ଏମ୍‌ପି-ଜିଲାପାଳ କଥା କଟାକଟି

ଢେଙ୍କାନାଳ ଅଫିସ, ୨୭।୪: ଢେଙ୍କାନାଳ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଜିଲା ଖଣିଜ ପାଣ୍ଠି (ଡିଏମ୍‌ଏଫ୍‌) ବିନିଯୋଗ ସମୀକ୍ଷା ବୈଠକରେ ଏମ୍‌ପି ମହେଶ ସାହୁ ଏବଂ ଜିଲାପାଳ ସରୋଜ କୁମାର ସେଠୀଙ୍କ ମଧ୍ୟରେ କଥା କଟାକଟିକୁ ନେଇ ତୁମ୍ବିତୋଫାନ ହୋଇଛି। ଜିଲାରେ ଗାଇଡ୍‌ଲାଇନ୍‌ ଅନୁଯାୟୀ ଡିଏମ୍‌ଏଫ୍‌ ଅନୁଦାନ ଅର୍ଥ ଖର୍ଚ୍ଚ ହେଉ ନ ଥିବା ଏମ୍‌ପି ସାହୁ ଜିଲାପାଳଙ୍କୁ ଇଙ୍ଗିତ କରି କହିଥିଲେ। ଏହାକୁ ନେଇ ଜିଲାପାଳ ଉତ୍‌କ୍ଷିପ୍ତ ହୋଇଯିବା ସହ ସେ କାହାର ରବର ଷ୍ଟାମ୍ପ ନୁହନ୍ତି ବୋଲି ଯୁକ୍ତି ବାଢ଼ିଥିଲେ। ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଜିଲାକୁ ପ୍ରତିନିଧିତ୍ୱ କରୁଥିବା ଏମ୍‌ପି ଏବଂ ଜିଲା ପ୍ରଶାସନର ମୁଖିଆଙ୍କ ମଧ୍ୟରେ ଏଭଳି ଯୁକ୍ତିତର୍କ ଆଲୋଚନାର ବିଷୟ ହୋଇଛି। ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଏହି ଘଟଣାକୁ ଫେସ୍‌ବୁକ୍‌ରେ ପୋଷ୍ଟ କରିବା ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛି।
ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ବୁଧବାର ପୂର୍ବାହ୍ନ ୧୦ଟାରେ ଡିଏମ୍‌ଏଫ୍‌ ବିନିଯୋଗ କମିଟି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। କମିଟି ଅଧ୍ୟକ୍ଷ ଜିଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ସଦସ୍ୟ ଏମ୍‌ପି ମହେଶ ସାହୁ, ମନ୍ତ୍ରୀ ତଥା କାମାକ୍ଷାନଗର ବିଧାୟକ ପ୍ରଫୁଲ୍ଲ କୁମାର ମଲ୍ଲିକ, ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ, ପରଜଙ୍ଗ ବିଧାୟକ ଡ. ନୃସିଂହ ଚରଣ ସାହୁ, ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ବୈଠକ ପ୍ରାରମ୍ଭରେ ଡିଏମ୍‌ଏଫ୍‌ ପାଣ୍ଠି ବିନିଯୋଗକୁ ନେଇ ଏମ୍‌ପି ପ୍ରଶ୍ନ ଉଠାଇଥିଲେ। ଜିଲା ଖଣିଜ ପାଣ୍ଠି ବିନିଯୋଗରେ ହେଉଥିବା ବିଭିନ୍ନ ପ୍ରକଳ୍ପ ଗାଇଡ୍‌ଲାଇନ ଅନୁଯାୟୀ ହେଉ ନ ଥିବା ସେ ଅଭିଯୋଗ କରିଥିଲେ। ବିଭିନ୍ନ ସମୟରେ ଏମ୍‌ପି ଯେଉଁ ପ୍ରସ୍ତାବ ଦେଉଛନ୍ତି, ତାହା ଠିକ୍‌ ଭାବେ କାର୍ଯ୍ୟକାରୀ ହେଉନାହିଁ ଏବଂ ତାଙ୍କୁ ଏ ସମ୍ପର୍କରେ କୌଣସି ପ୍ରକାର ଅବଗତ କରାଯାଉ ନ ଥିବା ନେଇ ସେ ଜିଲାପାଳଙ୍କୁ ଦୋଷାରୋପ କରିଥିଲେ। ଏହାକୁ ନେଇ ଜିଲାପାଳ ଏବଂ ଏମ୍‌ପିଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଜିଲାପାଳ ଉତ୍‌କ୍ଷିପ୍ତ ହୋଇପଡ଼ିବା ସହ ସେ ରବର ଷ୍ଟାମ୍ପ ନୁହନ୍ତି ବୋଲି କହିଥିଲେ। କେବଳ ଏତିକି ନୁହେଁ, ଜିଲାରେ ୫-ଟି ସ୍କୁଲ ରୂପାନ୍ତରଣ କାର୍ଯ୍ୟ ଠିକ୍‌ ଭାବେ ହେଉ ନ ଥିବା ଏମ୍‌ପି କହିଥିଲେ। ଏଥିରେ ହସ୍ତକ୍ଷେପ କରି ବିଧାୟକ ସୁଧୀର କୁମାର ସାମଲ କହିଲେ, ଜିଲାରେ ସ୍କୁଲ ରୂପାନ୍ତରଣ କାର୍ଯ୍ୟ ଠିକ୍‌ ଭାବେ ଚାଲିଛି। ଯଦି କେଉଁଠି ଅସୁବିଧା ଉପୁଜିଛି, ସେ ନେଇ ଶିକ୍ଷା ବିଭାଗ ଅଧିକାରୀ କିମ୍ବା ଜିଲାପାଳଙ୍କ ଦୃଷ୍ଟିକୁ ଆଣିବା ପାଇଁ ସେ ପରାମର୍ଶ ଦେଇଥିଲେ। ଆରୋପ-ପ୍ରତ୍ୟାରୋପକୁ ନେଇ ପରିବେଶ ସରଗରମ ହୋଇପଡ଼ିଥିବା ବେଳେ ପରଜଙ୍ଗ ବିଧାୟକ ସ୍ଥିତି ସ୍ବାଭାବିକ କରିବାକୁ ଏଥିରେ ହସ୍ତକ୍ଷେପ କରିଥିଲେ। ଜନପ୍ରତିନିଧିଙ୍କ ସହ ସମନ୍ବୟ ରଖି ସମସ୍ତଙ୍କ ସହଯୋଗରେ ଜିଲାରେ ବିକାଶ କାମ ତ୍ୱରାନ୍ବିତ କରିବା ପାଇଁ ସେ ଆହ୍ବାନ ଦେଇଥିଲେ।
ଜିଲା ଖଣିଜ ପାଣ୍ଠି ଅନୁଦାନରେ ହେଉଥିବା ସମସ୍ତ ପ୍ରକଳ୍ପ ବିଷୟରେ ଅଫଲାଇନ୍‌ ଓ ଅନ୍‌ଲାଇନ୍‌ ମାଧ୍ୟମରେ ଏମ୍‌ପି, ବିଧାୟକଙ୍କୁ ସୂଚନା ପ୍ରଦାନ କରିବା ପାଇଁ ଏମ୍‌ପି ସାହୁ ଗୁରୁତ୍ୱାରୋପ କରିଥିଲେ। ଡିଏମ୍‌ଏଫ୍‌ ଅନୁଦାନରେ ପରଜଙ୍ଗ ବ୍ଲକ ୨୦ ପଛୁଆ ପଞ୍ଚାୟତର ବିକାଶ ଲାଗି ଗୁରୁତ୍ୱ ଦେବାକୁ ମନ୍ତ୍ରୀ ମଲ୍ଲିକ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି। ଏଥିସହ ଗାଇଡ୍‌ଲାଇନ ଅନୁଯାୟୀ ନିୟମିତ ବୈଠକ କରି ଯୋଜନା ପ୍ରସ୍ତୁତ କରି ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ବିତ କରିବା ପାଇଁ ସଦସ୍ୟମାନେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଜିଲାରେ ୫ କୋଟି ୯୦ ଲକ୍ଷ ଟଙ୍କାର ଡିଏମ୍‌ଏଫ୍‌ ଅନୁଦାନ ବିନିଯୋଗ ହେବ ବୋଲି ସୂଚନା ଦିଆଯାଇଥିଲା। ଶିକ୍ଷାନୁଷ୍ଠାନର ଆନୁଷଙ୍ଗିକ ବିକାଶ, ମହିଳା ଓ ଶିଶୁଙ୍କ ଉନ୍ନତିରେ ଅଧିକ ପାଣ୍ଠି ବିନିଯୋଗ କରିବା, କଳାକୃତି ଗ୍ରାମ ସଦେଇବେରେଣିର ଉନ୍ନତି ଲାଗି ପଦକ୍ଷେପ ନେବାକୁ ଆଲୋଚନା କରାଯାଇଥିଲା। ଡିଏମ୍‌ଏଫ୍‌ ଅନୁଦାନରୁ ଜିଲାରେ ହେଉଥିବା ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ସମ୍ପର୍କରେ ଜିଲାପାଳ ଅବଗତ କରାଇଥିଲେ।
ବୈଠକରେ ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତନ୍ମୟ କୁମାର ଦରଓ୍ବାନ, ଅତିରିକ୍ତ ନିର୍ବାହୀ ଅଧିକାରୀ ସରୋଜ କୁମାର ଦତ୍ତ, ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଓ ବିଡିଓମାନେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

ପ୍ରବଳ ବର୍ଷାକୁ ନେଇ ଚିନ୍ତାରେ ଚାଷୀ, ଆନନ୍ଦପୁର ଉପଜିଲାପାଳ କହିଲେ…

ହାଟଡିହୀ/ଛେନାପଦୀ,୧୬।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ପାଣିପାଗ ବିଭାଗ ତରଫରୁ କେନ୍ଦୁଝର ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କରାଯାଇଥିଲା । ଏହାପରେ ଲୋକଙ୍କ ଧନ, ଜୀବନକୁ ଦୃଷ୍ଟିରେ ରଖି ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri