Categories: ଖେଳ

କ୍ରିକେଟ୍‌ ପଡିଆରେ ରାଜ୍‌ କରନ୍ତି ଧୋନୀ-କୋହଲି: ଜାଣନ୍ତୁ ବୋର୍ଡ ପରୀକ୍ଷାରେ କେତେ ନମ୍ବର ଆଣିଥିଲେ

କ୍ରିକେଟ୍‌ ପଡିଆରେ ମହେନ୍ଦ୍ର ସିଂ ଧୋନୀ, ବିରାଟ କୋହଲି ଏବଂ ସଚିନ ତେନ୍ଦୁଲକରଙ୍କୁ ରାଜ କରୁଥିବାର ଦେଖାଯାଏ। କିନ୍ତୁ ପାଠ ପଢାରେ ଏହି ୩ ଖେଳାଳି ସେତେଟା ମାହିର୍‌ ନ ଥିଲେ। ଧୋନୀ ପିତାଙ୍କ ଗାଳି ଯୋଗୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଥିଲେ। ସେ ଦଶମ ବୋର୍ଡ ପରୀକ୍ଷା ୬୬ ପ୍ରତିଶତ ନମ୍ବର ରଖିଥିଲେ। ସେହିପରି ଦ୍ୱାଦଶ ଶ୍ରେଣୀରେ ୫୬ ପ୍ରତିଶତ ନମ୍ବର ପାଇଥିଲେ। ବିରାଟ କୋହଲି ମାତ୍ର ଦଶମ ବୋର୍ଡ ପରୀକ୍ଷାରେ ୪୫ ପ୍ରତିଶନ ନମ୍ବର ରଖିଥିଲେ। ସେହିପରି ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ଦଶମ ଶ୍ରେଣୀ ଫେଲ୍‌ ହୋଇଥିଲେ। ଏହାପରେ ଆଉ ସେ ପରୀକ୍ଷା ଦେଇ ନ ଥିଲେ।

Share