Categories: ଖେଳ

ମିଷ୍ଟର ଡିପେଣ୍ଡବୁଲ୍‌ ଟିମ୍‌ ଇଣ୍ଟିଆ କୋଚ୍‌: ସୂଚନା ଦେଲେ ଗାଙ୍ଗୁଲୀ…

କୋଲକାତା,୧୫।୬: ଟିମ୍‌ ଇଣ୍ଡିଆ ଶ୍ରୀଲଙ୍କା ଗସ୍ତରେ ଯିବ। ଏନେଇ ବିବିସିଆଇ ପକ୍ଷରୁ ଟିମ୍‌ ଇଣ୍ଡିଆ କୋଚ୍‌ ଭାବେ ମିଷ୍ଟର ଡିପେଣ୍ଡବୁଲ୍‌ ରାହୁଲ ଦ୍ରାବିଡ୍‌ଙ୍କୁ ନିଯୁକ୍ତ କରାଯାଇଛି। ଏ ସମ୍ପର୍କରେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲୀ ସୂଚନା ଦେଇଛନ୍ତି। ଶ୍ରୀଲଙ୍କା ଗସ୍ତକ୍ରମ ପାଇଁ କୋଚ୍‌ ଭାବେ ପୂର୍ବତନ ଟିମ୍‌ ଇଣ୍ଡିଆର ଅଧିନାୟକ ଦ୍ରାବିଡ଼ଙ୍କ ନାମକୁ ନେଇ ଚର୍ଚ୍ଚା ହେଉଥିଲା। ତେବେ ଗାଙ୍ଗୁଲୀ ଏସମ୍ପର୍କରେ ସୂଚନା ଦେଇ ସମସ୍ତ କଳ୍ପନା ଜଳ୍ପନାର ଅବସାନ ଘଟାଇଛନ୍ତି। ଶ୍ରୀଲଙ୍କା ଗସ୍ତରେ ଟିମ୍‌ ଇଣ୍ଡିଆର ଅଧିନାୟକ ଦାୟିତ୍ୱ ଶେଖର ଧାଓ୍ବନ ସମ୍ଭାଳିବେ। ସେହିପରି ଉପ ଅଧିନାୟକ ଭାବେ ଭୁବନେଶ୍ୱର କୁମାର କାର୍ଯ୍ୟ କରିବେ। ଭାରତୀୟ ଟିମ୍‌ ଶ୍ରୀଲଙ୍କା ସହିତ ୩ଟି ଏକ ଦିବସୀୟ ଏବଂ ୩ଟି ଟି-୨୦ ମ୍ୟାଚ୍‌ ଖେଳିବ। ୧୩ ଜୁଲାଇରୁ ମ୍ୟାଚ୍‌ ଖେଳିବ। ସମସ୍ତ ମ୍ୟାଚ୍‌ କଲୋମ୍ବୋର ଆର୍‌.ପ୍ରେମାଦାସା ଷ୍ଟାଡ଼ିୟମ୍‌ରେ ଖେଳାଯିବ।

Share