ଡାବୁଗାଁ, ୨୭।୨ (ପ୍ରଜ୍ଞାରଞ୍ଜନ ପରିଡା)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ୍ର ଅଞ୍ଚଳା ଅଞ୍ଚଳା ଗ୍ରାମରେ ଗୁରୁବାର ନବରଙ୍ଗପୁର ଏମ୍ପି ବଳଭଦ୍ର ମାଝୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ଲକରେ ଚାଲୁଥିବା ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ମତ୍ସ୍ୟ, ଉଦ୍ୟାନ, ମହିଳା ଓ ଶିଶୁ ବିକାଶ, ପ୍ରାଣୀ ପାଳନ, ଜଙ୍ଗଲ, ଗ୍ରାମ୍ୟ ଉନ୍ନୟନ, ପୁର୍ତ୍ତ, ବିଦ୍ୟୁତ, ମୃତ୍ତିକା ସଂରକ୍ଷଣ, ମିସଶନଶକ୍ତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଏମ୍ଜିଏନଆରଇଜିଏସ୍, ସାମାଜିକ ସୁରକ୍ଷା, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ, ଯୋଗାଣ ବିଭାଗ ଆଦି ବିଭାଗରେ ଉନ୍ନୟନମୂଳକ କାର୍ଯ୍ୟ ଉପରେ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନେଇ ସମୀକ୍ଷା କରିଥିଲେ।
ଏମ୍ଜିଏନ୍ଆରଇଜିଏସ୍ରେ ଅଧିକରୁ ଅଧିକ ଲୋକଙ୍କୁ କାମ ଯୋଗାଇ ଦେବା ପାଇଁ ବିଭାଗୀୟ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଭଳି ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଡାବୁଗାଁର ବିକାଶ ପାଇଁ ସମୀକ୍ଷା ବୈଠକରେ ଆଲୋଚନା କରିଛନ୍ତି । ଏଥିରେ ଏମ୍ଜିଏନଆରଇଜିଏସ, ସ୍ବଚ୍ଛ ଭାରତ ମିଶନ ମାଧ୍ୟମରେ ଶୌଚାଳୟ ବ୍ୟବହାର, ପ୍ରତ୍ୟେକ ଲୋକଙ୍କ ଆଧାର କାର୍ଡ ଅପଡେଟ ଉପରେ ଅଧିକ ଗୁରୁତ୍ୱାରୋପ କରିଥିଲେ ।
ଏହି ବୈଠକରେ ବ୍ଲକ୍ ଅଧ୍ୟକ୍ଷା ବୀଣା ମାଝୀ, ବିଡ଼ିଓ ଶରତ ମାଝୀ, ତହସିଲଦାର ହରିଓମ ଭୋଇ, ଏବିଡିଓ ପଦ୍ମନାଭ ତ୍ରିପାଠୀ, ଅଞ୍ଚଳା ସରପଞ୍ଚ ରମେଶ ମାଝି, ଭାଜପା ଡାବୁଗାଁ ମଣ୍ଡଳ ସଭାପତି ମନୋଜ ପାତ୍ର, ଜେ. ରାଜଶେଖର ରାଓ, ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା କାର୍ଯ୍ୟକାରୀ ସଭ୍ୟ ଜୟନ୍ତ କୁମାର ପାତ୍ର, ସୋମନାଥ ପୂଜାରୀ, ରତନ କଲାର, ଜି. ସତ୍ୟା ରାଓ, ନରେଶ ସିଂ, ପ୍ରମୁଖ ଉପସ୍ଥିତ ଥିଲେ।
ଅନ୍ୟମାନଙ୍କ ମଧ୍ୟରେ ସିଡିପିଓ ମିନତୀ ଦାଶ, ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡା. ସୁଭାସିଶ ସାହୁ, ଭାରପ୍ରାପ୍ତ ବନାଞ୍ଚଳ ଅଧିକାରୀ ଉମାକାନ୍ତ ପଟ୍ଟନାୟକ, ଅତିରିକ୍ତ ପ୍ରାଣୀ ଚିକିତ୍ସକ ଏନ. ଲୋକନାଥ ରେଡ୍ଡୀ, ସହକାରୀ କୃଷି ଅଧିକାରୀ ସୋମେନ୍ଦ୍ର ବିଶାସ, ବରିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ ସଙ୍ଗୀତା ସାମଲ, ସହକାରୀ ଉଦ୍ୟାନ ଅଧିକାରୀ ରବିଶଙ୍କର ପଣ୍ଡା, ମୃତ୍ତିକା ସଂରକ୍ଷଣ ରେଞ୍ଜର ଗୌତମ ସେଠୀ, ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ହରେକୃଷ୍ଣ ରାଉତ, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଯତୀନ ପାଣିଗ୍ରାହୀ, ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଆଦିତ୍ୟ ନାରାୟଣ ରଥ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଭଗବାନ ମାଝି, ସହକାରୀ ଯନ୍ତ୍ରୀ ଆନନ୍ଦ ମଣ୍ଡଳ, ଜଳ ଓ ପରିମଳ କନିଷ୍ଠ ଯନ୍ତ୍ରୀ ରୋହିତ କିଶାନ, କନିଷ୍ଠ ଯନ୍ତ୍ରୀ ପ୍ରଶାନ୍ତ କୁମାର ଚୌଧୁରୀ, ଦିଲ୍ଲୀପ ଦୀପକ ମିଶ୍ର ଓ ଅଭିନାଶ ନାୟକ ଏବଂ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।


