Categories: ଜାତୀୟ

ଜାତୀୟ ସଙ୍ଗିତ ଭୁଲିଗଲେ ସମାଜବାଦୀ ପାର୍ଟି ନେତା

ନୂଆଦିଲ୍ଲୀ,୧୬ ।୮: ଉତ୍ତର ପ୍ରଦେଶର ମୁରାଦାବାଦରୁ ସମାଜବାଦୀ ପାର୍ଟି ଏମ୍‌ପି ଡ. ଏସ୍ ଟି ହସନ ରବିବାର ଦେଶର ୭୫ ତମ ସ୍ୱାଧିନତା ଦିବସରେ ପତାକା ଉତ୍ତୋଳନ କରିଥିଲେ । ହେଲେ ଏହି କାର୍ଯ୍ୟକ୍ରମରେ ସେ ରାଷ୍ଟ୍ରୀୟ ସଙ୍ଗିତକୁ ଭଲି ଯାଇଥିବା ଆଲୋଚନା ହେଉଛି । କାରଣ ଶ୍ରୀଯୁକ୍ତ ହାସନ ପତାକା ଉତ୍ତୋଳନ କରିବା ପରେ ରାଷ୍ଟ୍ରିୟ ସଙ୍ଗିତର ପ୍ରଥମ ପଦ ଗାଇ ତା’ ପରେ ଜୟ ହୋ ଜୟ ହୋ ଗାଇଥିଲେ । ଏମ୍‌ପି ଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଭଗାଇରାଲ ହେବାରେ ଲାଗିଛି । ଭାରତୀୟ ଜନତା ପାର୍ଟି ନେତା ବି ଭିଡିଓଟିକୁ ଇନଷ୍ଟାଗ୍ରାମରେ ଶେୟାରକରି ବିରୋଧି ଉପରେ ଆକ୍ରମଣ ଯୋଜନା କରିଛନ୍ତି ।

Share