ମା’ ବୁଢ଼ୀ ଠାକୁରାଣୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେଲେ ଏମ୍‌ପି ପ୍ରଦୀପ ପାଣିଗ୍ରାହୀ, ଘଣ୍ଟ-ଢୋଲ ପଟୁଆରରେ…

ଗଞ୍ଜାମ,୨୨ା୬(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡ଼ା ପଞ୍ଚାୟତର ଆଲିଆବାଦ ଗ୍ରାମର ଗ୍ରାମ୍ୟଦେବୀ ମା’ ବୁଢ଼ୀଠାକୁରାଣୀଙ୍କ ଭବ୍ୟ ନୂତନ ମନ୍ଦିର ପ୍ରତିଷ୍ଠା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବ୍ରହ୍ମପୁର ଏମ୍‌ପି ଡ. ପ୍ରଦୀପ ପାଣିଗ୍ରାହୀ ଯୋଗ ଦେଇଥିଲେ। ଏମ୍‌ପି ଗ୍ରାମରେ ପହଞ୍ଚିବା ପରେ ଆଲିଆବାଦ ଗ୍ରାମବାସୀଙ୍କ ଦ୍ୱାରା ଭବ୍ୟ ସ୍ବାଗତ କରାଯାଇଥିଲା। କରପଡା ପଞ୍ଚାୟତ ସରପଞ୍ଚ ଅଜୟ ନାୟକ, ଠାକୁରାଣୀ ମନ୍ଦିର ସଭାପତି ଡମ୍ବରୁ ଚୌଧୁରୀ, ସମ୍ପାଦକ ଲିଙ୍ଗରାଜ ନାୟକ, ଗ୍ରାମ ଅଧିକାରୀ ଗୋପାଳ ପଟ୍ଟନାୟକ, ମା’ ରାମଚଣ୍ଡୀ ପୂଜା କମିଟି ଉପଦେଷ୍ଟା ତଥା ସମାଜସେବୀ ଶ୍ରୀ କୃଷ୍ଣଚନ୍ଦ୍ର ନାୟକ (ମହାରାଜ), ତ୍ରିପତି ବାଲାଜୀ ମିଶ୍ର, ସୁଧୀର ମହାରଣା, ରାମଚଣ୍ଡୀ ଟ୍ରଷ୍ଟ ତରଫରୁ ଟ୍ରଷ୍ଟି ଲକ୍ଷ୍ମୀ ନୃସିଂହ ପଣ୍ଡା, ଏମ୍‌ପି ପ୍ରତିନିଧି ଦିପ୍ତୀସ ପଟ୍ଟନାୟକ, ସନ୍ତୋଷ ରେଡ୍ଡୀ, ବିକ୍ରମ କେଶରୀ ପଣ୍ଡା, କରପଡ଼ା ଠାକୁରାଣୀ ମନ୍ଦିର କୋଷାଧକ୍ଷ କୁଞ୍ଜ ବିହାରୀ ନାୟକ ଓ ହଜାର ହଜାର ଗ୍ରାମବାସୀ ଉପସ୍ଥିତ ଥିଲେ। ଏହି ଅବସରରେ ଗ୍ରାମବାସୀ ଓ ମା’ମାନେ ହଜାର ହଜାର ସଂଖ୍ୟାରେ ଭାଗନେଇଥିଲେ। ଘଣ୍ଟ, ଢୋଲ, ଯୋଡ଼ି ଶଙ୍ଖ ଏବଂ ଏକାଧିକ ପଟୁଆର ନେଇ ଆଧ୍ୟାତ୍ମିକ ରୀତିନୀତିରେ ଏମ୍‌ପି ଓ ସରପଞ୍ଚଙ୍କ ନେତୃତ୍ୱରେ ଭବ୍ୟତାର ସହିତ କଳସ ଯାତ୍ରାର ଶୁଭାରମ୍ଭ କରାଯାଇଥିଲା।

Dharitri – Odisha’s No.1 Odia Daily

Share