Categories: ଜାତୀୟ

ଏମ୍‌ପିଙ୍କୁ ଏସିଡ୍‌ ଆକ୍ରମଣ ଧମକ

ଶିବସେନା ଏମ୍‌ପି ଅରବିନ୍ଦ ସାଓ୍ବନ୍ତ ଅମରାବତୀର ସ୍ବାଧୀନ ଏମ୍‌ପି ନବନୀତ କୌର ରାଣାଙ୍କ ଉପରେ ଏସିଡ୍‌ ଆକ୍ରମଣ କରାଇବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ନବନୀତ ଗତ ୨୨ରେ ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲାଙ୍କୁ ଚିଠି ଲେଖି ଜଣାଇଥିବା କହିଛନ୍ତି। ଶିବ ସେନା ବିରୋଧରେ ପାର୍ଲାମେଣ୍ଟରେ କହିଲେ ଜେଲ ପଠାଇଦେବୁ ବୋଲି ଅରବିନ୍ଦ କହିଥିବା ନବନୀତ ଅଭିଯୋଗ କରିଛନ୍ତି। ଏହା ସହ ତାଙ୍କ ନିକଟକୁ ଫୋନ୍‌ କଲ୍‌ ମାଧ୍ୟମରେ ଏସିଡ୍‌ ଆକ୍ରମଣ ପାଇଁ ଧମକ ମିଳୁଥିବା କହିଛନ୍ତି। ଅଭିଯୋଗକୁ ଅରବିନ୍ଦ ଖଣ୍ଡନ କରି କହିଛନ୍ତି, ୨୦୧୯ରେ ଜାତିଗତ ପ୍ରମାଣପତ୍ର ସମ୍ପର୍କିତ ଏକ ମାମଲା ନବନୀତଙ୍କ ବିରୋଧରେ ଚାଲିଥିବାରୁ ସେ ଏଭଳି କହୁଛନ୍ତି।

Share