ଆଜିଠାରୁ ‘ମୃତ୍ୟୁ ପଞ୍ଚକ’ ଆରମ୍ଭ: ସ୍ବପ୍ନରେ ଏହି ୭ଟି ଜିନିଷ ଦେଖିଲେ ହୋଇଯାଆନ୍ତୁ ସାବଧାନ, ଘଟିପାରେ ବଡ଼ ଅଘଟଣ!

ସନାତନ ଧର୍ମରେ ମୃତ୍ୟୁ ପଞ୍ଚକର ଏକ ବିଶେଷ ମହତ୍ତ୍ୱ ରହିଛି, ଯାହାକୁ କ୍ଷତିକାରକ ଓ କଷ୍ଟଦାୟକ ବୋଲି ମାନିଥାନ୍ତି। ଯେତେବେଳେ ବି ପଞ୍ଚକ ଶନିବାର ଦିନରୁ ଆରମ୍ଭ ହୋଇଥାଏ, ସେତେବେଳେ ତାହାକୁ ‘ମୃତ୍ୟୁ ପଞ୍ଚକ’ ନାମରେ ଜଣାଯାଏ। ପାଞ୍ଜି (ପଞ୍ଚାଙ୍ଗ) ଅନୁଯାୟୀ, ଏଥର ଆଜି ୬ ଜୁନ ୨୦୨୬ ସା ୭ଟା ୩ ମିନିଟରୁ ମୃତ୍ୟୁ ପଞ୍ଚକ ଆରମ୍ଭ ହେବାକୁ ଯାଉଛି, ଯାହାକି ୫ ଦିନ ପରେ ୧୧ ଜୁନ ୨୦୨୬ ସକାଳ ୮ଟା ୧୬ ମିନିଟରେ ସମାପ୍ତ ହେବ। ଧାର୍ମିକ ବିଶ୍ୱାସ ଅନୁସାରେ, ମୃତ୍ୟୁ ପଞ୍ଚକ ସମୟରେ ସ୍ବପ୍ନରେ କିଛି ଜିନିଷ ଦେଖିବା ଶୁଭ ହୋଇନଥାଏ। ଏହି ସବୁ ଜିନିଷ ଭବିଷ୍ୟତରେ ବ୍ୟକ୍ତିଙ୍କ ସହ ଘଟିବାକୁ ଥିବା କୌଣସି ବଡ଼ ଅଘଟଣ ଆଡ଼କୁ ଇସାରା କରିଥାଏ।

ଆଜି ଆପଣ ଏଠାରେ ସେହି ୭ଟି ଜିନିଷ ବିଷୟରେ ଜାଣିବେ, ଯାହାକୁ ମୃତ୍ୟୁ ପଞ୍ଚକର ଅଶୁଭ ଦିନଗୁଡ଼ିକ ମଧ୍ୟରେ ସ୍ବପ୍ନରେ ଦେଖିବା ଶୁଭ ନୁହେଁ। ସ୍ବପ୍ନ ଶାସ୍ତ୍ର ଅନୁଯାୟୀ, ଆଜିଠାରୁ ଆଗାମୀ ୫ ଦିନ ଅର୍ଥାତ୍‌ ୧୧ ଜୁନ ୨୦୨୬ ପୂର୍ବରୁ ଯଦି ଆପଣ ସ୍ବପ୍ନରେ କୌଣସି ବ୍ୟକ୍ତି କାନ୍ଦୁଥିବାର, କଣ୍ଟା ଜାତୀୟ ଗଛପତ୍ର, ମାଂସ ଖାଇବା ବା ବିକ୍ରି କରିବା, ମହୁମାଛି କିମ୍ବା କୌଣସି ପଶୁପକ୍ଷୀ କାମୁଡ଼ିବା, ଅଳିଆ/ମଇଳା ପାଣି କିମ୍ବା କାଦୁଅକୁ ଡେଇଁବା, ନିଆଁ ଲାଗିବା କିମ୍ବା ନିଜକୁ ଉଲଗ୍ନ ଅବସ୍ଥାରେ ଦେଖନ୍ତି, ତେବେ ସାବଧାନ ହୋଇଯାଆନ୍ତୁ। ଏହି ସ୍ବପ୍ନଗୁଡ଼ିକ ଦର୍ଶାଏ ଯେ ଆଗାମୀ ସମୟରେ ଆପଣଙ୍କ ସହ କୌଣସି ବଡ଼ ଅଘଟଣ ଘଟିବାକୁ ଯାଉଛି। ଆପଣ କୌଣସି ବଡ଼ ବିପଦରେ ଫସିପାରନ୍ତି କିମ୍ବା ଆପଣଙ୍କ ସୱାସ୍ଥ୍ୟ ମଧ୍ୟ ଖରାପ ହୋଇପାରେ।

ମୃତ୍ୟୁ ପଞ୍ଚକରେ କେଉଁ ସବୁ କାମ କରିବା ଅନୁଚିତ୍‌?

-କୌଣସି ପ୍ରକାରର ମାଙ୍ଗଳିକ କାର୍ଯ୍ୟ କରନ୍ତୁ ନାହିଁ କିମ୍ବା ସେଥିରେ ସାମିଲ ହୁଅନ୍ତୁ ନାହିଁ।
-କୌଣସି ନୂଆ କାମ ଆରମ୍ଭ କରନ୍ତୁ ନାହିଁ।
-କାଠ ସହ ଜଡ଼ିତ କୌଣସି କାମ କରନ୍ତୁ ନାହିଁ ଏବଂ ଏହାକୁ କିଣନ୍ତୁ କିମ୍ବା ବିକ୍ରି କରନ୍ତୁ ନାହିଁ।
-ଦକ୍ଷିଣ ଦିଗକୁ ଯାତ୍ରା କରିବାରୁ ବିରତ ରୁହନ୍ତୁ।
-ଟଙ୍କା ପଇସାର ଦେଣନେଣ ଯଥାସମ୍ଭବ କମ କରନ୍ତୁ।
-କୌଣସି ନୂଆ ଜିନିଷ କିଣନ୍ତୁ ନାହିଁ। ବିଶେଷ କରି ମୂଲ୍ୟବାନ ସାମଗ୍ରୀ କିଣିବାରୁ ଦୂରେଇ ରୁହନ୍ତୁ।

 

 

Odisha’s No.1 Odia Daily

Share