Posted inଫୁରସତ

ମିଷ୍ଟର୍‌ ସର୍ବଗିଳା

୧୯୫୦ରେ ଜନ୍ମିତ ଫ୍ରାନ୍ସର ମାଇକେଲ ଲୋତିତୋ, ବେଶ୍‌ ପରିଚିତ ଥିଲେ ‘ମିଷ୍ଟର ଇଟ୍‌ ଅଲ୍‌’ ନାମରେ। କାରଣ ସାଇକେଲ, ଟିଭି, ଖଟଠାରୁ ଆରମ୍ଭ କରି ଶପିଂ କାର୍ଟ, କାଚ ଜିନିଷ, ରବର ଏମିତିକି ଏରୋପ୍ଲେନ୍‌ର ପାର୍ଟ ଖାଇ ବେଶ୍‌ ଆରାମରେ ହଜମ କରିଦେଇପାରୁଥିଲେ। ତେବେ ତାଙ୍କର ଏଭଳି ଅଜବ ଖାଇବା ଅଭ୍ୟାସ ମାତ୍ର ୯ ବର୍ଷ ବୟସରୁ ଆରମ୍ଭ ହୋଇଥିଲା। ୧୬ ବର୍ଷ ବୟସ ବେଳକୁ ସେ ଏଭଳି ଅଜବ ଖାଦ୍ୟ ଖାଇବାର ଶୋ’ କରିବା ଆରମ୍ଭ କରିଦେଇଥିଲେ। ଦୁଇସିଟ୍‌ ଯୁକ୍ତ ଏଭିଏସେନ୍‌ ଏରୋପ୍ଲେନ୍‌ ସେସ୍‌ନା ୧୫୦କୁ ବି ସେ ଖାଇଥିଲେ। ଆଉ ଏହାକୁ ସମ୍ପୂର୍ଣ୍ଣ ଖାଇବା ଲାଗି ତାଙ୍କୁ ଦୁଇବର୍ଷ ଲାଗିଥିଲା। ଏହି ଏରୋପ୍ଲେନକୁ ସେ ଛୋଟ ଛୋଟ ଖଣ୍ଡ କରି ମିନେରାଲ ଅଏଲ୍‌ ଓ ପ୍ରଚୁର ପାଣି ପିଇ ପିଇ ଖାଉଥିଲେ। ଯେମିତିକି ସେହି ଧାତୁଗୁଡିକ ତଣ୍ଟିରେ ଓ ଅନ୍ତନଳୀରେ ସହଜରେ ଯାଇପାରିବ। ପ୍ରକୃତରେ ସେ ପିକା ନାମକ ଏକ ଅଜବ ରୋଗରେ ଆକ୍ରାନ୍ତ ଥିଲେ। ଯାହାକି ଏକ ମାନସିକ ରୋଗ। ଏଥିରେ ତାଙ୍କୁ ଅଖାଦ୍ୟ ଦେଖିଲେ ଖାଇବାକୁ ଲୋଭ ହେଉଥିଲା। ଡାକ୍ତରଙ୍କ କହିବାନୁସାରେ ତାଙ୍କ ଅନ୍ତନଳୀ ଓ ପେଟରେ ମୋଟା ଆସ୍ତରଣ ଥିବା ସହ ହଜମ ପାଇଁ କ୍ଷରଣ ହେଉଥିବା ରସାୟନ ବି ପାଓ୍ବାରଫୁଲ ଥିଲା। ତେଣୁ ସେ ଧାରୁଆ, ଶକ୍ତ ଧାତୁ ଖାଇଲେ ବି ତାହା ହଜମ ହେଇଯାଉଥିଲା। ତେବେ ଆଶ୍ଚର୍ଯ୍ୟର କଥା ସେ ଯଦି କଦଳୀ, ସିଝା ଅଣ୍ଡା ପରି ସରଳ ଖାଦ୍ୟ ଖାଉଥିଲେ ତାଙ୍କ ଦେହ ଖରାପ ହେଉଥିଲା। ୧୯୫୯ରୁ ୧୯୯୭ ମଧ୍ୟରେ ସେ ପ୍ରାୟ ୯ ଟନ୍‌ ଧାତୁ ଖାଇଥିଲେ। ଏଭଳି ଅଜବ ଡାଏଟ୍‌ ଲାଗି ତାଙ୍କ ନାମ ଗିନିଜ ଓ୍ବାର୍ଲଡ ରେକର୍ଡସ୍‌ରେ ବି ସ୍ଥାନ ପାଇଥିଲା। ୨୦୦୭, ଜୁନ ୨୫ରେ ଲୋତିତୋ ୫୭ ବର୍ଷ ବୟସରେ ପ୍ରାକୃତିକ କାରଣରୁ ମୃତ୍ୟୁବରଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ପରୀକ୍ଷା ଦେବାକୁ ଯାଇ ଯୁକ୍ତ ୨ ଛାତ୍ରୀ ନିଖୋଜ, ଜଣେ ଯୁବକ ଅପହରଣ କରିନେଇଥିବା ନେଇ…

