ରେଳମନ୍ତ୍ରୀଙ୍କୁ ଭେଟିଲେ ଏମପି ପ୍ରଦୀପ ପୁରୋହିତ: ପଶ୍ଚିମ ଓଡ଼ିଶାର ରେଳ ସମସ୍ୟାର ସମାଧାନ ପାଇଁ…

ବରଗଡ,୨୪।୩(ପ୍ରେମାନନ୍ଦ ଖମାରୀ) – ପଶ୍ଚିମ ଓଡ଼ିଶାରେ ରେଳ ବିକାଶ ନେଇ ବରଗଡ଼ ଲୋକସଭା ସାଂସଦ(ଏମପି) ପ୍ରଦୀପ ପୁରୋହିତ ମଙ୍ଗଳବାର କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କଠାରେ ଦାବି କରିଛନ୍ତି। ଏ ନେଇ ସେ ରେଳମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ବରଗଡ଼ ଓ ଝାରସୁଗୁଡ଼ା ଜିଲାରେ ରେଳ ସଂଯୋଗୀକରଣ, ଟ୍ରେନ ନିୟମିତକରଣ, ରହଣି, ଭିତ୍ତିଭୂମି ବିକାଶ ଏବଂ ଯାତ୍ରୀ ସୁବିଧା ପାଇଁ ଜରୁରୀକାଳୀନ ହସ୍ତକ୍ଷେପ ପାଇଁ ସେ ଚିଠିରେ ଦାବି ରଖିଛନ୍ତି । ଚିଠିରେ ସେ ଉଲ୍ଲେଖ କରିଛନ୍ତି, ବରଗଡ଼ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ବରଗଡ଼ ଏବଂ ଝାରସୁଗୁଡ଼ା ଜିଲାରେ କେତେକ ଗୁରୁତ୍ୱପୂର୍ଣ୍ଣ ରେଳ ସମସ୍ୟା ରହିଛି, ଯାହା ଯାତ୍ରୀଙ୍କ ସୁବିଧା ଏବଂ ଆଞ୍ଚଳିକ ବିକାଶ ପାଇଁ ତୁରନ୍ତ ସମାଧାନ ଆବଶ୍ୟକ।

ଇସ୍ପାତ ଏକ୍ସପ୍ରେସର କ୍ରମାଗତ ବିଳମ୍ବ ହେଉଛି । ୧୨୮୭୧/୧୨୮୭୨ ଇସ୍ପାତ ଏକ୍ସପ୍ରେସ (କଣ୍ଟାବାଞ୍ଜି-ହାୱଡ଼ା) ୭, ୮ ଘଣ୍ଟା ବିଳମ୍ବରେ ଚାଲୁଥିବାରୁ ପଶ୍ଚିମ ଓଡ଼ିଶାର ଛାତ୍ର, ରୋଗୀ ଓ ବ୍ୟବସାୟୀମାନେ ଅତିଷ୍ଠ ହୋଇ ପଡ଼ିଛନ୍ତି। ଏହାର ସମୟାନୁବର୍ତ୍ତିତା ପାଇଁ ତୁରନ୍ତ ପଦକ୍ଷେପ ନିଆଯାଉ ବୋଲି ପୁରୋହିତ କହିଛନ୍ତି । ସେହିପରି ବ୍ରଜରାଜନଗରର ଏକ ପ୍ରମୁଖ ଶିଳ୍ପାଞ୍ଚଳ, ଏମସିଏଲ, ଏନଟିପିସି ଓ ଓରିଏଣ୍ଟ ପେପର ମିଲ୍ସ ଭଳି ଶିଳ୍ପାନୁଷ୍ଠାନ ରହିଛି । ଏହି ଅଞ୍ଚଳରୁ ରେଳବାଇ ବାର୍ଷିକ ୪୨୦୦ କୋଟିରୁ ଅଧିକ ଟଙ୍କା କୋଇଲା ପରିବହନରୁ ପାଉଥିଲେ ସୁଦ୍ଧା ଏଠାରେ ଯାତ୍ରୀ ସୁବିଧା ଅତ୍ୟନ୍ତ ନଗଣ୍ୟ ବୋଲି ସେ କହିଛନ୍ତି । ବ୍ରଜରାଜନଗରରେ ଟାଟା-ବିଲାସପୁର ଏକ୍ସପ୍ରେସର ରହଣି ପୁନଃ ପ୍ରଚଳନ, ଆଜାଦ ହିନ୍ଦ୍, ସିକନ୍ଦରାବାଦ-ଦରଭଙ୍ଗା, ହାଇଦ୍ରାବାଦ-ରକ୍ସାଉଲ, ପୁରୀ-ବିକାନେର ଏବଂ ପୁରୀ-ଭାଲସାଡ ଏକ୍ସପ୍ରେସର ରହଣି,ଷବିଲାସପୁର-ପୁରୀ ମଧ୍ୟରେ ଏକ ନୂତନ ଟ୍ରେନ ପ୍ରଚଳନ, ଗୋଣ୍ଡୱାନା ଏକ୍ସପ୍ରେସକୁ ସମ୍ବଲପୁର ପର୍ଯ୍ୟନ୍ତ ଏବଂ ଜନ ଶତାବ୍ଦୀ ଏକ୍ସପ୍ରେସକୁ ଝାରସୁଗୁଡ଼ା ।

ରାଉରକେଲା ପର୍ଯ୍ୟନ୍ତ ସମ୍ପ୍ରସାରଣ, ଝାରସୁଗୁଡ଼ା-ହାଟିଆ ପ୍ୟାସେଞ୍ଜରକୁ ରାୟଗଡ଼ ପର୍ଯ୍ୟନ୍ତ ବଢ଼ାଯିବା, ହୀରାକୁଦ ଏକ୍ସପ୍ରେସ ସପ୍ତାହକୁ ୩ ଦିନ ପରିବର୍ତ୍ତେ ପ୍ରତିଦିନ ଚଲାଯିବା, ବ୍ରଜରାଜନଗରରେ ଶୌଚାଳୟ ନିର୍ମାଣ, କୋଚ୍ ଲୋକେଟର ଏବଂ ଉନ୍ନତ ଆଲୋକ ବ୍ୟବସ୍ଥା, ବେଲପାହାଡ଼ ଷ୍ଟେସନକୁ ଅମୃତ ଭାରତ ଷ୍ଟେସନ ଯୋଜନାରେ ତ୍ୱରାନ୍ୱିତ କରିବାକୁ ସେ ଚିଠିରେ ଉଲ୍ଲେଖ କରିଛନ୍ତି । ସେହିଭଳି ବରଗଡ଼-ନୂଆପଡ଼ା ରେଳ ଲାଇନ ପଶ୍ଚିମ ଓଡ଼ିଶା ଓ କେବିକେ ଅଞ୍ଚଳର ବିକାଶ ପାଇଁ ଏହି ପ୍ରକଳ୍ପକୁ ପ୍ରାଥମିକତା ଭିତ୍ତିରେ ଶେଷ କରିବାକୁ ମଧ୍ୟ ପୁରୋହିତ କେନ୍ଦ୍ର ରେଳମନ୍ତ୍ରୀଙ୍କ ଆଗରେ ଦାବି କରିଛନ୍ତି ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଠିକଣା ପଚାରିବା ଆଳରେ ଅପହରଣ ଉଦ୍ୟମ: ରାୟଗଡ଼ାରେ ଅଳ୍ପକେ ବର୍ତ୍ତିଲା ୧୨ ବର୍ଷର ପିଲା, ସହରରେ ଚାଞ୍ଚଲ୍ୟ

ରାୟଗଡା, ୨୪।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡା ସହର ଅଞ୍ଚଳରେ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ଆଜି ରାତ୍ର ପ୍ରାୟ ସାଢେ ୮ଟା ସମୟରେ ଜଣେ ୧୨…

ଥୁଆମୂଳ ରାମପୁରରେ ବାଘ ଆତଙ୍କ: ଜନଗହଳିପୂର୍ଣ୍ଣ ସାପ୍ତାହିକ ବଜାର ନିକଟରେ ବୁଲୁଛି ମହାବଳ, ଭୟଭୀତ ଅଞ୍ଚଳବାସୀ…

