ଏମ୍‌ପି-ଜିଲାପାଳ କଥା କଟାକଟି

ଢେଙ୍କାନାଳ ଅଫିସ, ୨୭।୪: ଢେଙ୍କାନାଳ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଜିଲା ଖଣିଜ ପାଣ୍ଠି (ଡିଏମ୍‌ଏଫ୍‌) ବିନିଯୋଗ ସମୀକ୍ଷା ବୈଠକରେ ଏମ୍‌ପି ମହେଶ ସାହୁ ଏବଂ ଜିଲାପାଳ ସରୋଜ କୁମାର ସେଠୀଙ୍କ ମଧ୍ୟରେ କଥା କଟାକଟିକୁ ନେଇ ତୁମ୍ବିତୋଫାନ ହୋଇଛି। ଜିଲାରେ ଗାଇଡ୍‌ଲାଇନ୍‌ ଅନୁଯାୟୀ ଡିଏମ୍‌ଏଫ୍‌ ଅନୁଦାନ ଅର୍ଥ ଖର୍ଚ୍ଚ ହେଉ ନ ଥିବା ଏମ୍‌ପି ସାହୁ ଜିଲାପାଳଙ୍କୁ ଇଙ୍ଗିତ କରି କହିଥିଲେ। ଏହାକୁ ନେଇ ଜିଲାପାଳ ଉତ୍‌କ୍ଷିପ୍ତ ହୋଇଯିବା ସହ ସେ କାହାର ରବର ଷ୍ଟାମ୍ପ ନୁହନ୍ତି ବୋଲି ଯୁକ୍ତି ବାଢ଼ିଥିଲେ। ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଜିଲାକୁ ପ୍ରତିନିଧିତ୍ୱ କରୁଥିବା ଏମ୍‌ପି ଏବଂ ଜିଲା ପ୍ରଶାସନର ମୁଖିଆଙ୍କ ମଧ୍ୟରେ ଏଭଳି ଯୁକ୍ତିତର୍କ ଆଲୋଚନାର ବିଷୟ ହୋଇଛି। ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଏହି ଘଟଣାକୁ ଫେସ୍‌ବୁକ୍‌ରେ ପୋଷ୍ଟ କରିବା ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛି।
ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ବୁଧବାର ପୂର୍ବାହ୍ନ ୧୦ଟାରେ ଡିଏମ୍‌ଏଫ୍‌ ବିନିଯୋଗ କମିଟି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। କମିଟି ଅଧ୍ୟକ୍ଷ ଜିଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ସଦସ୍ୟ ଏମ୍‌ପି ମହେଶ ସାହୁ, ମନ୍ତ୍ରୀ ତଥା କାମାକ୍ଷାନଗର ବିଧାୟକ ପ୍ରଫୁଲ୍ଲ କୁମାର ମଲ୍ଲିକ, ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ, ପରଜଙ୍ଗ ବିଧାୟକ ଡ. ନୃସିଂହ ଚରଣ ସାହୁ, ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ବୈଠକ ପ୍ରାରମ୍ଭରେ ଡିଏମ୍‌ଏଫ୍‌ ପାଣ୍ଠି ବିନିଯୋଗକୁ ନେଇ ଏମ୍‌ପି ପ୍ରଶ୍ନ ଉଠାଇଥିଲେ। ଜିଲା ଖଣିଜ ପାଣ୍ଠି ବିନିଯୋଗରେ ହେଉଥିବା ବିଭିନ୍ନ ପ୍ରକଳ୍ପ ଗାଇଡ୍‌ଲାଇନ ଅନୁଯାୟୀ ହେଉ ନ ଥିବା ସେ ଅଭିଯୋଗ କରିଥିଲେ। ବିଭିନ୍ନ ସମୟରେ ଏମ୍‌ପି ଯେଉଁ ପ୍ରସ୍ତାବ ଦେଉଛନ୍ତି, ତାହା ଠିକ୍‌ ଭାବେ କାର୍ଯ୍ୟକାରୀ ହେଉନାହିଁ ଏବଂ ତାଙ୍କୁ ଏ ସମ୍ପର୍କରେ କୌଣସି ପ୍ରକାର ଅବଗତ କରାଯାଉ ନ ଥିବା ନେଇ ସେ ଜିଲାପାଳଙ୍କୁ ଦୋଷାରୋପ କରିଥିଲେ। ଏହାକୁ ନେଇ ଜିଲାପାଳ ଏବଂ ଏମ୍‌ପିଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଜିଲାପାଳ ଉତ୍‌କ୍ଷିପ୍ତ ହୋଇପଡ଼ିବା ସହ ସେ ରବର ଷ୍ଟାମ୍ପ ନୁହନ୍ତି ବୋଲି କହିଥିଲେ। କେବଳ ଏତିକି ନୁହେଁ, ଜିଲାରେ ୫-ଟି ସ୍କୁଲ ରୂପାନ୍ତରଣ କାର୍ଯ୍ୟ ଠିକ୍‌ ଭାବେ ହେଉ ନ ଥିବା ଏମ୍‌ପି କହିଥିଲେ। ଏଥିରେ ହସ୍ତକ୍ଷେପ କରି ବିଧାୟକ ସୁଧୀର କୁମାର ସାମଲ କହିଲେ, ଜିଲାରେ ସ୍କୁଲ ରୂପାନ୍ତରଣ କାର୍ଯ୍ୟ ଠିକ୍‌ ଭାବେ ଚାଲିଛି। ଯଦି କେଉଁଠି ଅସୁବିଧା ଉପୁଜିଛି, ସେ ନେଇ ଶିକ୍ଷା ବିଭାଗ ଅଧିକାରୀ କିମ୍ବା ଜିଲାପାଳଙ୍କ ଦୃଷ୍ଟିକୁ ଆଣିବା ପାଇଁ ସେ ପରାମର୍ଶ ଦେଇଥିଲେ। ଆରୋପ-ପ୍ରତ୍ୟାରୋପକୁ ନେଇ ପରିବେଶ ସରଗରମ ହୋଇପଡ଼ିଥିବା ବେଳେ ପରଜଙ୍ଗ ବିଧାୟକ ସ୍ଥିତି ସ୍ବାଭାବିକ କରିବାକୁ ଏଥିରେ ହସ୍ତକ୍ଷେପ କରିଥିଲେ। ଜନପ୍ରତିନିଧିଙ୍କ ସହ ସମନ୍ବୟ ରଖି ସମସ୍ତଙ୍କ ସହଯୋଗରେ ଜିଲାରେ ବିକାଶ କାମ ତ୍ୱରାନ୍ବିତ କରିବା ପାଇଁ ସେ ଆହ୍ବାନ ଦେଇଥିଲେ।
ଜିଲା ଖଣିଜ ପାଣ୍ଠି ଅନୁଦାନରେ ହେଉଥିବା ସମସ୍ତ ପ୍ରକଳ୍ପ ବିଷୟରେ ଅଫଲାଇନ୍‌ ଓ ଅନ୍‌ଲାଇନ୍‌ ମାଧ୍ୟମରେ ଏମ୍‌ପି, ବିଧାୟକଙ୍କୁ ସୂଚନା ପ୍ରଦାନ କରିବା ପାଇଁ ଏମ୍‌ପି ସାହୁ ଗୁରୁତ୍ୱାରୋପ କରିଥିଲେ। ଡିଏମ୍‌ଏଫ୍‌ ଅନୁଦାନରେ ପରଜଙ୍ଗ ବ୍ଲକ ୨୦ ପଛୁଆ ପଞ୍ଚାୟତର ବିକାଶ ଲାଗି ଗୁରୁତ୍ୱ ଦେବାକୁ ମନ୍ତ୍ରୀ ମଲ୍ଲିକ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି। ଏଥିସହ ଗାଇଡ୍‌ଲାଇନ ଅନୁଯାୟୀ ନିୟମିତ ବୈଠକ କରି ଯୋଜନା ପ୍ରସ୍ତୁତ କରି ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ବିତ କରିବା ପାଇଁ ସଦସ୍ୟମାନେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଜିଲାରେ ୫ କୋଟି ୯୦ ଲକ୍ଷ ଟଙ୍କାର ଡିଏମ୍‌ଏଫ୍‌ ଅନୁଦାନ ବିନିଯୋଗ ହେବ ବୋଲି ସୂଚନା ଦିଆଯାଇଥିଲା। ଶିକ୍ଷାନୁଷ୍ଠାନର ଆନୁଷଙ୍ଗିକ ବିକାଶ, ମହିଳା ଓ ଶିଶୁଙ୍କ ଉନ୍ନତିରେ ଅଧିକ ପାଣ୍ଠି ବିନିଯୋଗ କରିବା, କଳାକୃତି ଗ୍ରାମ ସଦେଇବେରେଣିର ଉନ୍ନତି ଲାଗି ପଦକ୍ଷେପ ନେବାକୁ ଆଲୋଚନା କରାଯାଇଥିଲା। ଡିଏମ୍‌ଏଫ୍‌ ଅନୁଦାନରୁ ଜିଲାରେ ହେଉଥିବା ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ସମ୍ପର୍କରେ ଜିଲାପାଳ ଅବଗତ କରାଇଥିଲେ।
ବୈଠକରେ ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତନ୍ମୟ କୁମାର ଦରଓ୍ବାନ, ଅତିରିକ୍ତ ନିର୍ବାହୀ ଅଧିକାରୀ ସରୋଜ କୁମାର ଦତ୍ତ, ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଓ ବିଡିଓମାନେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri