Posted inଖେଳ

ଟଙ୍କା ପାଇଁ ୟୁଟ୍ୟୁବରେ ଭିଡିଓ କରିବେ ବିରାଟ କୋହଲି! ମିଷ୍ଟର ବିଷ୍ଟଙ୍କ ଖୁଲାସା ପରେ ସମସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୫।୧: ଲୋକପ୍ରିୟ ୟୁଟ୍ୟୁବରଙ୍କ ସହ ଭିଡିଓ କରିବେ ବିରାଟ କୋହଲି। ପୂର୍ବରୁ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ପରି ବିଶ୍ୱ ପ୍ରସିଦ୍ଧ ତାରକାଙ୍କ ସହିତ ଭିଡିଓ କରିଥିବା ୟୁଟ୍ୟୁବର ଏହି ଖୁଲାସା କରିଛନ୍ତି। ଲୋକପ୍ରିୟ ଆମେରିକୀୟ ୟୁଟ୍ୟୁବର ମିଷ୍ଟର ବିଷ୍ଟ (MrBeast) ପୁଣିଥରେ ଭାରତୀୟ କ୍ରିକେଟ ତାରକା ବିରାଟ କୋହଲିଙ୍କ ସହ କାମ କରିବା ପାଇଁ ନିଜର ଇଚ୍ଛା ପ୍ରକାଶ କରିଛନ୍ତି। ନିକଟରେ ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, ସେ ବିରାଟଙ୍କ ସହ ଏକ ଭିଡିଓ ଶୁଟିଂ କରିବା ପାଇଁ ଚେଷ୍ଟା କରୁଛନ୍ତି।

ମିଷ୍ଟର ବିଷ୍ଟ ସିଧାସଳଖ ବିରାଟଙ୍କୁ ସମ୍ବୋଧନ କରି କହିଛନ୍ତି, “ହାଏ ବିରାଟ କୋହଲି, ମୁଁ ତୁମ ସହ ଭିଡିଓ ଶୁଟ୍ କରିବାକୁ ଚେଷ୍ଟା କରୁଛି।” ପୂର୍ବରୁ ୨୦୨୫ରେ ମଧ୍ୟ ସେ କୋହଲିଙ୍କୁ ଏହି ଅନୁରୋଧ କରିଥିଲେ। ଭାରତକୁ ନିଜର ସବୁଠାରୁ ବଡ଼ ଦର୍ଶକ ବର୍ଗ ଭାବେ ଦର୍ଶାଇ ସେ ଭାରତୀୟ ପ୍ରଶଂସକଙ୍କ ପାଇଁ କିଛି ସ୍ୱତନ୍ତ୍ର କରିବାକୁ ଚାହୁଁଥିବା କହିଛନ୍ତି।

ଜାନୁଆରୀ ୭, ୨୦୨୬ରୁ ପ୍ରାଇମ ଭିଡିଓରେ ଆରମ୍ଭ ହେବାକୁ ଥିବା ତାଙ୍କର ରିଆଲିଟି ଶୋ’ ‘Beast Games Season 2’ ରେ ପ୍ରସିଦ୍ଧ ଭାରତୀୟ ୟୁଟ୍ୟୁବର କ୍ୟାରିମିନାଟି ମଧ୍ୟ ନଜର ଆସିବେ ବୋଲି ସେ ନିଶ୍ଚିତ କରିଛନ୍ତି। ଏହି ଶୋ’ର ଦ୍ୱିତୀୟ ସିଜନରେ ୨୦୦ ଜଣ ପ୍ରତିଯୋଗୀ ୫ ମିଲିୟନ ଡଲାର (ପ୍ରାୟ ୪୧ କୋଟିରୁ ଅଧିକ ଟଙ୍କା) ପୁରସ୍କାର ପାଇଁ ପରସ୍ପର ସହ ଲଢ଼ିବେ।

