ନବ ନିର୍ମିିତ ବର୍ହିଚିକିତ୍ସା, ଅର୍ନ୍ତଚିକିତ୍ସା ବିଭାଗ ଗୃହର ଶୁଭ ଉଦ୍‌ଘାଟନ କଲେ ସାଂସଦ-ବିଧାୟକ

ଗଞ୍ଜାମ,୨୨।୫ (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଖଣ୍ଡଦେଉଳି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଠାରେ ନବନିର୍ମିିତ ବର୍ହିଚିକିତ୍ସା ଓ ଅର୍ନ୍ତଚିକିତ୍ସା ବିଭାଗ ଗୃହକୁ ବ୍ରହ୍ମପୁର ସାଂସଦ ପ୍ରଦୀପ କୁମାର ପାଣିଗ୍ରାହୀ ଓ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଶୁକ୍ରବାର ଶୁଭ ଉଦ୍‌ଘାଟନ କରିଛନ୍ତି। ଜିଲାପାଳ ଭି କୀର୍ତ୍ତି ଭାସନ, ମେଡିକାଲ ଅଫିସର ସୌମ୍ୟ କାନ୍ତ ମହାପାତ୍ର, ସରପଞ୍ଚ ବୈରାଗୀ ବେହେରା, ପୂର୍ବତନ ସରପଞ୍ଚ ତଥା ଗ୍ରାମ୍ୟ ଭଦ୍ର ବ୍ୟକ୍ତି ବଂଶୀଧର ଗୌଡ଼, ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ ରାମଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ନୂତନ ଭିତ୍ତି ଭୂମି ନିର୍ମାଣ ସହ ସମ୍ପ୍ରସାରଣ ଏବଂ ସ୍ଥାନୀୟ ଅଞ୍ଚଳ ଜନସାଧାରଣଙ୍କୁ ଉନ୍ନତ ଓ ସହଜ ଚିକିତ୍ସା ସେବା ପ୍ରଦାନରେ ସହାୟକ ହେବ ବୋଲି ସାଂସଦ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଏଥିସହ ନୂତନ ଭିତ୍ତିଭୂମି, ଜନସେବା ଓ ଲୋକଙ୍କୁ ଉନ୍ନତ ସ୍ବାସ୍ଥ୍ୟ ସେବା ଯୋଗାଇବା ଭାଜପା ସରକାର ପ୍ରତିବଦ୍ଧତା ବୋଲି ବିଧାୟକ ନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି l

 

Odisha’s No.1 Odia Daily

Share