ଭୋଟ୍‌ ବାକ୍ସକୁ ମୁଣ୍ଡିଆ ମାରିଲେ ଏମ୍‌ପି ପ୍ରମିଳା ବିଷୋୟୀ

ଗଞ୍ଜାମ,୨୪ା୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଆଜି ଅନ୍ତିମ ତଥା ପଞ୍ଚମ ପର୍ଯ୍ୟାୟ ମତଦାନ ଚାଲିଛି। ବେଗୁନିଆପଡା, ଆସିକା ଓ ଭଞ୍ଜନଗର ପ୍ରମୁଖ ୩ଟି ବ୍ଲକରେ ଭୋଟ୍‌ ଗ୍ରହଣ ଚାଲିଛି। ତେବେ ଆସିକା ଏମ୍‌ପି ପ୍ରମିଳା ବିଷୋୟୀ ମତଦାନ ସମୟରେ ଭୋଟ୍‌ ବାକ୍ସକୁ ମୁଣ୍ଡ ନୂଆଁଇ ପ୍ରଣାମ କରୁଥିବା ଦେଖିବାକୁ ମିଳିଛି।

ଆଜି ଜିଲାର ୧୦ଟି ଜିଲା ପରିଷଦ ଜୋନ୍‌ ପାଇଁ ୩୩ ଜଣ ପ୍ରାର୍ଥୀଙ୍କ ସମେତ ୭୨ ପଞ୍ଚାୟତର ୨୪୮ ସରପଞ୍ଚ ଏବଂ ୧୯୨ ସମିତିସଭ୍ୟ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର। ସମୁଦାୟ ୧୦୫୧ଟି ବୁଥ୍‌ରେ ୩ ଲକ୍ଷ ୪୨ ହଜାର ୮୦୯ ଜଣ ଭୋଟର୍‌ ମତଦାନ କରିବେ।