହଜିଲା ବଲ୍‌; ନିଜେ ଯାଇ…

ନୂଆଦିଲ୍ଲୀ,୨୭।୮: ସେପ୍ଟେମ୍ବର ୧୯ରୁ ୟୁଏଇରେ ଆରମ୍ଭ ହେବାକୁ ଯାଉଛି ଆଇପିଏଲ୍‌ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ। ଏହାକୁ ନେଇ ସବୁ ଦଳର ଖେଳାଳି ନିଜ ନିଜର ଅଭ୍ୟାସ ଆରମ୍ଭ କରିଦେଲେଣି। ଏହି କ୍ରମରେ ପୂର୍ବତନ ଭାରତୀୟ କ୍ରିକେଟର ତଥା ଚେନ୍ନାଇ ସୁପରକିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଚେନ୍ନାଇର ବାକି ଖେଳାଳିଙ୍କ ସହ ପ୍ରଶିକ୍ଷଣ ଅଧିବେଶନରେ ଯୋଗ ଦେଉଛନ୍ତି। ନିକଟରେ ଅଭ୍ୟାସ ମ୍ୟାଚ୍‌ ସମୟରେ ଧୋନୀ କିଛି ଲମ୍ବା ଛକା ମାରିଥିଲେ। ଫଳରେ ବଲ୍‌ଗୁଡ଼ିକ ପାଖରେ ଥିବା ବୁଦା ଭିତରେ ପଡ଼ିଥିଲା। ପରେ ଧୋନୀ ନିଜେ ସାଥୀଙ୍କ ସହ ବୁଦାରୁ ବଲ୍‌ ଖୋଜିବା ପାଇଁ ଯାଇଥିବା ଦେଖାଯାଇଛି। ଏହାର ଭିଡିଓ ଭାଇରାଲ ହେଉଥିବା ବେଳେ ଲୋକେ ଭଳିକି ଭଳି ପ୍ରତିକ୍ରିୟା ଦେଉଛନ୍ତି। ନିଜ ବଲ୍‌ ନିଜକୁ ହିଁ ଖୋଜିବାକୁ ହୋଇଥାଏ ବୋଲି କେହି କେହି କହୁଛନ୍ତି।

ପ୍ରକାଶ ଯେ, ଚେନ୍ନାଇ ଟିମ୍‌ ୨୦୨୦ ଆଇପିଏଲ୍‌ରେ ପ୍ରଥମ ଥର ପାଇଁ ପ୍ଲେ ଅଫ୍‌ ପାଇଁ ଯୋଗ୍ୟତା ଅର୍ଜନ କରିପାରି ନ ଥିଲା। ୨୦୨୧ ସଂସ୍କରଣରେ ଟିମ୍‌ କିନ୍ତୁ ପଏଣ୍ଟ ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି। ଦଳ ସାତଟି ମ୍ୟାଚ୍‌ରୁ ୫ଟିରେ ବିଜେତା ହୋଇଛି। ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ମ୍ୟାଚ୍‌ ସେପ୍ଟେମ୍ବର ୧୯ରେ ଖେଳାଯିବାକୁ ଥିବା ବେଳେ ଏଥିରେ ସିଏସ୍‌କେ ଏମ୍‌ଆଇକୁ ଭେଟିବ। ପରେ ସେପ୍ଟେମ୍ବର ୨୪ରେ ଚେନ୍ନାଇ ବାଙ୍ଗାଲୋରକୁ ଭେଟିବ।

Share