ମିଷ୍ଟର ବିଷ୍ଟଙ୍କ ଏହି ଆହ୍ଵାନ ପରେ ସୋସିଆଲ ମିଡିଆରେ କ୍ରିକେଟ ପ୍ରେମୀ ଓ ୟୁଟ୍ୟୁବ୍ ପ୍ରଶଂସକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି। ଯଦି ଏହି ଦୁଇ ଜଣ ଏକାଠି ହୁଅନ୍ତି, ତେବେ ଏହା ଡିଜିଟାଲ ଜଗତର ସବୁଠାରୁ ବଡ଼ ସହଯୋଗ ହେବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ସର୍ତ୍ତ ମାନିଲାନି ଇରାନ: ଇସଲାମାବାଦ୍‌ ଆଲୋଚନା ଫେଲ୍‌

ଓ୍ବାଶିଂଟନ୍‌,୧୨।୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଅସ୍ତ୍ରବିରତି ଘୋଷଣା ପରେ ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଉଭୟ ଦେଶର ପ୍ରତିନିଧିମଣ୍ଡଳୀଙ୍କ ମଧ୍ୟରେ ଅନୁଷ୍ଠିତ ଶାନ୍ତି…

ଇରାନର ନିଦ ହଜିଲାଣି: ହର୍ମୁଜକୁ ନେଇ ବଢୁଛି ଚିନ୍ତା, ଏବେ ହେବ କ’ଣ

ନ୍ୟୁୟର୍କ,୧୨ା୪(ଏନ୍‌ଓ୍ବାଇଟି):ଇରାନ୍‌ ଏବେ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌କୁ ନିଜସ୍ବ ସମସ୍ୟା ଯୋଗୁ ସମ୍ପୂର୍ଣ୍ଣ ରୂପେ ଖୋଲିପାରୁ ନାହିଁ। କାରଣ ଆମେରିକା ଓ ଇସ୍ରାଏଲ୍‌ ସହ ଯୁଦ୍ଧବେଳେ ଏହି ସାମୁଦ୍ରିକ…

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

ଭାରତୀୟଙ୍କ ଭଲପାଇବା ଆଗରେ ନତମସ୍ତକ ଇରାନ: କହିଲା- ‘Thank You India, ଆଉ ସାହାଯ୍ୟ ଦରକାର ନାହିଁ’

ନୂଆଦିଲ୍ଲୀ,୧୧।୪: “ବିପଦ ବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ” – ଏହି କଥାକୁ ପୁଣିଥରେ ପ୍ରମାଣିତ କରିଛନ୍ତି ଭାରତବାସୀ। ଆମେରିକା ଏବଂ ଇସ୍ରାଏଲ ସହ ଜାରି ରହିଥିବା…

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

ହାର୍ଦ୍ଦିକଙ୍କ ପରେ ଜାଡେଜା ହାସଲ କଲେ ଏହି ମାଇଲଖୁଣ୍ଟ

ଗୁଆହାଟୀ,୧୧ା୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ବିପକ୍ଷ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (ଆର୍‌ଆର୍‌) ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଏକ ମାଇଲଖୁଣ୍ଟ ହାସଲ କରିଛନ୍ତି। ସେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ…

ହାଇଦ୍ରାବାଦ୍‌କୁ ହରାଇ ପଞ୍ଜାବର ତୃତୀୟ ବିଜୟ

ଚଣ୍ଡିଗଡ଼,୧୧ା୪: ଅଧିନାୟକ ଶ୍ରେୟସ ଆୟାରଙ୍କ ଅପରାଜିତ ୬୯ ରନର ଇନିଂସ ବଳରେ ପଞ୍ଜାବ କିଙ୍ଗ୍ସ ଏକ ହାଇସ୍କୋରିଂ ଆଇପିଏଲ୍‌ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ୍‌କୁ ପରାସ୍ତ କରିଛି। ପଞ୍ଜାବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri