ଆଜିକାଲି ଟେନ୍ସନ୍ରେ ଅଛନ୍ତି ବଲିଉଡ ଅଭିନେତ୍ରୀ ମୃଣାଲ ଠାକୁର। ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି ଡିପ୍ଫେକ କଣ୍ଟେଣ୍ଟ ତିଆରି ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦେଇଛନ୍ତି। ସେ ଡିପ୍ଫେକ ତିଆରି ଏବଂ ଭିଡିଓଗୁଡ଼ିକୁ ହେରଫେର କରିବା ପାଇଁ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଚିନ୍ତା ପ୍ରକାଶ କରିଛନ୍ତି।
ଏଆଇର ବ୍ୟବହାର କରି ପ୍ରସିଦ୍ଧ ସେଲିବ୍ରିଟିମାନଙ୍କ ଡିପ୍ଫେକ୍ ଭିଡିଓଗୁଡ଼ିକ ପ୍ରାୟତଃ ଭାଇରାଲ ହେଉଛି। କିଛି ମାସ ପୂର୍ବେ ରଶ୍ମିକା ମନ୍ଦାନାଙ୍କ ଏକ ଡିପ୍ଫେକ ଭିଡିଓ ଭାଇରାଲ ହୋଇଥିଲା। ଇଣ୍ଡଷ୍ଟ୍ରି ଅନେକ ତାରକା ତାଙ୍କ ସମର୍ଥନରେ ବାହାରିଥିଲେ। ଏବେ ମୃଣାଲ ତାଙ୍କ ଡିପ୍ଫେକ ତିଆରି କରୁଥିବା ଲୋକଙ୍କୁ ଚେତାବନୀ ଦେଇଛନ୍ତି ଏବଂ ସେଗୁଡ଼ିକୁ ହଟାଇବା ପାଇଁ ଦାବି କରିଛନ୍ତି। ସେ ଏପରି ବେଆଇନ କାର୍ଯ୍ୟକଳାପକୁ ଆଦୌ ସହ୍ୟ କରିବେ ନାହିଁ ବୋଲି କହିଛନ୍ତି।
ଅଭିନେତ୍ରୀ କହିଛନ୍ତି, ମୋର ଫଟୋ କିମ୍ବା ସ୍ବର ବ୍ୟବହାର କରି ଡିପ୍ଫେକ କଣ୍ଟେଣ୍ଟ ତିଆରି ଏବଂ ଶେୟାର କରିବା ବେଆଇନ। ଏହା ଆଦୌ ଗ୍ରହଣୀୟ ନୁହେଁ। ମୁଁ ସମସ୍ତଙ୍କୁ ତୁରନ୍ତ ଏପରି କଣ୍ଟେଣ୍ଟ ତିଆରି କରିବା ବନ୍ଦ କରିବାକୁ ଚେତାବନୀ ଦେଉଛି। ଯଦି ମୋର ପରିଚୟର କୌଣସି ପ୍ରକାରେ ଅପବ୍ୟବହାର କରାଯାଏ, ତେବେ ମୁଁ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି।
ମୃଣାଲ ଠାକୁର ନିକଟରେ ବରୁଣ ଧାୱନଙ୍କ ସହ ‘ହୈ ଜୱାନୀ ତୋ ଇସ୍କ ହୋନା ହୈ’ ନଜର ଆସିଥିଲେ। ଏହା ବକ୍ସ ଅଫିସରେ ବିଶେଷ ପ୍ରଭାବ ପକାଇପାରି ନ ଥିଲା।
ମୃଣାଲଙ୍କ ଆଗାମୀ ପ୍ରୋଜେକ୍ଟ ପୂଜା ମେରୀ ଜାନ୍ ଏବଂ ଆଲୁ ଅର୍ଜୁନଙ୍କ ଅଭିନୀତ ‘ରାକା’ରେ ନଜର ଆସିବେ। ଅଟଲି କୁମାରଙ୍କ ନିର୍ଦ୍ଦେଶିତ ‘ରାକାକ୍ଷରେ ଦୀପିକା ପାଦୁକୋନ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି। ଫିଲ୍ମର ଆଲୁ ଅର୍ଜୁନଙ୍କ ପ୍ରଥମ ଲୁକ ନିକଟରେ ରିଲିଜ ହୋଇଛି।