Categories: ଖେଳ

ଆଇପିଏଲ୍‌ରୁ ସନ୍ନ୍ୟାସ ନା କିଛି ବଡ଼ ଘୋଷଣା? ସେପ୍ଟେମ୍ବର ୨୫ରେ ଲାଇଭ୍‌ ଆସିବେ ଧୋନୀ

ନୂଆଦିଲ୍ଲୀ,୨୪।୯: ଭାରତୀୟ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ପ୍ରଶଂସକଙ୍କ ଲାଗି କିଛି ନୂଆ ଏବଂ ବଡ଼ କରିବାକୁ ଯାଉଛନ୍ତି। ସେପ୍ଟେମ୍ବର ୨୫ ଅପରାହ୍ନ ୨ଟାରେ ସେ ଲାଇଭ୍‌ ଆସି ଜରୁରୀ ଘୋଷଣା କରିବେ ବୋଲି ଘୋଷଣା କରିଛନ୍ତି। ବିଶେଷକରି ସୋସିଆଲ ମିଡିଆରୁ ଦୂରେଇ ରହୁଥିବା ଧୋନୀ ହଠାତ ଲାଇଭ୍‌ ଆସିବାକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଛି।

ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେବାର ଦୁଇ ବର୍ଷରୁ ଅଧିକ ସମୟ ବିତିଲାଣି। ସେ ଏବେ ଆଇପିଏଲ୍‌ରେ ମଧ୍ୟ ନଜର ଆସୁଛନ୍ତି। ହେଲେ ଆଇପିଏଲ୍‌ ୨୦୨୩ ତାଙ୍କର ଶେଷ ଟୁର୍ନାମେଣ୍ଟ ହେବ ବୋଲି କୁହାଯାଉଛି। ଏମିତିରେ ଧୋନୀ ଏ ସଂକ୍ରାନ୍ତରେ ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ବଢ଼ିବାରେ ଲାଗିଛି।

Share