ଗଜପତି,୧୦।୨ (ଗିରିଧାରୀ ପରିଛା)-ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଆଦର୍ଶ ଥାନା ସମ୍ମୁଖ ମାଧିକା ସାହିର ଜଣେ ଯୁକ୍ତ ଦୁଇ ଛାତ୍ରୀ ନିଖୋଜ ଥିବା ବେଳେ ତାଙ୍କୁ…

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

ଯାଜପୁରରେ କୃମି ଔଷଧ ଖାଇ ୩୮ ଛାତ୍ରୀଛାତ୍ର ଅସୁସ୍ଥ

କଳିଙ୍ଗନଗର,୧୦।୨(ଶୁଭାଶିଷ ରାଉତ): ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ପଥରପଦା ପଞ୍ଚାୟତର ଓଚିନ୍ଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜାତୀୟ କୃମି ନାଶକ ଦିବସ ଅବସରରେ…

ଅପରାହ୍ନରେ ସଚେତନତା, ସନ୍ଧ୍ୟାରେ ନିଆଁ; ହୁତୁହୁତୁ ହୋଇ ଜଳୁଛି ସୋରଦେବି ଜଙ୍ଗଲ…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସ୍ଥିତ ଘୁମୁସର ଉତ୍ତର ବନଖଣ୍ଡର ଲାଲସିଂ ନର୍ସରୀ ପରିସରରେ ମଙ୍ଗଳବାର ସକାଳୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନଖଣ୍ଡସ୍ତରୀୟ ବନାଗ୍ନୀ ପ୍ରଶମନ ସଚେତନତା…

Rare Solar Eclipse: ୧୦୦ବର୍ଷ ପରେ ଅତି ବିରଳ ସୂର୍ଯ୍ୟ ପରାଗ, ଦିନ ୧୨ଟାରେ ଭାରତରେ ଘୋଟିଯିବ କିଟକିଟ ଅନ୍ଧାର! ପକ୍ଷୀମାନେ କରିବେ…

ଆଗକୁ ଏକ ଏମିତି ସୂର୍ଯ୍ୟପରାଗ ଆସୁଛି ଯାହା ସମସ୍ତଙ୍କୁ ଚମକାଇ ଦେବ । ଦିନ ୧୨ଟାରେ ସବୁକିଛି ଅନ୍ଧାର ହୋଇଯିବ । ଦିନ ହଠାତ୍ ରାତିରେ ପରିଣତ…

୧୦ ଉଇକେଟରେ ଜିତିଲା ନ୍ୟୁଜିଲାଣ୍ଡ

ଚେନ୍ନାଇ,୧୦ା୨- ଟି୨୦ ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୧୦ ଉଇକେଟରେ ୟୁଏଇକୁ ପରାସ୍ତ କରିଛି। ୟୁଏଇ ଦ୍ୱାରା ଧାର୍ଯ୍ୟ ୧୭୪ ରନ୍‌ର ଟାର୍ଗେଟ୍‌କୁ ଟିମ୍‌ ସିଫର୍ଟ…

ବଲିଉଡରେ ହଇଚଇ: ରଣବୀର ସିଂଙ୍କୁୁ ମିଳିଲା ଧମକ, କୋଟି କୋଟି ଟଙ୍କା ଦାବି; ସୁରକ୍ଷା ବଢ଼ାଇଲା… 

ମୁମ୍ବାଇ: ଅଭିନେତା ରଣବୀର ସିଂଙ୍କୁ ଧମକ। ଘର ବାହାରେ ବଢ଼ାଗଲା ସୁରକ୍ଷା। କିଛି ଏଭଳି ଖବରକୁ ନେଇ ବଲିଉଡରେ ହଇଚଇ ସୃଷ୍ଟି ହୋଇଛି। ସୂଚନା ପ୍ରକାରେ ଅଭିନେତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri