Categories: ଜାତୀୟ

୨୪,୦୦୦ ଟଙ୍କା ଖୁଚୁରା ଧରି ନାମାଙ୍କନ ପତ୍ର ଦାଖଲ କରିବାକୁ ଆସିଲେ ପ୍ରାର୍ଥୀ: କର୍ମଚାରୀ ନୟାନ୍ତ

ଭୋପାଳ,୧୫।୪: ଭୋପାଳ ଲୋକ ସଭା ଆସନ ପାଇଁ ନାମାଙ୍କନ ପ୍ରକ୍ରିୟା ଏପ୍ରିଲ ୧୯ ପର୍ଯ୍ୟନ୍ତ ଜାରି ରହିବ। ଦୁଇ ଦିନ ଛୁଟି ପରେ ସୋମବାର ମାନବ ସମାଧାନ ପାର୍ଟିର ପ୍ରାର୍ଥୀ ସଞ୍ଜୟ ସରୋଜ ପାଞ୍ଚ ଅଖା ଭିତରେ ପ୍ରାୟ ୨୪,୦୦୦ ଟଙ୍କା ଖୁଚୁରା ସହ ନାମାଙ୍କନ ପତ୍ର ଦାଖଲ କରିବାକୁ ଆସିଥିଲେ। ଏହା ପରେ ନାମାଙ୍କନ ପତ୍ରରେ ନିୟୋଜିତ କର୍ମଚାରୀଙ୍କ ସମସ୍ୟା ବଢିଗଲା।ଏହାପୂର୍ବରୁ ଭୋପାଳରେ ମଧ୍ୟ ଜଣେ ପ୍ରାର୍ଥୀ ଏପ୍ରିଲ ୧୨ରେ ୬,୦୦୦ ଟଙ୍କା ଖୁଚୁରା ନେଇ ନାମାଙ୍କନ ପତ୍ର ଦାଖଲ ପାଇଁ ଆସିଥିଲେ।
ମାନବ ସମାଧାନ ପାର୍ଟିର ପ୍ରାର୍ଥୀ ସଞ୍ଜୟ ସରୋଜ କହିଛନ୍ତି ଯେ, ସେ ଗତ ଅନେକ ବର୍ଷ ଧରି ଭୋପାଳରେ ଏକ ରିକ୍ସା ଚଲାଉଛନ୍ତି ଏବଂ ତାଙ୍କ ସାନ ଭାଇ ଏକ ଜୁସ ଦୋକାନ ଚଲାନ୍ତି। କୋଭିଡ ଅବଧି ପରଠାରୁ ସେ ପାଇଥିବା ଟଙ୍କା ସଂଗ୍ରହ କରି ଚାଲିଥିଲେ ଏବଂ ବର୍ତ୍ତମାନ ପ୍ରାର୍ଥୀ ହେବାପରେ ସଂଗୃହୀତ ଟଙ୍କା ସହିତ ନାମାଙ୍କନ ଫର୍ମ କିଣିବାକୁ ଆସିଛନ୍ତି। ଏହି ଖୁଚୁରା ଗଣନା କରିବାକୁ କର୍ମଚାରୀଙ୍କୁ ତିନି ଘଣ୍ଟାରୁ ଅଧିକ ସମୟ ଲାଗିଛି।

Share