Categories: ଜାତୀୟ

କମଲନାଥଙ୍କୁ ଶିବରାଜଙ୍କ ଟାର୍ଗେଟ: ଯିଏ ନିଜ ଗାଦି ବଞ୍ଚାଇ ପାରିଲେନି ସେ ମହାରାଷ୍ଟ୍ର ସରକାରକୁ ବଞ୍ଚାଇବେ

ଭୋପାଳ,୨୩ ।୬: ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଉଜ୍ଜୟିନୀରେ ଏକ ଜନସଭାକୁ ସମ୍ବୋଧନ ଦେବା ଅବସରରେ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କୁ ଟାର୍ଗେଟ କରିଛନ୍ତି । ଶିବରାଜ କଂଗ୍ରେସ ଦଳକୁ ନେଇ କହିଛନ୍ତି, ଦେଶରେ କଂଗ୍ରେସ ଏବେ ଅନ୍ତିମ ସ୍ତରରେ ଯାତ୍ରା କରୁଛି । ଶିବରାଜ କହିଛନ୍ତି କଂଗ୍ରେସ ଏବେ ଏମିତି ଜଣେ ବ୍ୟକ୍ତିଙ୍କୁ ମହାରାଷ୍ଟ୍ର ପଠାଇଛି , ଯିଏ ମଧ୍ୟପ୍ରଦେଶରେ ନିଜର ଗାଦିକୁ ରକ୍ଷା କରିପାରିଲେ ନାହିଁ ସେ କେମିତି ମହାରାଷ୍ଟ୍ର ସରକାରଙ୍କୁ ରକ୍ଷା କରିପାରିବେ ।
ସୂଚନାଯୋଗ୍ୟ, ବୁଧବାର ମହାରାଷ୍ଟ୍ରରେ ଦେଖାଦେଇଥିବା ରାଜନୈତିକ ସଙ୍କଟ ମଧ୍ୟରେ କେତେଜଣ ଅସନ୍ତୁଷ୍ଟ ଶିବସେନା ବିଧାୟକ ଦଳ ଛାଡିବା ନେଇ ଆଲୋଚନା ହେଉଛି । ଏହାରି ଭିତରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବୁଧବାର ରାତିରେ ତାଙ୍କ ସରକାରୀ ବାସଭବନ ଛାଡି ଦେଇଛନ୍ତି । ଏଥିରୁ ଅନୁମାନ କରାଯାଉଛି କି ମହାରାଷ୍ଟ୍ରରେ ଶିବସେନା ମେଣ୍ଟ ସରକାର ଭାଙ୍ଗି ଯାଇପାରେ । ଆଉ ଏହାର ଲାଭ ଭାରତୀୟ ଜନତା ପାର୍ଟି(ଭାଜପା)କୁ ମିଳିପାରେ ।

Share