ଥୁଆମୂଳ ରାମପୁର, ୨୪।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜଲା ଥୁଆମୂଳ ରାମପୁର ବ୍ଲକ ତଳଆମ୍ବ ପଦର ପଞ୍ଚାୟତ ଅଞ୍ଚଳରେ ଏବେ ବାଘ ଆତଙ୍କ ଖେଳିଯାଇଛି। ମୁଖ୍ୟ ରାସ୍ତା…

ଥୁଆମୂଳ ରାମପୁରରେ ମା’ ଗଙ୍ଗାଦୀଙ୍କ ଚୈତ୍ର ଯାତ୍ରା ଆରମ୍ଭ: ଅନ୍ଧାରରେ ମା’ଙ୍କ ପରିକ୍ରମା, ପୂଜା କମିଟିର ଅବ୍ୟବସ୍ଥାକୁ ନେଇ …

ଥୁଆମୂଳ ରାମପୁର, ୨୪।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ପାରମ୍ପରିକ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ମା’ ଗଙ୍ଗାଦୀ ଠାକୁରାଣୀଙ୍କ ପ୍ରସିଦ୍ଧ ୮…

ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ପାଇଁ ଉତ୍ସବମୁଖର ତିଳେଶ୍ୱର ଗାଁ: ପୋଷ୍ୟ ଗ୍ରାମ ଘୋଷଣା କଲା ବ୍ଲକ ପ୍ରଶାସନ

ଦିଗପହଣ୍ଡି, ୨୪।୩ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ପଞ୍ଚାୟତର ଐତିହାସିକ ଗ୍ରାମ ତିଳେଶ୍ୱର ଏବେ ଉତ୍ସବମୁଖର। ମଙ୍ଗଳବାରଠାରୁ ଗ୍ରାମଦେବତୀ ମା’ ବୁଢ଼ୀ…

ପାଣି ଟାଙ୍କିରେ ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା କରି ପ୍ରମାଣ ନଷ୍ଟ କରିବାକୁ ଫିଙ୍ଗି ଦେଇଥିବା ସନ୍ଦେହ, ଖୋଳତାଡ଼ କରୁଛି…

ବଲାଙ୍ଗୀର, ୨୪।୩ (ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ଅନ୍ତର୍ଗତ ଡୁଙ୍ଗିବାହାଲ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ଚେକ୍‌ ଡ୍ୟାମ…

ପୁଣି ଅଶାନ୍ତ ବରଗଡ଼: ଅଟୋ ଚାଳକଙ୍କୁ ସାଇଡ୍‌ ଦେବାକୁ କହିବାରୁ ଭୁଜାଲି ମାଡ଼, ଭୟଭୀତ ସହରବାସୀ…

ବରଗଡ଼, ୨୪।୩ (ପ୍ରେମାନନ୍ଦ ଖମାରୀ): କିଛି ଦିନର ଶାନ୍ତି ପରେ ବରଗଡ଼ ସହର ପୁଣି ଅଶାନ୍ତ ହୋଇପଡ଼ିଛି। ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ ଟାଉନ ଥାନା ସମ୍ମୁଖ ହାଟପଦା…

ଭଞ୍ଜନଗରରେ ବଢୁଛି ଦୁର୍ଘଟଣା: ୪ ଘଣ୍ଟାରେ ୩ ଦୁର୍ଘଟଣା, ଜଣେ ମୃତ, ଦୁଇ ଗୁରୁତର…

ଭଞ୍ଜନଗର, ୨୪।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ଦୁର୍ଘଟଣା ହାର ବଢ଼ିବାରେ ଲାଗିଛି। ମଙ୍ଗଳବାର ମାତ୍ର ୪ ଘଣ୍ଟା ମଧ୍ୟରେ ଘଟିଥିବା ତିନୋଟି ପୃଥକ ପୃଥକ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ୨ ଭାଇଙ୍କ ସମେତ ସହଯୋଗୀ ଗଲେ ଜେଲ

ଦିଗପହଣ୍ଡି,୨୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିରେ ରହୁଥିବା ପଦ୍ମନାଭପୁର ଗ୍ରାମର ବଳିଆ ସେଠୀ ଏବଂ ତାଙ୍କ ଭାଇ କାଳିଆ ସେଠୀଙ୍କ ସମେତ ସହଯୋଗୀ ଚାଞ୍ଚଡାପଲ୍ଲୀ ଗ୍ରାମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri