ମାସେ ପାଇଁ ସ୍ଥଗିତ ହେଲା ଦଶମ-ଦ୍ୱାଦଶ ବୋର୍ଡ ପରୀକ୍ଷା

ଭୋପାଳ,୧୪।୪: ମଧ୍ୟପ୍ରଦେଶରେ କରୋନା ସଂକ୍ରମଣର ପ୍ରକୋପ ଜାରି ରହିଛି। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷାକୁ ମାସେ ପାଇଁ ସ୍ଥଗିତ ରଖାଯାଇଛି। ଏନେଇ ମଧ୍ୟପ୍ରଦେଶ ସ୍କୁଲ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ମଧ୍ୟପ୍ରଦେଶରେ ଦଶମ ବୋର୍ଡ ପରୀକ୍ଷା ଏପ୍ରିଲ ୩୦ରେ ଓ ମେ’୧ରେ ଦ୍ୱାଦଶ ପରୀକ୍ଷା ହେବାକୁ ନିର୍ଦ୍ଧାରିତ କରାଯାଇଥିଲା। ହେଲେ ଏବେ ଏହି ପରୀକ୍ଷା ଜୁନ ପ୍ରଥମ ସପ୍ତାହରୁ ଆରମ୍ଭ ହୋଇ ଜୁନ ଶେଷ ସପ୍ତାହ ମଧ୍ୟରେ ଆୟୋଜିତ କରାଯିବ। ତେବେ ଏବେଇ ଖୁବ୍‌ଶୀଘ୍ର ତାରିଖ ଘୋଷଣା କରାଯିବ ବୋଲି ମଧ୍ୟପ୍ରଦେଶ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Share