Posted inରାଜ୍ୟ

ବିମାନରେ ଯାତ୍ରୀଙ୍କ ଚିକିତ୍ସା କରି ଜୀବନ ବଞ୍ଚାଇଲେ ଏମ୍‌ପି ରାଜଶ୍ରୀ ମଲ୍ଲିକ

ଭୁବନେଶ୍ୱର, ୨୩।୨(ବ୍ୟୁରୋ): ଜଗତ୍‌ସିଂହପୁର ଏମ୍‌ପି ଡା. ରାଜଶ୍ରୀ ମଲ୍ଲିକ ବୁଧବାର ଦିଲ୍ଲୀ ଯାତ୍ରା କରୁଥିବାବେଳେ ବିମାନରେ ଅସୁସ୍ଥ ହୋଇପଡ଼ିଥିବା ଜଣେ ଯାତ୍ରୀଙ୍କୁ ଚିକିତ୍ସା କରି ତାଙ୍କ ଜୀବନ ରକ୍ଷା କରିଛନ୍ତି। ଏନେଇ ସେ ତାଙ୍କ ଫେସ୍‌ବୁକ୍‌ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ରାଜଶ୍ରୀ ଇଣ୍ଡିଗୋ ଏୟାରଲାଇନ୍ସର ୬ଇ୨୦୬୫ ବିମାନରେ ଦିଲ୍ଲୀ ଯାତ୍ରା କରୁଥିଲେ। ବିମାନଟି ପୂର୍ବାହ୍ନ ୧୦ଟା ୨୦ ମିନିଟ୍‌ରେ ଦିଲ୍ଲୀରେ ଅବତରଣ କରିଥିଲା। ଅବତରଣ କରିବାର ୨୦ ମିନିଟ୍‌ ପୂର୍ବରୁ ବିମାନରେ ଯାଉଥିବା ବ୍ରହ୍ମପୁରର ଜଣେ ଯାତ୍ରୀଙ୍କୁ ବାତ ମାରିବାରୁ ସେ ଅଚେତ ହୋଇପଡ଼ିଥିଲେ। ପେଷାରେ ଡାକ୍ତର ଥିବା ଏମ୍‌ପି ରାଜଶ୍ରୀ ଏହା ଦେଖି ତତ୍‌କ୍ଷଣାତ୍‌ ସିଟ୍‌ରୁ ଉଠି ତାଙ୍କ ଚିକିତ୍ସା ଆରମ୍ଭ କରିଥିଲେ। ଉପସ୍ଥିତ ବୁଦ୍ଧି ଖଟାଇ ‘ମାଉଥ୍‌ ଓପନ ଆଣ୍ଡ୍‌ କ୍ଲିନ୍‌’ ପଦ୍ଧତିରେ ଚିକିତ୍ସା କରିବା ସହିତ ବିମାନର ଅକ୍ସିଜେନ ମାସ୍କ ଓ ମସାଜ ଦେଇ ତାଙ୍କର ଜୀବନ ରକ୍ଷା କରିଥିଲେ। ଏମ୍‌ପିଙ୍କ ଏହି ମହାନ କାର୍ଯ୍ୟକୁ ବିମାନର ସମସ୍ତ ଯାତ୍ରୀ ଓ ବିମାନ କର୍ତ୍ତୃପକ୍ଷ ପ୍ରଶଂସା କରିଥିଲେ। ସୂଚନାଯୋଗ୍ୟ, ପୂର୍ବରୁ ୨୦୧୮-୧୯ରେ ମଧ୍ୟ ରାଜଶ୍ରୀ ମଲ୍ଲିକ ବିମାନରେ ଯାଉଥିବା ଜଗତ୍‌ସିଂହପୁରର ଆଉଜଣେ ଯାତ୍ରୀଙ୍କର ଚିକିତ୍ସା କରି ଜୀବନ ରକ୍ଷା କରିଥିଲେ। ସେତେବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍‌ କରି ଏମ୍‌ପିଙ୍କ ପ୍ରଶଂସା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

ଜେଲ୍‌ ଶୌଚାଳୟରୁ ମିଳିଲା ବିଚାରାଧୀନ କଏଦୀଙ୍କ ମୃତଦେହ, ପରିବାର ଲୋକେ ଅଭିଯୋଗ ଆଣି କହିଲେ…

ପୁରୀ,୨୯ା୩(ଅଜିତ କୁମାର ମହାନ୍ତି): ରାମଚଣ୍ଡୀ ଥାନା ଅର୍ନ୍ତଗତ ବାରଙ୍ଗସ୍ଥିତ ପୁରୀ ଜେଲରେ ରବିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୁରୀ ଜେଲ୍‌ରେ ଥିବା ଜଣେ ବିଚାରାଧୀନ…

କେନ୍ଦୁଝର ବିଜେଡିକୁ ଶକ୍ତ ଝଟକା, ୯ କାଉନସିଲରଙ୍କ ସାମୂହିକ ଇସ୍ତଫା

କେନ୍ଦୁଝର,୨୯।୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଜି କେନ୍ଦୁଝରଗଡ ପୌର ଉପାଧ୍ୟକ୍ଷ ବରଦା ପ୍ରସନ୍ନଙ୍କଙ୍କ ସହ ୯ ଜଣ ବିଜେଡି କାଉନସିଲର ସମୂହ ଇସ୍ତଫା ଘଟଣା ଚର୍ଚ୍ଚାର ବିଷୟ ହୋଇଛି…

ଲାଞ୍ଜିଗଡରେ ଅନନ୍ୟ ପରମ୍ପରା; ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ, ଭକ୍ତଙ୍କ ପିଠିରେ ଚଢ଼ି ଫେରିଲେ ମା’

ଲାଞ୍ଜିଗଡ,୨୯।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡର ମା’ ଠାକରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ରବିବାର ମହା ସମାରୋହରେ ସମ୍ପନ୍ନ ହେଇଯାଇଛି । ଲାଞ୍ଜିଗଡ ଇଷ୍ଟଦେବୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri