Categories: ଜାତୀୟ

ଏନ୍‌ସିପି ମୁଖ୍ୟଙ୍କୁ ଭେଟିଲେ ସଞ୍ଜୟ

ମୁମ୍ବାଇ,୧୦।୧୧: ମନି ଲଣ୍ଡରିଂ ମାମଲାରେ ୩ ମାସ ପରେ ବୁଧବାର ଜେଲ୍‌ରୁ ବାହାରିଛନ୍ତି ଶିବସେନା ନେତା ସଞ୍ଜୟ ରାଉତ। ଜେଲ୍‌ରୁ ମୁକୁଳିବା ପରେ ଗୁରୁବାର ସଞ୍ଜୟ ଏନ୍‌ସିପି ମୁଖ୍ୟ ଶରଦ ପାୱାରଙ୍କୁ ତାଙ୍କ ମୁମ୍ବାଇ ସ୍ଥିତ ବାସଭବନରେ ଭେଟିଛନ୍ତି। ଜେଲ୍‌ରୁ ମୁକୁଳିବା ପରେ ସଞ୍ଜୟ ରାଉତଙ୍କ ସ୍ବର ବଦଳୁଥିବାର ଦେଖିବାକୁ ମିଳିଛି। ନ୍ୟାୟପାଳିକା ଉପରେ ବିଶ୍ୱାସ ପ୍ରକାଶ କରିବା ସହ ବୁଧବାର ନିର୍ଦ୍ଦେଶ ପରେ କୋର୍ଟଙ୍କ ଉପରେ ଲୋକଙ୍କ ବିଶ୍ୱାସ ବୃଦ୍ଧି ପାଇଛି ବୋଲି ସଞ୍ଜୟ କହିଛନ୍ତି। ଗୋଟିଏ ପଟେ ସେ ରାଜ ଠାକରେଙ୍କୁ ଟାର୍ଗେଟ କରିଥିବା ବେଳେ ଅନ୍ୟପେଟ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନାବିସଙ୍କୁ ସେ ଭେଟିବେ ବୋଲି କହିଛନ୍ତି। ଫଡ୍‌ନାବିିସ ଏହି ରାଜ୍ୟକୁ ଆଗେଇ ନେଉଛନ୍ତି। ମୁଖ୍ୟମନ୍ତ୍ରୀ କୌଣସି ଦଳର ନୁହଁନ୍ତି, ସେ ରାଜ୍ୟର ଅଟନ୍ତି। କେବଳ ଏତିକି ନୁହେଁ, ସେ ପ୍ରଧାନମନ୍ତ୍ରୀ ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ମଧ୍ୟ ଭେଟିବାକୁ ଦିଲ୍ଲୀ ଯିବେ। ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀ ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ ମଧ୍ୟ ଭେଟିବି ଏବଂ ମୋ ସହିତ ଘଟିଥିବା ଘଟଣା ଏବଂ ପରିସ୍ଥିତି ବିଷୟରେ କହିବି ବୋଲି ରାଉତ କହିଛନ୍ତି।

 

Share