ପ୍ରଥମଥର ପାଇଁ ପଞ୍ଚାୟତ ସମିତିରେ ଯୋଗଦେଲେ ସାଂସଦ ପ୍ରଦୀପ ପାଣିଗ୍ରାହୀ, କହିଲେ ମିଳିମିଶି କାମ କଲେ…

ଗଞ୍ଜାମ,୨୨।୫(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ କନଫରେନ୍ସ ହଲଠାରେ ପଞ୍ଚାୟତ ସମିତି ନବମ ଅଧିବେଶନ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ ଅଧ୍ୟକ୍ଷତା କରିଥିଲେ। ଏହି ସମୟରେ ବ୍ରହ୍ମପୁର ସାଂସଦ ପ୍ରଦୀପ କୁମାର ପାଣିଗ୍ରାହୀ,ବିଡ଼ିଓ ଅଚ୍ୟୁତାନନ୍ଦ ଯାନୀ,ବିଧାୟକ ପ୍ରତିନିଧି ମାନସ ରଞ୍ଜନ ନାହାକ,ଉପାଧ୍ୟକ୍ଷ ଅନ୍ତର୍ଯ୍ୟାମୀ ବେହେରା, ଜିଲା ପରିଷଦ ସଭ୍ୟ ସନାତନ ବେହେରା ପ୍ରମୁଖ ମଞ୍ଚାସିନ ଥିଲେ । ଦଳ ଗତ ନିର୍ବିିିଶେଷରେ ସମସ୍ତ ଜନପ୍ରତିନିଧି ମିଳିମିଶି କାମ କଲେ ସ୍ଥାନୀୟ ଅଞ୍ଚଳ ତଥା ଗଞ୍ଜାମ ବ୍ଲକର ଉନ୍ନତି ହୋଇପାରିବ ବୋଲି ସାଂସଦ ପାଣିଗ୍ରାହୀ ମତବ୍ୟକ୍ତ କରିଥିଲେ । ଜିଲାର ବିଭିନ୍ନ ବିଭାଗର ଅଧିକାରୀ, ବ୍ଲକ ପିଆରଆଇ ମେମ୍ବରମାନେ ଉପସ୍ଥିତ ଥିଲେ। ପଞ୍ଚାୟତଗୁଡିକରେ ଚାଲିଥିବା କଲ୍ୟାଣୀ ମଣ୍ଡପ, ଖେଳ ପଡିଆ, ରାସ୍ତା ଘାଟ, ମୃତ୍ତିକା ସଂରକ୍ଷଣ,ବୃକ୍ଷରୋପଣ ଏମଏନଇଜିଆରଏସ କାର୍ଯ୍ୟ ତ୍ୱରାନୱିତ କରିବା ଆଦି ଉପରେ ଆଲୋଚନା ହୋଇଥିଲା । ଜିଲା ପର୍ଯ୍ୟଟନ ଅଧିକାରୀ ଜନକ ତରାଇ, ମେଡିକାଲ ଅଫିସର ସୌମ୍ୟ କାନ୍ତ ମହାପାତ୍ର, ଜନ ସ୍ବାସ୍ଥ୍ୟ ବିଭାଗ କନିଷ୍ଠ ଯନ୍ତ୍ରୀ ଆଶିଷ କୁମାର ବରାଳ, ଫରେଷ୍ଟ ରେଞ୍ଜର ପ୍ରଶାନ୍ତ କୁମାର ରାଏ ପ୍ରମୁଖ ଉପସ୍ଥିତ ଥିଲେ। ହୁମା ସମିତି ସଭ୍ୟ ଧ୍ରୁବ ଚରଣ ପଲାଇ, ମଲାଡ଼ ସରପଞ୍ଚ ମମତା ବେହେରାଙ୍କ ସମେତ ଅନ୍ୟାନ୍ୟ ଜନ ପ୍ରତିନିଧିମାନେ ମଧ୍ୟ ଉପସ୍ଥିତ ଥିଲେ । ଜିପିଓ ଅପର୍ଣ୍ଣା ଅଭିଲିପ୍ସା ପ୍ରିୟ ଦର୍ଶନୀ,ବ୍ଲକ ପ୍ରୋଗ୍ରାମ ଅଫିସର ଜଳନ୍ଧର ମହାରଣା, ଏପିଓ ବ୍ରଜ କିଶୋର ବେହେରା,କେଶବ ବେହେରା ପ୍ରମୁଖ ସହଯୋଗ ପରିଚାଳନା କରିଥିଲେ।

Odisha’s No.1 Odia Daily

Share